ଭାରତ ସର୍ବଦା ନେତାଜୀଙ୍କ ପ୍ରତି କୃତଜ୍ଞ ରହିବ: ପ୍ରଧାନମନ୍ତ୍ରୀ ମୋଦୀ

Advertisment
ଆଜି ଜନ୍ମଦିନ: ସୁଭାଷ ଚନ୍ଦ୍ର ବୋଷ

Image Source: Zee News

ନୂଆଦିଲ୍ଲୀ: ଗୁରୁବାର ଦିନ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୩ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ କହିଛନ୍ତି ତାଙ୍କର ଅତୁଳନୀୟ ସାହସ ଏବଂ ଔପନିବେଶବାଦକୁ ପ୍ରତିରୋଧ କରିବା ନିମନ୍ତେ ଅବିସ୍ମରଣୀୟ ଅବଦାନ ନିମନ୍ତେ ଜାତି ତାଙ୍କ ପ୍ରତି ସର୍ବଦା କୃତଜ୍ଞ ରହିବ। ବ୍ରିଟିସ୍‌ ରାଜତ୍ୱ ସମୟରେ ଭାରତୀୟମାନଙ୍କର ପ୍ରଗତି ଏବଂ ମଙ୍ଗଳ ନିମନ୍ତେ ଆଗଭର ହୋଇଥିବା ନେତାଜୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି।

ସେ ଟୁଇଟ୍‌ କରିଛନ୍ତି: ସାହସିକତା ଏବଂ ଔପନିବେଶବାଦକୁ ପ୍ରତିରୋଧ କରିବା ନିମନ୍ତେ ଅବିସ୍ମରଣୀୟ ଅବଦାନ ନିମନ୍ତେ ଭାରତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତି ସର୍ବଦା କୃତଜ୍ଞ ରହିବ। ଭାରତୀୟମାନଙ୍କ ପ୍ରଗତି ଏବଂ ମଙ୍ଗଳ ପାଇଁ ସେ ସ୍ୱର ଉତ୍ତୋଳନ କରିଥିଲେ।

publive-image Netaji Birth Place in Cuttack in Odisha

ନେତାଜୀଙ୍କ ପିତାଙ୍କୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି: ୧୮୯୭ ମସିହା ଜାନୁଆରି ୨୩ ତାରିଖ ଦିନ ଜାନକୀନାଥ ବୋଷ ତାଙ୍କ ଡାଏରିରେ ଲେଖିଥିଲେ: ମଧ୍ୟାହ୍ନରେ ପୁଅଟିଏ ଜନ୍ମ ହୋଇଛି।

ପରେ ଏହି ପୁଅ ଜଣେ ନିର୍ଭିକ ସ୍ୱାଧୀନତା ସଂଗ୍ରାମୀ ଏବଂ ଚିନ୍ତାନାୟକ ହେଲେ, ଯିଏ ଭାରତର ସ୍ୱାଧୀନତା ଲାଗି ନିଜର ଜୀବନ ସମର୍ପି ଦେଇଥିଲେ। ମୁଁ ନେତାଜୀଙ୍କ ବୋଷଙ୍କ କଥା କହୁଛି, ଯାହାଙ୍କୁ ଆଜି ତାଙ୍କ ଜୟନ୍ତୀରେ ସଗର୍ବ ସ୍ମରଣ କରୁଛୁ।

India will always remain grateful to 'Netaji' Subhash Chandra Bose, says PM Modi

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe