ଭାରତକୁ କେବେ ବି ହେୟ ଜ୍ଞାନ କରିବା କଥା ନୁହେଁ; ବ୍ରିସବେନ୍ ଟେଷ୍ଟ ହାରିବା ପରେ ଏଭଳି ପ୍ରତିକ୍ରିୟା ରଖିଲେ ଅଷ୍ଟ୍ରେଲିଆ ମୁଖ୍ୟ ପ୍ରଶିକ୍ଷକ

Advertisment
ଭାରତକୁ କେବେ ବି ହେୟ ଜ୍ଞାନ କରିବା କଥା ନୁହେଁ; ବ୍ରିସବେନ୍ ଟେଷ୍ଟ ହାରିବା ପରେ ଏଭଳି ପ୍ରତିକ୍ରିୟା ରଖିଲେ ଅଷ୍ଟ୍ରେଲିଆ ମୁଖ୍ୟ ପ୍ରଶିକ୍ଷକ

aajtak

ନୂଆଦିଲ୍ଲୀ: ଆଜି ଅଷ୍ଟ୍ରେଲିଆକୁ ତାର ନିଜ ମାଟିରେ ମାତ୍ ଦେଇ ଭାରତ ଐତିହାସିକ ବିଜୟ ହାସଲ କରିଛି। ଟିମ୍ ଇଣ୍ଡିଆ ବ୍ରିସବେନ୍ ବିଜୟ ସହ ଟେଷ୍ଟ ସିରିଜ କବଜା କରିଛି। ଏହାସହ ବ୍ରିସବେନରେ ଅଷ୍ଟ୍ରେଲିଆର ୩୩ ବର୍ଷର ଅପରାଜୟ ରେକର୍ଡରେ ଭାରତ ବ୍ରେକ୍ ଲଗାଇଛି। ତେବେ ଭାରତର ଏଭଳି ଐତିହାସିକ ବିଜୟ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ଅଷ୍ଟ୍ରେଲିଆ ଟିମର ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗର। ହାରିବା ପରେ ପରେ ଭାରତକୁ କେବେ ବି ହେୟ ଜ୍ଞାନ କରିବା କଥା ନୁହେଁ ବୋଲି ଜଷ୍ଟିନ ଲାଙ୍ଗର କହିଛନ୍ତି।

ଲାଙ୍ଗର ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି ଯେ, ଏହା ଏକ ଭଲ ଟେଷ୍ଟ ସିରିଜ ଥିଲା। ଶେଷରେ ଜଣେ ହାରେ ଏବଂ ଜଣେ ଜିତେ। ଆଜି ଭାରତ ଟେଷ୍ଟ କ୍ରିକେଟ୍ ଜିତିଛି। ଆମ ମନରେ ଦୀର୍ଘ ସମୟ ଧରି ଏହି ପରାଜୟର ଦୁଃଖ ରହିବ। ଏହାର ସମ୍ପୂର୍ଣ୍ଣ ଶ୍ରେୟ ଭାରତକୁ ଯାଉଛି।ଆମେ ଏଥିରୁ ଏକ ଶିକ୍ଷା ଲାଭ କରିଛୁ ଯେ, ଭାରତକୁ କେବେ ବି ହେୟ ଜ୍ଞାନ କରିବା କଥା ନୁହେଁ । 

publive-image ndtv

ତେବେ ରିଷଭ ପନ୍ତ ଓ ୱାସିଂଟନ ସୁନ୍ଦରଙ୍କ ଉପଯୋଗୀ ଇନିଂସ ବଳରେ ଭାରତ ଏହି ଐତିହାସିକ ବିଜୟ ହାସଲ କରିଛି। ଆଉ ଏହାସହ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୧ରେ ହାତେଇନେଇଛି ଟିମ୍ ଇଣ୍ଡିଆ। ବିରାଟଙ୍କ ଅନୁପସ୍ଥିତିରେ ଏହି ବଡ଼ ବିଜୟ ଭେଟି ଦେଇଛନ୍ତି ଆଜିଙ୍କ୍ୟ ରାହାଣେ। ଭାରତୀୟ ଯୁବ ଟିମ୍ ଆଗରେ ମୁଣ୍ଡ ନୁଆଇଁଛି କଙ୍ଗାରୁ ଦଳ। ପଞ୍ଚମ ଦିନରେ ଆରମ୍ଭରୁ ରୋହିତଙ୍କ ୱିକେଟ ଭାରତ ଶିବିରକୁ ଚିନ୍ତାରେ ପକାଇଥିଲା। ତେବେ ଶୁଭମନ ଗିଲ୍ ଓ ଚେତେଶ୍ବର ପୂଜାରା ସର୍ତକତାର ସହ ବ୍ୟାଟିଂ କରି ଭାରତର ସ୍କୋରକୁ ଆଗକୁ ବଢାଇଥିଲେ। ତେବେ ଲିୟନଙ୍କ ବଲରେ ଆଉଟ ହୋଇ ଶତକରୁ ଅଳ୍ପକେ ବଞ୍ଚିତ ହୋଇଥିଲେ ଶୁଭମନ। ଏହାପରେ ଅଧିନାୟକ ରାହାଣେ ଦ୍ରୁତ ଇନିଂସ ଖେଳି ପ୍ୟାଭିଲିୟନକୁ ଫେରିଥିଲେ। ପୂଜାରା ଓ ପନ୍ତ ଦୀର୍ଘ ସମୟ ଧରି ବ୍ୟାଟିଂ କରି ଅଷ୍ଟ୍ରେଲିଆ ବୋଲରଙ୍କୁ ନିରାଶ କରିଥିଲେ।

ପୂଜାରାଙ୍କ ୱିକେଟ ପତନ ପରେ ମୟଙ୍କ ଅଗ୍ରୱାଲ୍ ପୁଣିଥରେ ଟିମ୍ ଇଣ୍ଡିଆକୁ ନିରାଶ କରିଥିଲେ। ତେବେ ଗୋଟିଏ ପଟେ ପନ୍ତ ଦୃଢତାର ସହ ବ୍ୟାଟିଂ କରି ଭାରତକୁ ବିଜୟ ଆଡ଼କୁ ନେଉଥିବା ବେଳେ ୱାସିଂଟନ ସୁନ୍ଦରଙ୍କ ଉପଯୋଗୀ ଇନିଂସ ଏହି ବିଜୟକୁ ଆହୁରି ସହଜ କରିଦେଇଥିଲା । ଶେଷରେ ୩ ୱିକେଟରେ ବହୁ ପ୍ରତୀକ୍ଷିତ ବିଜୟ ହାସଲ କରିବା ସହ ଅଷ୍ଟ୍ରେଲିଆର ୩୩ ବର୍ଷର ରେକର୍ଡ ଭାଙ୍ଗିଛି ଟିମ୍ ଇଣ୍ଡିଆ। ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe