ଭାରତର ଉଦାରତା : ରିହାନାଙ୍କ ବିବାଦୀୟ ଟ୍ବିଟ୍‌ ସତ୍ତ୍ବେ ବାର୍ବାଡୋସ୍‌କୁ ଭାରତ ପଠାଇଲା ଲକ୍ଷେ କୋଭିଡ୍‌ ଟିକା

Advertisment
ଭାରତର ଉଦାରତା : ରିହାନାଙ୍କ ବିବାଦୀୟ ଟ୍ବିଟ୍‌ ସତ୍ତ୍ବେ ବାର୍ବାଡୋସ୍‌କୁ ଭାରତ ପଠାଇଲା ଲକ୍ଷେ କୋଭିଡ୍‌ ଟିକା

ନୂଆଦିଲ୍ଲୀ : ଭାରତରେ ଜାରି ରହିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ କରି ବାର୍ବାଡୋସ୍‌ର ଗାୟିକା ତଥା ସାମାଜିକ କର୍ମୀ ରବିନ୍‌ ରିହାନା ସାମାଜିକ ଗଣମାଧ୍ୟମରେ ଆନ୍ତର୍ଜାତିକ ସ୍ତରରେ ହଇଚଇ ସୃଷ୍ଟି କରିଥିବା ବେଳେ ଭାରତ ସରକାର ତାଙ୍କ ଦେଶକୁ କୋଭାକ୍ସିନ୍‌ ଟିକାର ଏକଲକ୍ଷ ମାତ୍ରା ପଠାଇ ନିଜ ଚରମ ଉଦାରତାର ପ୍ରମାଣ ଦେଇଛି। ଏଥିପାଇଁ ବାର୍ବାଡୋସ୍‌ର ପ୍ରଧାନମନ୍ତ୍ରୀ ମିଆ ଅମର ମୋଟଲେ ଟ୍ବିଟ୍‌ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି। ଏହି କାରବୀୟ ଦେଶକୁ କୋଭିଡ୍‌ ଟିକା ଦାନ କରିବା ପାଇଁ ପୂର୍ବରୁ ମୋଟଲେ ଅନୁରୋଧ କରିଥିଲେ।

ତେବେ ବିଶ୍ବ ପ୍ରସିଦ୍ଧ ବାର୍ବାଡୀୟ ଗାୟିକା ରିହାନାଙ୍କ ଏଭଳି ଭାରତ ବିରୋଧୀ ଆଭିମୁଖ୍ୟ ଭାରତର ଦୟାଶୀଳତାରେ ସାମାନ୍ୟତମ ଆଞ୍ଚ ପହଞ୍ଚାଇ ପାରିନାହିଁ। କୋଭିଡ୍‌ର ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଟିକା ପ୍ରଦାନ ପୂର୍ବକ ଭାରତ ଦେଖାଇଥିବା ସହାନୁଭୂତି ପାଇଁ ପ୍ରଧାନମନ୍ତ୍ରୀ ମୋଟଲେ ତାଙ୍କ ସରକାର ଓ ଦେଶବାସୀଙ୍କ ତରଫରୁ ଭାରତର ଜନସାଧାରଣ, ସରକାର ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କୃତଜ୍ଞତା ଜ୍ଞାପନ କରିବା ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe