Image Courtesy: News Nation
ନୂଆଦିଲ୍ଲୀ : ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ପାଶ୍ଚାତ୍ୟ ଦେଶଗୁଡ଼ିକର ରୋଷର ଶିକାର ହୋଇଥିବା ରୁଷ୍ ଆହୁରି ଅଧିକ ରିହାତିରେ ତେଲ ବିକିବାକୁ ଉଦ୍ୟମ କରୁଛି। ସେହି ତେଲ ଅଧିକ ମାତ୍ରାରେ କିଣିବାକୁ ଭାରତ ଚାହୁଛି। ରୁଷ୍ର କଂପାନି ରୋଜ୍ନେଫ୍ଟରୁ ୬ ମାସ ପର୍ଯ୍ୟନ୍ତର ରିହାତିରେ ତେଲ ମଗାଇବା ଲାଗି ଆଲୋଚନା ଆରମ୍ଭ ହୋଇଛି। ତେଲ ପଠାଇବା ବେଳେ ଜାହାଜ ଓ ବୀମାର ଦେଖାଶୁଣା କରିବ ବିକ୍ରେତା ସଂସ୍ଥା। ଯଦି ଏହି ଆଲୋଚନା ସଫଳ ହେବ ତେବେ ରୁଷ୍ରୁ ଅଧିକ ତେଲ ଆସି ଭାରତରେ ପହଞ୍ଚିବ।
ରୁଷ୍ରୁ କେତେ ପରିମାଣର ତେଲ କେଉଁ ଦରରେ ମଗାଯିବ ତାହା ଚୂଡ଼ାନ୍ତ ହୋଇନାହିଁ। ଏବେବି ମୁଲଚାଲ ଜାରି ରହିଛି। ସମସ୍ତ ଜାହାଜକୁ ଫାଇନାନ୍ସ ସୁବିଧା ଦେବା ଲାଗି ବ୍ୟାଙ୍କଗୁଡ଼ିକ ସହ କଥାବାର୍ତା ଚାଲିଛି। ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ୍ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ ଭଳି ରିଫାଇନାରି ସଂସ୍ଥା ସିଧାସଳଖ ରୋଜ୍ନେଫ୍ଟରୁ ତେଲ ମଗାଉଛନ୍ତି। ଦେଶର ସରକାରୀ ଓ ଘରୋଇ ରିଫାଇନାରି ସଂସ୍ଥାଗୁଡ଼ିକ ନିଜ ଉଦ୍ୟମରୁ ରୁଷ୍ରୁ ତେଲ ମଗାଉଛନ୍ତି। ରୁଷ୍ ଉପରେ ଆମେରିକା, ବ୍ରିଟେନ୍ ଓ ୟୁରୋପୀୟ ସଂଘ କଟକଣା ଲଗାଇଥିବାରୁ ବହୁ ସଂସ୍ଥା ତେଲ କିଣିବା ବନ୍ଦ କରିଦେଇଛନ୍ତି।
Follow Us