ଋଷ ଉପରେ ଲାଗିଥିବା ପ୍ରତିବନ୍ଧକରୁ ଲାଭ ଉଠାଇବ ଭାରତ, ଶସ୍ତାରେ କିଣିବ ତେଲ

ଋଷ ଉପରେ ଲାଗିଥିବା ପ୍ରତିବନ୍ଧକରୁ ଲାଭ ଉଠାଇବ ଭାରତ, ଶସ୍ତାରେ କିଣିବ ତେଲ

The Indian Express

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣ ପରଠାରୁ ଆମେରିକା ସମେତ ଅନେକ ପାଶ୍ଚାତ୍ୟ ଦେଶ ଋଷ ଉପରେ କଠୋର ଆର୍ଥିକ ପ୍ରତିବନ୍ଧକ ଲଗାଇଛନ୍ତି। ଆମେରିକା ଋଷ ତେଲ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏଭଳି ପରିସ୍ଥିତିରେ ଋଷ ନିଜର ଅଶୋଧିତ ତୈଳ ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ବିକ୍ରୟ କରିବାକୁ ସଂଘର୍ଷ କରୁଛି। ଏପରି ପରିସ୍ଥିତିରେ ଋଷ ନିଜର ମିତ୍ର ଦେଶ ଭାରତ ସହ ସମ୍ପର୍କ କରିଛି | ଏ ବାବଦରେ ଭାରତୀୟ ଅଧିକାରୀ କହିଛନ୍ତି ଯେ ରିହାତି ମୂଲ୍ୟରେ ଋଷରୁ ଅଶୋଧିତ ତୈଳ ଏବଂ ଅନ୍ୟାନ୍ୟ ଜିନିଷ କିଣିବାକୁ ସରକାର ବିଚାର କରୁଛନ୍ତି। ଭାରତୀୟ ଅଧିକାରୀ କହିଛନ୍ତି ଯେ ରୁପି-ରୁବେଲରେ ଏହି ଜିନିଷଗୁଡ଼ିକର ମୂଲ୍ୟାୟନ କରିବାକୁ ଋଷ କହିଛି। ସୂଚନା ମୁତାବକ ଭାରତ ଏହାର ତୈଳ ଆବଶ୍ୟକତାର ୮୦ ପ୍ରତିଶତ ଆମଦାନୀ କରିଥାଏ।

ଏଥିମଧ୍ୟରୁ ମାତ୍ର ୨ ରୁ ୩ ପ୍ରତିଶତ ଋଷରୁ କିଣାଯାଇଥାଏ । କିନ୍ତୁ ଗୋଟିଏ ପଟେ ୟୁକ୍ରେନ ସଙ୍କଟ ପରେ ବିଶ୍ୱରେ ଅଶୋଧିତ ତୈଳର ମୂଲ୍ୟ ୪୦ ପ୍ରତିଶତକୁ ବୃଦ୍ଧି ପାଇଥିବାବେଳେ ଅନ୍ୟପକ୍ଷରେ ଋଷ ଅଶୋଧିତ ତୈଳ ଶସ୍ତା ମୂଲ୍ୟରେ ବିକ୍ରି କରିବାକୁ ବାଧ୍ୟ ହେଉଛି। ଏଥିପାଇଁ ଭାରତ ସରକାର ଋଷରୁ ଶସ୍ତା ତେଲ କିଣିବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି | ଜଣେ ଅଧିକାରୀ କହିଛନ୍ତି, “ଋଷ ପକ୍ଷରୁ ଅଶୋଧିତ ତୈଳ ଏବଂ ଅନ୍ୟାନ୍ୟ ଜିନିଷ ଉପରେ ରିହାତି ଦିଆଯାଉଛି।

ଏହାକୁ କିଣିବାରେ ଆମର କୌଣସି ଅସୁବିଧା ନାହିଁ | କିନ୍ତୁ ଟ୍ୟାଙ୍କର୍, ବୀମା କଭର ଭଳି ଆଉ କିଛି କଥା ଉପରେ ଧ୍ୟାନ ଦେବାର ଅଛି | ଥରେ ଏହି ସମସ୍ୟାଗୁଡିକ ସମାଧାନ ହୋଇଗଲେ, ଆମେ କ୍ରୟ କରିବୁ | ପ୍ରତିବନ୍ଧକ ପରେ ବିଶ୍ୱର ଅନେକ ଦେଶ ଋଷରୁ ତେଲ କିଣିବାକୁ ମନା କରିଦେଇଛନ୍ତି | କିନ୍ତୁ ଭାରତୀୟ ଅଧିକାରୀ କହିଛନ୍ତି ଯେ ଏହି ପ୍ରତିବନ୍ଧକ ଆମଦାନୀ ଉପରେ କୌଣସି ପ୍ରଭାବ ପକାଇବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe