Advertisment

ରୁଷ-ଆମେରିକା ଆଲୋଚନାକୁ ଭାରତର ସ୍ବାଗତ

Advertisment

ରୁଷ ଓ ଆମେରିକା ମଧ୍ୟରେ ଆସନ୍ତା ଅଗଷ୍ଟ ୧୫ ତାରିଖରେ ଆଲାସ୍କାରେ ଏକ ବୈଠକ କରିବାକୁ ହୋଇଥିବା ସହମତିକୁ ସ୍ବାଗତ କରିଛି ଭାରତ । ଏହି ବୈଠକରେ ୟୁକ୍ରେନ ଯୁଦ୍ଧ ଶେଷ ହେବାର ରାସ୍ତା ଖୋଲିବାର ସମ୍ଭାବନା ରହିଛି ବୋଲି ଭାରତ କହିଛି । 

ରୁଷ ଓ ଆମେରିକା ମଧ୍ୟରେ ଆସନ୍ତା ଅଗଷ୍ଟ ୧୫ ତାରିଖରେ ଆଲାସ୍କାରେ ଏକ ବୈଠକ କରିବାକୁ ହୋଇଥିବା ସହମତିକୁ ସ୍ବାଗତ କରିଛି ଭାରତ । ଏହି ବୈଠକରେ ୟୁକ୍ରେନ ଯୁଦ୍ଧ ଶେଷ ହେବାର ରାସ୍ତା ଖୋଲିବାର ସମ୍ଭାବନା ରହିଛି ବୋଲି ଭାରତ କହିଛି । 

usa

ନୂଆଦିଲ୍ଲୀ : ରୁଷ ଓ ଆମେରିକା ମଧ୍ୟରେ ଆସନ୍ତା ଅଗଷ୍ଟ ୧୫ ତାରିଖରେ ଆଲାସ୍କାରେ ଏକ ବୈଠକ କରିବାକୁ ହୋଇଥିବା ସହମତିକୁ ସ୍ବାଗତ କରିଛି ଭାରତ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ହେବାକୁ ଥିବା ଏହି ବୈଠକରେ ୟୁକ୍ରେନ ଯୁଦ୍ଧ ଶେଷ ହେବାର ରାସ୍ତା ଖୋଲିବାର ସମ୍ଭାବନା ରହିଛି ବୋଲି ଭାରତ କହିଛି । 

ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତି ଜାରି କରି ଏହି ଆଲୋଚନାକୁ ସ୍ବାଗତ କରାଯାଇଛି । ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ “ଏହି ବୈଠକ ୟୁକ୍ରେନରେ ଚାଲିଥିବା ସଂଘର୍ଷର ଅନ୍ତ ଆଣିବା ଏବଂ ଶାନ୍ତିର ସମ୍ଭାବନା ଖୋଲିବାର ପ୍ରତିଶ୍ରୁତି ରଖିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ଥର କହିଛନ୍ତି, “ଏହା ଯୁଦ୍ଧର ଯୁଗ ନୁହେଁ”। ତେଣୁ ଭାରତ ଆଗାମୀ ଶିଖର ସମ୍ମିଳନୀ ବୈଠକକୁ ସମର୍ଥନ କରେ ଏବଂ ଏହି ପ୍ରୟାସଗୁଡ଼ିକୁ ସମର୍ଥନ କରିବାକୁ ପ୍ରସ୍ତୁତ ଅଛି।”

ସୂଚନାଯୋଗ୍ୟ ଯେ ଆଲାସ୍କା ହେଉଛି ଆମେରିକାର ଏକ ରାଜ୍ୟ ଓ ଏହା ରୁଷର ନିକଟରେ ଅବସ୍ଥିତ । ପୂର୍ବରୁ ଆଲାସ୍କା ରୁଷୀୟ ସାମ୍ରାଜ୍ୟର ଏକ ଅଂଶ ଥିଲା । କିନ୍ତୁ ୧୮୬୭ରେ ରୁଷର ସମ୍ରାଟ ଆଲାସ୍କାକୁ ଆମେରିକାକୁ ବିକ୍ରି କରିଦେଇଥିଲେ । ଏଣୁ ୨୦୧୫ ପରେ ପ୍ରଥମ ଥର ପାଇଁ ଆମେରିକା ଯାତ୍ରା କରିବେ ପୁଟିନ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe