ଜାତିସଂଘ: ‘ନାଜିବାଦ’ ପ୍ରସଙ୍ଗରେ ରୁଷ୍ ପକ୍ଷରୁ ଜାତିସଂଘରେ ଆଗତ ପ୍ରସ୍ତାବ ସପକ୍ଷରେ ଭାରତ ମତଦାନ କରିଛି। ଭାରତର ବନ୍ଧୁ ରାଷ୍ଟ୍ର ଆମେରିକା, ଅଷ୍ଟ୍ରେଲିଆ ଏବଂ ବ୍ରିଟେନ ରୁଷ୍ର ପ୍ରସ୍ତାବକୁ ଜୋରଦାର ବିରୋଧ କରିଥିଲେ ମଧ୍ୟ ଭାରତ ରୁଷ୍ର ପ୍ରସ୍ତାବ ସମର୍ଥନରେ ଭୋଟ୍ ଦେଇଛି। ରୁଷ୍ର ପ୍ରସ୍ତାବ ସପକ୍ଷରେ ରେକର୍ଡ ୧୦୫ ଭୋଟ୍ ପଡ଼ିବା ରୁଷ୍ ପାଇଁ ବହୁତ ବଡ଼ କୂଟନୈତିକ ବିଜୟ ବୋଲି କୁହାଯାଉଛି। ନାଜିବାଦ ବିରୋଧରେ ବିଶ୍ବ ଏକଜୁଟ ହେବା ଏବଂ ଏହାକୁ ସମର୍ଥନ କରୁଥିବା ରାଷ୍ଟ୍ରମାନଙ୍କ ମୁକାବିଲା କରିବା ପାଇଁ ରୁଷ୍ ଏହି ଏହି ପ୍ରସ୍ତାବ ଆଣିଥିଲା। ପ୍ରସ୍ତାବ ବିରୋଧରେ ୫୨ଟି ରାଷ୍ଟ୍ର ଭୋଟ୍ ଦେଇଥିବା ବେଳେ ୨୫ଟି ରାଷ୍ଟ୍ର ଭୋଟ୍ଦାନରୁ ବିରତ ରହିଥିଲେ। ନାଜିବାଦ ଏବଂ ନବ୍ୟ ନାଜିବାଦ ପ୍ରସଙ୍ଗରେ ରୁଷ୍ ପଶ୍ଚିମ ରାଷ୍ଟ୍ରମାନଙ୍କୁ ଘେରିବାରେ ସଫଳ ହୋଇଥିବାରୁ ଏହି ଭୋଟ୍ର ପ୍ରଭାବ ଆଗାମୀ ଦିନରେ ଦେଖିବାକୁ ମିଳିବ ଏବଂ ଏହା ନୂଆ ସମୀକରଣ ସୃଷ୍ଟି କରିବ ବୋଲି କୁହାଯାଉଛି ।
ଜାତିସଂଘରେ ରୁଷ୍ ସପକ୍ଷରେ ଭୋଟ୍ ଦେଲା ଭାରତ, ନାଜିବାଦ ପ୍ରସଙ୍ଗରେ ପଶ୍ଚିମ ରାଷ୍ଟ୍ରଙ୍କୁ ଝଟ୍କା
Advertisment
Follow Us