୧୭ ଦିନ ମଧ୍ୟରେ ଭାରତ ପୁଣି ଆକ୍ରମଣ କରିବ: ପାକିସ୍ତାନୀ ନେତାଙ୍କ ଭବିଷ୍ୟବାଣୀ

ଜଣେ ପାକିସ୍ତାନୀ ନେତା ଭବିଷ୍ୟବାଣୀ କରିଛନ୍ତି ଯେ, ଭାରତ ଆଗାମୀ ୧୭ ଦିନ ମଧ୍ୟରେ ପାକିସ୍ତାନ ଉପରେ ପୁଣି ଆକ୍ରମଣ କରିପାରେ। ଏହି ବିବୃତି ଅପରେସନ ସିନ୍ଦୂର ପରେ ସାମ୍ପ୍ରତିକ ଉତ୍ତେଜନା ଏବଂ ଭୟକୁ ପ୍ରତିଫଳିତ କରିଛି। ନେତା କହିଛନ୍ତି, ଯୁଦ୍ଧବିରତି ଅସ୍ଥାୟୀ ଏବଂ ପାକିସ୍ତାନ ସତର୍କ ରହିବା ଉଚିତ୍....

India will attack again in 17 days: Pakistani leader predicts

India will attack again in 17 days: Pakistani leader predicts Photograph: (sambad.in)

ଇସଲାମାବାଦ: ଅପରେସନ ସିନ୍ଦୁର ପରେ ଭାରତ ପାକିସ୍ତାନର ଆକ୍ରମଣର  କଡ଼ା ଜବାବ ଦେଇଛି । ପାକିସ୍ତାନ ସେହି ଯନ୍ତ୍ରଣାକୁ ଭୁଲି ପାରୁନାହିଁ। ଏପରିସ୍ଥଳେ ପାକିସ୍ତାନୀ ନେତାମାନେ ଭାରତ ପୁଣି ଆକ୍ରମଣ  କରିବ ବୋଲି ଭୟ କରିବା ଆରମ୍ଭ କରିଛନ୍ତି। ଯୁଦ୍ଧବିରତି ପରେ ମଧ୍ୟ ପାକିସ୍ତାନୀ ନେତାମାନେ କହୁଛନ୍ତି ଯେ, ଭାରତ ପୁଣି ଥରେ ପାକିସ୍ତାନ ଉପରେ ଆକ୍ରମଣ କରିବ। ଏପରି ମନ୍ତବ୍ୟରୁ ବୁଝାପଡୁଛି, ଯୁଦ୍ଧବିରତି ପରେ ମଧ୍ୟ ପାକିସ୍ତାନରେ ଭାରତ ପ୍ରତି ଭୟ ରହିଛି।

ପାକିସ୍ତାନର ନ୍ୟୁଜ୍ ଚ୍ୟାନେଲ୍ ସାମା ଟିଭିର ଏକ କାର୍ଯ୍ୟକ୍ରମରେ, ଆୱାମୀ ମୁସଲିମ୍ ଲିଗ୍ (ଏଏମଏଲ) ମୁଖ୍ୟ ଏବଂ ପୂର୍ବତନ ମନ୍ତ୍ରୀ ନଦୀମ ମାଲିକ କହିଛନ୍ତି, ମେ’ ମାସ ଏକ ଗୁରୁତ୍ୱପୂର୍ଣ୍ଣ ମାସ ହେବ। ବିଶେଷକରି ଆଗାମୀ ୧୭ ଦିନ ଅତ୍ୟନ୍ତ ଗୁରତ୍ବପୂର୍ଣ୍ଣ ରହିବ। କାରଣ ଯୁଦ୍ଧବିରତି ଘୋଷଣା ସତ୍ତ୍ୱେ ଉତ୍ତେଜନା ବହୁତ ଅଧିକ ରହିଛି। ସେ କହିଛନ୍ତି, ୧୭ ଦିନ ମଧ୍ୟରେ ଭାରତ ପୁଣି ଥରେ ପାକିସ୍ତାନର ଉତ୍ତେଜନା ବୃଦ୍ଧି କରିପାରେ ଏବଂ ଆକ୍ରମଣ କରିପାରେ। କାରଣ ଭାରତ କହିଛି, ଯୁଦ୍ଧ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ।

ସେ କହିଛନ୍ତି ଯେ, ପାକିସ୍ତାନ ସତର୍କ ରହିବା ଉଚିତ୍। କାରଣ ଉତ୍ତେଜନା ଆହୁରି ବୃଦ୍ଧି ପାଇବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ଗୋଟିଏ ସମୟରେ, ମାଲିକ ପାକିସ୍ତାନ ସେନାର ମିଥ୍ୟା ପ୍ରଚାରର ପୁନରାବୃତ୍ତି କରି କରିଛନ୍ତି ଯେ, ପାକିସ୍ତାନ ଯୁଦ୍ଧରେ ପାଞ୍ଚରୁ ଅଧିକ ଭାରତୀୟ ବିମାନକୁ ଖସାଇ ଦେଇଛି ଏବଂ ଜୋର ଦେଇ କହିଛନ୍ତି, ଯୁଦ୍ଧ ଶେଷ ହୋଇନାହିଁ, ଉଭୟ ପକ୍ଷଙ୍କ ମଧ୍ୟରେ କେବଳ ଏକ ଅସ୍ତ୍ରବିରତି ଜାରି ରହିଛି।

ଅଧିକ ପଢ଼ନ୍ତୁ: ପାକିସ୍ତାନକୁ ସମର୍ଥନ କରି ନାମ ନେଲେ: ଚୀନ ପରେ ତୁର୍କୀ ଉପରେ ଭାରତର ଡିଜିଟାଲ୍‌ ଷ୍ଟ୍ରାଇକ୍‌

ପାକିସ୍ତାନୀ ନେତାମାନଙ୍କ ମଧ୍ୟରେ ଭାରତୀୟ ଆକ୍ରମଣର ଏଭଳି ଭୟ କୌଣସି ନୂଆ କଥା ନୁହେଁ। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ପାକିସ୍ତାନ ଦୁଇ ସପ୍ତାହ ପର୍ଯ୍ୟନ୍ତ ଭୟର ଛାୟାରେ ରହିଥିଲା।  ମେ’ ୭ ତାରିଖରେ ଭାରତ ଅପରେସନ ସିନ୍ଦୂର କରି ଏହି ଭୟକୁ ବାସ୍ତବରେ ପରିଣତ କଲା। ଭାରତୀୟ ସେନା ଅପରେସନ ସିନ୍ଦୂର କରି ପାକିସ୍ତାନୀ ଆତଙ୍କବାଦୀଙ୍କ ନଅଟି ଆଡ୍ଡାକୁ ଧ୍ୱଂସ କରିଥିଲା ​​ଏବଂ ୧୦୦ରୁ ଅଧିକ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲା।

ଏହା ପରେ ପାକିସ୍ତାନ ଡ୍ରୋନ୍ ଏବଂ ମିସାଇଲ୍ ସାହାଯ୍ୟରେ ଭାରତ ଉପରେ ଆକ୍ରମଣ କରିଥିଲା। ଯାହାର ଜବାବରେ ଭାରତ ପାକିସ୍ତାନର ଅନେକ ସହରକୁ ଥରାଇ ଦେଇଥିଲା। ଯଦିଓ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଏବେ ଯୁଦ୍ଧବିରତି ରହିଛି, କିନ୍ତୁ ଭାରତ ପ୍ରତି ଭୟ ପାକିସ୍ତାନରେ ଗଭୀର ଭାବରେ ବସା ବାନ୍ଧିଛି।

ଅଧିକ ପଢ଼ନ୍ତୁ: ମେ ୨୮ରେ ଆସିବ ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ୍ ବୋମା ବିସ୍ଫୋରଣ ମାମଲାର ରାୟ

pakistan | India 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe