ଅତ୍ୟାଧୁନିକ ଏଆଇପି ଟେକ୍ନୋଲୋଜି ଦେବାକୁ ଋଷ ପ୍ରସ୍ତୁତ: ଶକ୍ତିଶାଳୀ ହେବ ଭାରତର ନୌଶକ୍ତି

Advertisment
ଅତ୍ୟାଧୁନିକ ଏଆଇପି ଟେକ୍ନୋଲୋଜି ଦେବାକୁ ଋଷ ପ୍ରସ୍ତୁତ: ଶକ୍ତିଶାଳୀ ହେବ ଭାରତର ନୌଶକ୍ତି

ନୂଆଦିଲ୍ଲୀ: ଭାରତର ସାମରିକ ଶକ୍ତି ଆହୁରି ଶକ୍ତିଶାଳୀ ହେବ । ଭାରତୀୟ ସେନା ଆସନ୍ନ ବିପଦକୁ ମୁକାବିଲା କରିବା ଲକ୍ଷ୍ୟରେ ସାମରିକ ଶକ୍ତିକୁ ଅଧିକ ମଜବୁତ କରିବାରେ ଲାଗିଛି । ବାୟୁସେନା ଭଳି ନୌସେନା ମଧ୍ୟ ଅନେକ ଅତ୍ୟାଧୁନିକ ଜ୍ଞାନକୌଶଳ ଆପଣାଉଛି । କିପରି ଭାବରେ ନୂତନ ଟେକ୍ନୋଲୋଜିକୁ ଆପଣାଇ ହେବ ସେଥିଲାଗି ଅନେକ ଯୋଜନା କରାଯାଉଛି ବୋଲି ଜଣାପଡ଼ିଛି । ଯଦିଓ ଆମେରିକା ଋଷ ସହ ସାମରିକ ସହବନ୍ଧନକୁ ବିରୋଧ କରୁଛି କିନ୍ତୁ ଏହି କ୍ଷେତ୍ରରେ ଋଷ ଭାରତକୁ ସମସ୍ତ ସହାୟତା ଯୋଗାଇ ଦେଉଛି । ଭାରତ ନିଜର ନୌସେନାକୁ ଋଷ ସାହାଯ୍ୟରେ ଆହୁରି ଅଧିକ ଶକ୍ତିଶାଳୀ କରିବା ଯୋଜନା କରିପାରିବ । ଋଷ ଭାରତକୁ ସାହାଯ୍ୟ କରିବା ଲାଗି ପୂର୍ଣ୍ଣ ମାତ୍ରାରେ ଆଗେଇ ଆସିବ ବୋଲି କହିଛି ।

ଏହି ନୂତନ ସାମରିକ ଜ୍ଞାନକୌଶଳ ଦେବାପାଇଁ ଉଭୟ ଦେଶ ମଧ୍ୟରେ କଥାବାର୍ତ୍ତା ଚାଲିଛି । ବୁଡ଼ାଜାହାଜରେ ଖଞ୍ଜା ଯାଉଥିବା ଏୟାର ଇନ୍ଡିପେଡେଣ୍ଟ ପପୁଲେସନ(ଏଆଇପି) ବ୍ୟବସ୍ଥାର ପ୍ରଯୁକ୍ତି ଭାରତକୁ ଦେବା ଲାଗି ଋଷ ପ୍ରସ୍ତାବ ଦେଇଛି। ଏହି ପ୍ରଯୁକ୍ତି ଲାଗିଲେ ସବମେରିନ୍ ବା ବୁଡ଼ାଜାହାଜ ଶକ୍ତଶାଳୀ ହେବ। ଋଷ ପକ୍ଷରୁ ପ୍ରଯୁକ୍ତି ହସ୍ତାନ୍ତର ପ୍ରକ୍ରିୟା ଜରିଆରେ ଏହା ଭାରତରେ ନିର୍ମାଣ କରିବା ପ୍ରସ୍ତାବ ମଧ୍ୟ ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଭାରତ ୧୦ ବିଲିୟନ ଡଲାର ଅର୍ଥ ଖର୍ଚ୍ଚକରି ଭାରତ ୬ଟି ଡିଜେଲ ଇଲେକ୍ଟ୍ରୋନିକ୍ସ ମେସିନ କିଣିପାରେ ବୋଲି ଏକ ଇଂରାଜୀ ଖବରକାଗଜରେ ପ୍ରକାଶ ପାଇଛି । ତେବେ ଏହି ମେସିନ ନିର୍ମାଣ ଲାଗି ଫ୍ରାନ୍ସ, ଜର୍ମାନୀ ଭଳି ଦେଶମାନଙ୍କର ନୂତନ ପ୍ରସ୍ତାବକୁ ମଧ୍ୟ ଅପେକ୍ଷା କରାଯିବ ବୋଲି ଜଣାପଡିଛି ।

ରିପୋର୍ଟ ଅନୁସାରେ ଏହି ନୂତନ ମେସିନର ଡିଜାଇନ କରିବା ଲାଗି ପାଖାପାଖି ୨୦୦ ମିଲିୟନ ଡଲାର ଖର୍ଚ୍ଚ କରାଯିବ । ସୂଚନ ମୂତାବକ ଏହି ଚୁକ୍ତି କରିବା ପୂର୍ବରୁ ପ୍ରଥମେ ମୋଟ ଟଙ୍କାର ୨୦ ପ୍ରତିଶତ ଅର୍ଥରାଶି ପଇଠ କରିବାକୁ ହେବ ଆଉ ତାହା ପରେ ଏହାକୁ ନିର୍ମାଣ କରାଯିବ ବୋଲି ନିୟମ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe