India's Defence Minister Nirmala Sitharaman receives U.S. Defense Secretary Jim Mattis before their meeting in New Delhi, India September 26, 2017. REUTERS/Adnan Abidi
ଆଫଗାନିସ୍ତାନ: ଆମେରିକାର ପ୍ରତିରକ୍ଷା ସଚିବ ଜେମ୍ସ ମ୍ୟାଟିସ୍ଙ୍କ ସହ ସାକ୍ଷାତ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ‘ପୂର୍ବରୁ ପ୍ରକାଶ ପାଇଥିଲା ଯେ ଭାରତ, ଆଫଗାନିସ୍ତାନରେ ସେନା ମୁତୟନ କରିବ। ମାତ୍ର ସେପରି ହେବ ନାହିଁ। କିନ୍ତୁ ପୂର୍ବପରି ଚିକିତ୍ସା ଓ ବିକାଶ କ୍ଷେତ୍ରରେ ଭାରତ, ଆଫଗାନିସ୍ତାନକୁ ସାହାଯ୍ୟ କରିବ।’
ଉଲ୍ଲେଖଯୋଗ୍ୟ, ଆମେରିକାରେ ହୋଇଥିବା ବୈଠକରେ ପାକିସ୍ତାନୀ ଆତଙ୍କବାଦୀମାନଙ୍କ ସଂପର୍କରେ ଉଭୟ ପକ୍ଷରୁ ଆଲୋଚନା ହୋଇଥିଲା। ସୀତାରମଣ ଆଶ୍ୱସ୍ତି ପ୍ରଦାନ କରି କହିଥିଲେ ଯେ ପାକିସ୍ତାନ ସହ ସେ ଏ ସଂପର୍କରେ କଥା ହେବ। ଏ ସଂପର୍କରେ ମ୍ୟାଟିସ୍ କହିଛନ୍ତି ଯେ କୌଣସି ବି ମତେ ଆତଙ୍କବାଦ ସହନୀୟ ନୁହେଁ।
Follow Us