ଏସିଆ କପରେ ପୁଣି ମୁହାଁମୁହିଁ ହେବେ ଭାରତ-ପାକ୍

ବର୍ଷ ଏସିଆ କପ୍ ରେ ଭାରତ ଓ ପାକିସ୍ତାନ ଥରେ ନୁହେଁ ତିନି ଥର ମୁହାଁମୁହିଁ ହୋଇପାରନ୍ତି। ତେବେ ଏସିଆ କପ ଭାରତ ପରିବର୍ତ୍ତେ ଶ୍ରୀଲଙ୍କା କିମ୍ବା ଅନ୍ୟ କୌଣସି ନିରପେକ୍ଷା ସ୍ଥାନରେ ହେବାର ସମ୍ଭାବନା ରହିଛି ।

india

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି୨୦୨୫ରେ ପାକିସ୍ତାନ ବିପକ୍ଷ ବିଜୟକୁ ଭାରତୀୟ ପ୍ରଶଂସକମାନେ ପାଳନ କରୁଥିବା ବେଳେ ଆଉ ଏକ ଖୁସି ଖବର ଆସିଛି। ମିଳିଥିବା ସୂଚନା ଅନୁଯାୟୀ, ଚଳିତ ବର୍ଷ ଏସିଆ କପ୍ ରେ ଭାରତ ଓ ପାକିସ୍ତାନ ଥରେ ନୁହେଁ ତିନି ଥର ମୁହାଁମୁହିଁ ହୋଇପାରନ୍ତି। 

କ୍ରିକବଜ୍ ର ଏକ ରିପୋର୍ଟ ଅନୁଯାୟୀ, ୨୦୨୫ ଏସିଆ କପ୍ ପାଇଁ ଭାରତକୁ ଆୟୋଜନ ଅଧିକାର ପ୍ରଦାନ କରାଯାଇଥିଲା, କିନ୍ତୁ ଭାରତ ଓ ପାକିସ୍ତାନ ମଧ୍ୟରେ ରାଜନୈତିକ ଉତ୍ତେଜନାକୁ ଦୃଷ୍ଟିରେ ରଖି ଏସିଆନ୍ କ୍ରିକେଟ୍ କାଉନସିଲ୍ (ଏସିସି) ଏହାକୁ ଏକ ନିରପେକ୍ଷ ଦେଶରେ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି। ଶ୍ରୀଲଙ୍କା ଓ ୟୁଏଇ ସମ୍ଭାବ୍ୟ ଭେନ୍ୟୁ ମଧ୍ୟରୁ ଅନ୍ୟତମ। ତଥାପି ଅଫିସିଆଲ୍ ଆୟୋଜକ ଭାରତୀୟ କ୍ରିକେଟ୍ ବୋର୍ଡ ରହିବ।

ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବରରେ ହେବାକୁ ଥିବା ଏସିଆ କପ୍ ଟି-୨୦ ଫର୍ମାଟରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୯ଟି ମ୍ୟାଚ୍ ଖେଳାଯିବ। ଆପଣଙ୍କୁ ମନେଥିବ ଯେ ୨୦୨୫ ଚାମ୍ପିୟନ୍ସ ଟ୍ରଫି ପାକିସ୍ତାନରେ ଆୟୋଜନ ହେବାର ଥିଲା, କିନ୍ତୁ ସୁରକ୍ଷା କାରଣରୁ ଭାରତ ସେଠାରେ ଖେଳିବାକୁ ମନା କରିଦେଇଛି। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଭାରତ ତା'ର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe