ଜାତିସଂଘରେ ପାକ୍ ଉପରେ ବର୍ଷିଲା ଭାରତ ନିଜ ଲୋକଙ୍କ ଉପରେ ଆକ୍ରମଣ କରୁଛି

ଜାତିସଂଘ ମାନବାଧିକାର ପରିଷଦ (ୟୁଏନ୍‌ଏଚ୍‌ସିଆର୍‌)ରେ ଭାରତ ପାକିସ୍ତାନ ଉପରେ ପ୍ରବଳ ବର୍ଷିଛି। ଖାଇବର ପଖତୁନ୍‌ଖ୍ବାରେ ପାକିସ୍ତାନ ନିଜ ଲୋକଙ୍କ ଉପରେ ବୋମା ବର୍ଷା କରିଥିବାରୁ ଭାରତ ଏଥିପାଇଁ ପାକିସ୍ତାନକୁ କଡ଼ା ନିନ୍ଦା କରିଛି।

gjgdjdgjbcbn

ନୂଆଦିଲ୍ଲୀ: ଜାତିସଂଘ ମାନବାଧିକାର ପରିଷଦ (ୟୁଏନ୍‌ଏଚ୍‌ସିଆର୍‌)ରେ ଭାରତ ପାକିସ୍ତାନ ଉପରେ ପ୍ରବଳ ବର୍ଷିଛି। ଖାଇବର ପଖତୁନ୍‌ଖ୍ବାରେ ପାକିସ୍ତାନ ନିଜ ଲୋକଙ୍କ ଉପରେ ବୋମା ବର୍ଷା କରିଥିବାରୁ ଭାରତ ଏଥିପାଇଁ ପାକିସ୍ତାନକୁ କଡ଼ା ନିନ୍ଦା କରିଛି। ଭାରତ କହିଛି  ପାକିସ୍ତାନ ନିଜ ଲୋକଙ୍କ ଉପରେ ବୋମା ମାଡ଼ କରୁଥିବା ବେଳେ ଭାରତ ବିରୋଧରେ ଭିତ୍ତିହୀନ ଏବଂ ଉତ୍ତେଜନାପୂର୍ଣ୍ଣ ଅଭିଯୋଗ ଆଣିବାପାଇଁ ଅନ୍ତର୍ଜାତୀୟ ମଞ୍ଚକୁ ଅପବ୍ୟବହାର କରୁଛି। ମାନବାଧିକାର ପରିଷଦର ୬୦ତମ ଅଧିବେଶନ‌ରେ ଉଦ୍‌ବୋଧନ ଦେଇ ଭାରତୀୟ କୂଟନୀତିଜ୍ଞ  କ୍ଷିତିଜ ତ୍ୟାଗୀ କହିଛନ୍ତି,  ଇସଲାମାବାଦ ଅତି ଶୋଚନୀୟ ଅବସ୍ଥାରେ ଥିବା ନିଜର ଆର୍ଥିକ ସ୍ଥିତିରେ ସୁଧାର ଆଣିବା ଉପରେ ଫୋକସ୍‌ କରିବା ଉଚିତ।  ତ୍ୟାଗୀ କହିଛନ୍ତି, ପାକିସ୍ତାନ ଲଗାତାର ଅନ୍ତର୍ଜାତୀୟ ମଞ୍ଚକୁ ଭାରତ ବିରୋଧରେ ଅପବ୍ୟବହାର କରୁଛି।   

ୟୁଏନ୍‌ଏଚ୍‌ଆର୍‌ସି ଅଧିବେଶନର ଏଜେଣ୍ଡା ଆଇଟମ୍-୪ରେ ଭା‌ଷଣ ଦେବା ସମୟରେ ପାକିସ୍ତାନକୁ କଡ଼ା ନିନ୍ଦା କରି ତ୍ୟାଗୀ କହିଛନ୍ତି,  ଆମ ଅଞ୍ଚଳକୁ ଲୋଭ କରିବା ପରିବର୍ତ୍ତେ, ସେମାନେ ସେମାନଙ୍କ ଅବୈଧ ନିୟନ୍ତ୍ରଣରେ ଥିବା ଭାରତୀୟ ଅଞ୍ଚଳକୁ ଖାଲି କରି ଦୟନୀୟ ଅର୍ଥନୀତି ଏବଂ ଅତି ଖରାପ ମାନବାଧିକାର ରେକର୍ଡକୁ ସୁଧାରିବା  ଉପରେ ଧ୍ୟାନ ଦେବା ଭଲ ହେବ। ହୁଏତ ଯେତେବେଳେ ସେମାନେ ଆତଙ୍କବାଦ ରପ୍ତାନି କରିବା, ଜାତିସଂଘ ଦ୍ୱାରା ନିଷିଦ୍ଧ ଆତଙ୍କବାଦୀମାନଙ୍କୁ ଆଶ୍ରୟ ଦେବା ଏବଂ ନିଜ ଲୋକଙ୍କ ଉପରେ ବୋମା ମାଡ଼ କରିବାରୁ ସମୟ ପାଇବେ ସେତେବେଳେ ତାହା ହୋଇପାରିବ ବୋଲି ତ୍ୟାଗୀ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଖାଇବର ପଖତୁନ୍‌ଖ୍ୱା ପ୍ରଦେଶର ତିରାହ ଉପତ୍ୟକାର ମାତ୍ରେ ଦାରା ଗାଁରେ ପାକିସ୍ତାନୀ ବାୟୁସେନା ନିଜ ଲୋକଙ୍କ ଉପରେ ବୋମା ମାଡ଼ କରିବାର ଗୋଟିଏ ଦିନ ପରେ ଭାରତ ଏଭଳି ଭର୍ତ୍ସନା କରିଛି। ଏହି ଆକ୍ରମଣରେ ମହିଳା ଓ ଶିଶୁ ସମେତ ଅତି କମ୍‌ରେ ୩୦  ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe