Advertisment

ମହାକାଶ ବ୍ୟବସାୟର ରୂପ ବଦଳାଇଦେବ ଭାରତ

Advertisment
ମହାକାଶ ବ୍ୟବସାୟର ରୂପ ବଦଳାଇଦେବ ଭାରତ

ଭାରତର ଚନ୍ଦ୍ରଯାନ-୩ ବୁଧବାର ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଛି। ଏହା ଫଳରେ ଭାରତର ମହାକାଶ ଶିଳ୍ପକୁ ପ୍ରୋତ୍ସାହନ ମିଳିବ ଏବଂ ମହାକାଶ ବ୍ୟବସାୟର ରୂପ ବଦଳିଯିବ ବୋଲି କୁହାଯାଉଛି। ଚନ୍ଦ୍ରର ଦକ୍ଷିଣମେରୁରେ ପ୍ରଥମେ ଅବତରଣ କରିବା ଲକ୍ଷ୍ୟରେ ଦୁଇ ସପ୍ତାହ ପୂର୍ବରୁ ରୁଷ୍‌ର ଲୁନା-୨୫ ଚନ୍ଦ୍ରକୁ ଯାଇଥିଲା। କିନ୍ତୁ ଅବତରଣ ପୂର୍ବରୁ ଏହା ଦୁର୍ଘଟଣାଗ୍ରସ୍ତ ହୋଇ ଚନ୍ଦ୍ରପୃଷ୍ଠରେ ଖସିପଡ଼ିଥିଲା। ଚନ୍ଦ୍ରର ଅଜ୍ଞାତ ଅଞ୍ଚଳରେ ପହଞ୍ଚିବା ପାଇଁ ହଠାତ୍ ଆରମ୍ଭ ହୋଇଥିବା ପ୍ରତିଯୋଗିତା ୧୯୬୦ ଦଶକର ମହାକାଶ ଦୌଡ଼କୁ ମନେ ପକାଇ ଦେଇଛି, ଯେତେବେଳେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ସୋଭିଏତ୍ ୟୁନିୟନ ପରସ୍ପର ସହ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। କିନ୍ତୁ ବର୍ତ୍ତମାନ ମହାକାଶ ଏକ ବ୍ୟବସାୟରେ ପରିଣତ ହୋଇଛି ଏବଂ ଚନ୍ଦ୍ରର ଦକ୍ଷିଣ ମେରୁ ଅଭିଯାନ ଏ କ୍ଷେତ୍ରରେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। କାରଣ ସେଠାରେ ଜଳ-ବରଫ ଅଛି ଯାହା ଭବିଷ୍ୟତର ଚନ୍ଦ୍ର କଲୋନି, ଖଣି ଅପରେସନ ଏବଂ ମଙ୍ଗଳ ଗ୍ରହ ଅଭିଯାନକୁ ସମର୍ଥନ କରିବ ବୋଲି ଆଶା କରାଯାଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରୋତ୍ସାହନରେ ଭାରତ ମହାକାଶ ଉତ୍‌କ୍ଷେପଣର ଘରୋଇକରଣ କରିଛି। ଆଗାମୀ ଦଶନ୍ଧି ମଧ୍ୟରେ ବିଶ୍ୱ ଉତ୍‌କ୍ଷେପଣ ବଜାରରେ ଏହାର ଅଂଶକୁ ପାଞ୍ଚଗୁଣ ବୃଦ୍ଧି କରିବାକୁ ଭାରତ ଲକ୍ଷ୍ୟ ରଖିବା ସହ ଏହି କ୍ଷେତ୍ରକୁ ବିଦେଶୀ ପୁଞ୍ଜିନିବେଶ ପାଇଁ ଖୋଲିବାକୁ ଚାହୁଛି। ଚନ୍ଦ୍ରଯାନ-୩ ସଫଳ ହେବା ପରେ ଏହି ସୁନାମକୁ ପୁଞ୍ଜି କରି ଭାରତ ପ୍ରତିଯୋଗିତାକ୍ଷମ ସ୍ବଳ୍ପ ବ୍ୟୟ ମହାକାଶ କ୍ଷେତ୍ର ଇଞ୍ଜିନିୟରିଂ ଦିଗରେ ଆଗକୁ ବଢ଼ିବ ବୋଲି ବିଶ୍ଳେଷକମାନେ ଆଶା ରଖିଛନ୍ତି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଏହି ଅଭିଯାନ ପାଇଁ ମାତ୍ର ୭୪ ନିୟୁତ ଡଲାର ବ୍ୟୟ କରିଥିଲା। ତୁଳନାତ୍ମକ ଭାବେ ଦେଖିଲେ ନାସା ୨୦୨୫ ସୁଦ୍ଧା ଆର୍ଟେମିସ୍ ଚନ୍ଦ୍ର କାର୍ଯ୍ୟକ୍ରମରେ ପ୍ରାୟ ୯୩ ବିଲିୟନ ଡଲାର ଖର୍ଚ୍ଚ କରିବ ବୋଲି ଆମେରିକା ମହାକାଶ ଏଜେନ୍ସିର ଇନ୍ସପେକ୍ଟର ଜେନେରାଲ ଆକଳନ କରିଛନ୍ତି। ନୂଆଦିଲ୍ଲୀର ମନୋହର ପାରିକର ଇନଷ୍ଟିଚ୍ୟୁଟ୍ ଫର୍ ଡିଫେନ୍ସ ଷ୍ଟଡିଜ୍ ଆଣ୍ଡ୍ ଆନାଲିସିସ୍‌ର ପରାମର୍ଶଦାତା ଅଜୟ ଲେଲେ କହିଛନ୍ତି, ଏହି ମିସନ ସଫଳ ହେବା କ୍ଷଣି ଏହା ସହ ଜଡ଼ିତ ସମସ୍ତଙ୍କ ପ୍ରୋଫାଇଲ ଉନ୍ନତତର ହୋଇଯାଇଛି। ଯେତେବେଳେ ବିଶ୍ୱ ଏଭଳି ଏକ ମିସନକୁ ଦେଖୁଛି, ସେମାନେ ଇସ୍ରୋକୁ ଏକୁଟିଆ ଦେଖୁନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe