ରୁଷ୍‌ ସହ ଶକ୍ତି, କୋଇଲାରେ ସହଯୋଗିତା ବଢ଼ାଇବ ଭାରତ: ମୋଦୀ

ଅକ୍ଟୋବର ୨୩ରେ ପ୍ରଧାନମନ୍ତ୍ରୀଙ୍କ ଅଯୋଧ୍ୟା ଗସ୍ତ

internationalnewsandviews.com

ନୂଆଦିଲ୍ଲୀ : ଶକ୍ତି ଓ ‌କୁକିଂ କୋଲ୍ କ୍ଷେତ୍ରରେ ରୁଷ୍‌ ସହ ସହଯୋଗିତା ବଢ଼ାଇବା ଉପରେ ସରକାର ଗୁରୁତ୍ବ ଦେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଭର୍ଚୁଆଲ୍ ମାଧ୍ୟମରେ ସପ୍ତମ ପୂର୍ବାଞ୍ଚଳ ଅର୍ଥନୈତିକ ଫୋରମ୍‌କୁ ସମ୍ବୋଧିତ କରି ସେ କହିଛନ୍ତି ବର୍ତମାନର ଜଗତ୍‌କରଣ ଦୁନିଆରେ କୌଣସି ଗୋଟିଏ ସ୍ଥାନରେ ଘଟୁଥିବା ଘଟଣା ସାରା ବିଶ୍ବକୁ ପ୍ରଭାବିତ କରୁଛି। ୟୁକ୍ରେନ ସଙ୍କଟ ଓ କୋଭିଡ୍ ମହାମାରୀ ଯୋଗୁଁ ଯୋଗାଣ ଶୃଙ୍ଖଳ ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଖାଦ୍ୟଶସ୍ୟ, ସାର ଓ ଇନ୍ଧନ ଆଦିର ଅଭାବ ବିକାଶଶୀଳ ଦେଶଗୁଡ଼ିକରେ ଅନୁଭୂତ ହୋଇଛି।

ଯୁଦ୍ଧ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆରମ୍ଭରୁ ଆମେ କୂଟନୈତିକ ଓ ଆଲୋଚନା ଜରିଆରେ ଶାନ୍ତିପୂର୍ଣ୍ଣ ମାଧ୍ୟମରେ ଏହି ସମସ୍ୟାର ସମାଧାନ ହେଉ ବୋଲି ଚାହୁଛୁ। ଏହି ସମ୍ମିଳନୀ ରୁଷ୍‌ର ଭ୍ଲାଡିଭୋଷ୍ଟକ୍‌ରେ ଆୟୋଜନ କରାଯାଇଛି। ୩୦ ବର୍ଷ ପୂର୍ବେ ପ୍ରଥମ ଦେଶ ଭାବେ ଭାରତ ସେଠାରେ ବାଣିଜ୍ୟ ଦୂତାବାସ ସ୍ଥାପନ କରିଥିଲା। ୨୦୧୯ରେ ଏକ କାର୍ଯ୍ୟକ୍ରମରେ ଭାରତ ଯୋଗ ଦେବାର ସୁଯୋଗ ପାଇଥିଲା ଓ ସେଠାରେ ପ୍ରଧାନମନ୍ତ୍ରୀ ମୋଦୀ ଫାର ଇଷ୍ଟ୍‌ ନୀତି ଘୋଷଟଣା କରିଛି। ତାହାର ପ୍ରଭାବରେ ରୁଷ୍‌ର ଫାର ଇଷ୍ଟ୍ ଅଂଚଳ ସହ ସହଯୋଗିତା ବିଭିନ୍ନ କ୍ଷେତ୍ରରେ ଦୃଢ଼ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe