ମେ’ ୧୭ରେ କିବ୍‌ରେ ଦୂତାବାସ ଖୋଲିବ ଭାରତ

Advertisment
ମେ’ ୧୭ରେ କିବ୍‌ରେ ଦୂତାବାସ ଖୋଲିବ ଭାରତ

Zee News

କିବ୍‌ : ୟୁକ୍ରେନ୍‌ ରାଜଧାନୀ କିବ୍‌ରେ ଭାରତ ପୁଣିଥରେ ଏହାର ଦୂତାବାସ ଖୋଲିବ। ମେ’ ୧୭ ତାରିଖରେ କିବ୍‌‌ରେ ଭାରତୀୟ ଦୂତାବାସ ପୂର୍ବଭଳି କାମ କରିବ। ୟୁକ୍ରେନ୍‌ ସ୍ଥିତି ବିଗିଡ଼ିଯିବାରୁ ମାର୍ଚ୍ଚ ୧୩ ତାରିଖରେ ଭାରତ ଅସ୍ଥାୟୀ ଭାବେ କିବ୍‌ରେ ଏହାର ଦୂତାବାସ ବନ୍ଦ କରିବାପାଇଁ ନିଷ୍ପତ୍ତି ନେଇଥିଲା। ସେବେଠାରୁ ପୋଲାଣ୍ଡ୍‌ ରାଜଧାନୀରେ ଅସ୍ଥାୟୀ ଭାବେ ଭାରତୀୟ ଦୂତାବାସ କାର୍ଯ୍ୟ ଚାଲିଥିଲା। କିନ୍ତୁ ଏବେ ପୁଣିଥରେ କିବ୍‌ରେ ଭାରତୀୟ ଦୂତାବାସ ଖୋଲିବ। ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତି ଜାରି କରି ଆଜି ଏହା କୁହାଯାଇଛି। ଉଲ୍ଲେଖଯୋଗ୍ୟ, ଦେଶର ପଶ୍ଚିମ ଭାଗରେ ଆକ୍ରମଣ ତୀବ୍ର ହେବାରୁ ଭାରତ ଅସ୍ଥାୟୀ ଭାବେ ଏହାର ଦୂତାବାସ ବନ୍ଦ ରଖିବାପାଇଁ ନିଷ୍ପତ୍ତି ନେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe