ଚୀନ୍‌-ପାକିସ୍ତାନ ସହ ସମରାଭ୍ୟାସ କରିବ ଭାରତ !

Advertisment

ଗଲଵାନ ଅଘଟଣ ଇତିହାସର ଏକ ସଂକ୍ଷିପ୍ତ ମୁହୂର୍ତ୍ତ: ଚୀନ୍‌

ଗଲଵାନ ଅଘଟଣ ଇତିହାସର ଏକ ସଂକ୍ଷିପ୍ତ ମୁହୂର୍ତ୍ତ: ଚୀନ୍‌

ଚୀନ୍‌-ପାକିସ୍ତାନ ସହ ସମରାଭ୍ୟାସ କରିବ ଭାରତ !

The Economic Times

ନୁଆଦିଲ୍ଲୀ: ଆସନ୍ତା ମାସରେ ରୁଷିଆ ଦ୍ବାରା ଆୟୋଜିତ ହେବାକୁ ଥିବା ଏକ ବହୁଦେଶୀୟ ସମରାଭ୍ୟାସରେ ଚୀନୀ ଓ ପାକିସ୍ତାନୀ ସୈନିକଙ୍କ ସହ ଭାରତୀୟ ଯବାନମାନେ ଯୋଗଦେବେ ବୋଲି ଜଣାଯାଇଛି। ସମ୍ପ୍ରତି ଚୀନ୍‌ ସହ ସୀମାରେ ଉତ୍ତେଜନା ଲାଗିରହିବା ସାଙ୍ଗକୁ ପାକିସ୍ତାନ ସହ ବହୁ ପୁରୁଣା ସୀମା ବିବାଦ ରହି ଆସିଥିବା ବେଳେ ଏ ପ୍ରକାର ସମ୍ମିଳିତ ସମରାଭ୍ୟାସ ଚର୍ଚ୍ଚାର ବିଷୟ ହୋଇଛି। ସେପ୍ଟେମ୍ବର ୧୫ରୁ ୨୬ ତାରିଖ ଯାଏ ଦକ୍ଷିଣ ରୁଷିଆର ଆଷ୍ଟ୍ରାଖାନ୍‌ ଅଞ୍ଚଳରେ ହେବାକୁ ଥିବା ଏହି ‘କାଉକାଜ୍‌-୨୦୨୦’ ନାମକ ରୁଷୀୟ ସମରାଭ୍ୟାସରେ ଭାରତ ପକ୍ଷରୁ ୨୦୦ ଜଣ ସାମରିକ ଅଧିକାରୀ ଓ ସୈନିକ ଯୋଗଦେବେ ବୋଲି ଜଣାଯାଇଛି। ତେବେ ସାମ୍ପ୍ରତିକ ସ୍ଥିତିରେ ଚୀନ୍‌ ସୈନିକଙ୍କ ସହ ମିଶି କୌଣସି ସମରାଭ୍ୟାସ କରିବା ଘଟଣାକୁ ଅନେକ ନାପସନ୍ଦ କରୁଥିବା ବେଳେ ଆମ ଯବାନମାନେ କେବଳ ଚୀନୀ କି ପାକିସ୍ତାନୀ ସୈନିକଙ୍କ ସହ ଅନୁଭୂତି ବାଣ୍ଟିବାକୁ ଯାଉନାହାନ୍ତି ବୋଲି ଜଣେ ଭାରତୀୟ ସେନାଧିକାରୀ କହିଛନ୍ତି। ଅଧିକନ୍ତୁ ଅତି କମ୍‌ରେ ୧୮ଟି ଦେଶ ଭାଗ ନେଉଥିବା ରୁଷିଆର ଏହି ସମରାଭ୍ୟାସକୁ ସାଂଘାଇ ସହଯୋଗ ସଂସ୍ଥାନ(ଏସ୍‌ସିଓ)ର ସଦସ୍ୟ ହିସାବରେ ଆମେ ନିମନ୍ତ୍ରଣ ରକ୍ଷା କରି ଯାଉଛୁ ବୋଲି ସେ କହିଛନ୍ତି।

ଗଲଵାନ ଅଘଟଣ ଇତିହାସର ଏକ ସଂକ୍ଷିପ୍ତ ମୁହୂର୍ତ୍ତ: ଚୀନ୍‌
ନୁଆଦିଲ୍ଲୀ: ଲଦାଖ ସୀମାନ୍ତ ଗଲଵାନ ଉପତ୍ୟକାରେ ଗତ ଜୁନ୍‌ ୧୬ରେ ଚୀନୀ ସେନା ଓ ଭାରତୀୟ ଯବାନଙ୍କ ମଧ୍ୟରେ ସଂଘଟିତ ରକ୍ତାକ୍ତ ସଂଘର୍ଷ ଯେଉଁଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ, ତାହା ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଥିଲା। ଚୀନ୍‌ କି ଭାରତ କେହି ବି ଏପରି ଅଘଟଣ ଚାହୁନଥିଲେ କି ଚାହିବେନାହିଁ ମଧ୍ୟ। ତେବେ ଦୁଇ ପଡ଼ୋଶୀ ଦେଶର ସମ୍ପର୍କକୁ ତିକ୍ତ କରିଦେଇଥିବା ଏହି ଅଘଟଣ ଇତିହାସର ଏକ ସଂକ୍ଷିପ୍ତ ମୁହୂର୍ତ୍ତ ବୋଲି ଭାରତରେ ଅବସ୍ଥାପିତ ଚୀନୀ ରାଷ୍ଟ୍ରଦୂତ ସନ୍‌ ଵିଡଙ୍ଗ୍‌ ଅଭିହିତ କରିଛନ୍ତି। ଗତ ୧୮ ତାରିଖରେ ଆୟୋଜିତ ଏକ ଚୀନୀ-ଭାରତୀୟ ଯୁବ ୱେବିନାର୍‌ରେ ୱିଡଙ୍ଗ୍‌ ଏଭଳି ମନ୍ତବ୍ୟ ରଖିଥିବା ବେଳେ ତାଙ୍କ ଅଭିଭାଷଣର ଭାଷାନ୍ତର ଏଇ ମଙ୍ଗଳବାର ହିଁ ଅନ୍‌ଲାଇନ୍‌ରେ ଛଡ଼ାଯିବା ପରେ ତାହା ଜଣାପଡ଼ିଛି। ଚୀନ୍‌ ଓ ଭାରତ ମଧ୍ୟରେ ସାଂସ୍କୃତିକ ବିନିମୟ ସହ ଦୁଇ ଦେଶର ଲୋକଙ୍କ ମଧ୍ୟରେ ଏକ ସେତୁ ନିର୍ମାଣ ପାଇଁ ପରସ୍ପରକୁ ବୁଝିବା ଓ ସମ୍ମାନ ଜଣାଇବା ଲକ୍ଷ୍ୟରେ ଆୟୋଜିତ କିଛି ଚୀନୀ ବିଶେଷଜ୍ଞ, ବିଦ୍ୟାର୍ଥୀ ଏବଂ ଶିକ୍ଷାବିତ୍‌ମାନଙ୍କର ଏହି ୱେବିନାରକୁ ଵିଡଙ୍ଗ୍‌ ସମ୍ବୋଧିତ କରି ଏପରି କହିଥିଲେ।

ଭାରତ ଓ ଚୀନ୍‌ ମଧ୍ୟରେ ଗଢ଼ି ଉଠିଥିବା ଦୀର୍ଘ ୭୦ ବର୍ଷର ସମ୍ପର୍କ ଏଭଳି ଗୋଟିଏ ସଂକ୍ଷିପ୍ତ ଘଟଣା ଦ୍ବାରା ବିଦୀର୍ଣ୍ଣ ହୋଇଯିବା ଉଚିତ ନୁହେଁ। ତେବେ ଦ୍ବିପାକ୍ଷିକ ସମ୍ପର୍କ ବଜାୟ ରଖିବା ପାଇଁ ଉଭୟ ଦେଶର ସେତିକି ଦକ୍ଷତା ଓ ଅନୁଭୂତି ରହିଛି ବୋଲି ସେ କହିଛନ୍ତି। ସେହିପରି ଭାରତକୁ ଚୀନ୍‌ କେବେ ପ୍ରତିଦ୍ବନ୍ଦ୍ବୀ ବୋଲି ଭାବେନାହିଁ, ବରଂ ଜଣେ ଭାଗୀଦାର ବୋଲି ଧରିନେଇଥାଏ ଏବଂ ଏଥିରେ ଆହ୍ବାନ ଅପେକ୍ଷା ସୁଯୋଗ ଅଧିକ ରହିଛି ବୋଲି ଵି଼ଡଙ୍ଗ କହି ପରୋକ୍ଷରେ ଭାରତ ସହ ସୁସମ୍ପର୍କ ବଜାୟ ରଖିବା ଉପରେ ଗୁରୁତ୍ବାରୋପ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe