ପ୍ରଥମେ ଫିଲ୍ଡିଂ କରିବ ଟିମ୍‌ ଇଣ୍ଡିଆ: ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ବାଂଲାଦେଶ

ଆଠ ବର୍ଷର ବ୍ୟବଧାନ ପରେ ଫେରିଥିବା ‘ଚାମ୍ପିଅନ୍ସ ଟ୍ରଫି’ର ଦ୍ବିତୀୟ ତଥା ଅନ୍ୟତମ ପ୍ରତୀକ୍ଷିତ ମୁକାବିଲାରେ ଗୁରୁବାର ଭାରତ-ବାଂଲାଦେଶ ମୁହାଁମୁହିଁ ହେବାକୁ ପ୍ରସ୍ତୁତ ହୋଇଛନ୍ତି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ବାଂଲାଦେଶ। ଟିମ୍‌ ଇଣ୍ଡିଆକୁ ଫିଲ୍ଡିଂ କରିବାର ଦେଖିବାକୁ ମିଳିବ।

bangladesh

ଦୁବାଇ: ଆଠ ବର୍ଷର ବ୍ୟବଧାନ ପରେ ଫେରିଥିବା ‘ଚାମ୍ପିଅନ୍ସ ଟ୍ରଫି’ର ଦ୍ବିତୀୟ ତଥା ଅନ୍ୟତମ ପ୍ରତୀକ୍ଷିତ ମୁକାବିଲାରେ ଗୁରୁବାର ଭାରତ-ବାଂଲାଦେଶ ମୁହାଁମୁହିଁ ହେବାକୁ ପ୍ରସ୍ତୁତ ହୋଇଛନ୍ତି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ବାଂଲାଦେଶ। ଟିମ୍‌ ଇଣ୍ଡିଆକୁ ଫିଲ୍ଡିଂ କରିବାର ଦେଖିବାକୁ ମିଳିବ।

୭ବର୍ଷର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଇତିହାସ ସତ୍ତ୍ବେ ଉଭୟ ଏସୀୟ ପଡ଼ୋଶୀ ଚାମ୍ପିଅନ୍ସ ଟ୍ରଫିରେ ମାତ୍ର ଦ୍ବିତୀୟ ଥର ପାଇଁ ପରସ୍ପରର ମୁକାବିଲା କରିବେ। ୨୦୧୭ରେ ଭାରତ ପ୍ରଥମ ଥର ପାଇଁ ଚାମ୍ପିଅନ୍ସ ଟ୍ରଫିରେ ବାଂଲାଦେଶକୁ ଭେଟିଥିଲା। ସେହି ମ୍ୟାଚ୍‌କୁ ସହଜରେ ଜିତି ବି ଯାଇଥିଲା। ଏଣୁ ଏଥର ମଧ୍ୟ ସେହି ସଫଳତା ଦୋହରାଇବା ଲକ୍ଷ୍ୟରେ ରହିଛି। ଅନ୍ୟପକ୍ଷରେ ବାଂଲାଦେଶ ନିଜ ଚାମ୍ପିଅନ୍ସ ଟ୍ରଫି ଇତିହାସରେ ପ୍ରଥମ ଥର ପାଇଁ ଭାରତକୁ ହରାଇବାର ବିରଳ ସଫଳତା ଲାଭ କରିବା ଆଶାରେ ଅଛି।

ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ହେବାକୁ ଯାଉଥିବା ଏହି ମ୍ୟାଚ୍‌ ଲାଗି ସାରା ବିଶ୍ବର କ୍ରିକେଟ୍‌ପ୍ରେମୀ ବେଶ୍ ଉତ୍ସାହିତ ଅଛନ୍ତି। ୨୦୨୩ ଏକଦିବସୀୟ ବିଶ୍ବକପ୍ ପରେ ଭାରତ-ବାଂଲାଦେଶ ପ୍ରଥମ ଥର ଲାଗି ଭେଟାଭେଟି ହେବାକୁ ଯାଉଥିବାରୁ ଦୁଇଦେଶର ପ୍ରଶଂସକ ମଧ୍ୟ ଏହାକୁ ଚାତକ ଭଳି ଚାହି ବସିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe