ମୌସୁମୀରେ ଭାରତ ଦ୍ବିତୀୟ ପର୍ଯ୍ୟାୟ କରୋନା ମାମଲା ଦେଖିବ

ଅବରୋଧ ଅଞ୍ଚଳ ପାଇଁ ସ୍ବତନ୍ତ୍ର ରଣନୀତି: ୨୪ ଘଣ୍ଟାରେ ୩୯୦୦ ଆକ୍ରାନ୍ତ, ପ୍ରବାସୀଙ୍କ ପାଇଁ ବଢ଼ୁଛି ସଂକ୍ରମଣ

outlook india

ନୂଆଦିଲ୍ଲୀ : ଭାରତ କରୋନା ନିୟନ୍ତ୍ରଣ ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିଛି। ଆଗୁଆ ଲକ୍‌ଡାଉନ୍‌ ପାଇଁ ଭାରତରେ କ‌ରୋନା ନିୟନ୍ତ୍ରଣରେ ରହିଛି। କିନ୍ତୁ ଥରେ ଲକ୍‌ଡାଉନ୍‌ ଉଠିଲେ ଭାରତରେ ସଂକ୍ରମଣର ମାତ୍ରା କିଭଳି ରହିବ ସେନେଇ ପ୍ରଶ୍ନବାଚୀ ଉଠିଛି। କରୋନା ବଢ଼ିବ କି କମିବ ତାହା ଲକ୍‌ଡାଉନ୍‌ ଉଠିବାପରେ ତଥା କଟକଣା କୋହଳ ହେବାପରେ ନିଆଯିବାକୁ ଥିବା ପଦକ୍ଷେପ ଉପରେ ନିର୍ଭର କରୁଛି। ଲକ୍‌ଡାଉନ୍‌ ପରେ କରୋନା ମାମଲା କମିପାରେ। କିନ୍ତୁ ଜୁନ୍‌ରୁ ଅଗଷ୍ଟ ମଧ୍ୟରେ ଭାରତ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଦେଖିବ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି। ପ୍ରଫେସର ସମିତ ଭଟ୍ଟାଚାର୍ଯ୍ୟ କହିଛନ୍ତି, ବିଳମ୍ବିତ ଜୁଲାଇ କିମ୍ବା ଅଗଷ୍ଟରେ ଭାରତରେ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହେବ। କିନ୍ତୁ ସେ ସମୟରେ ଆମେ ସାମାଜିକ ଦୂରତ୍ବକୁ କିଭଳି ମାନିବା ସେହି ଅନୁଯାୟୀ ହିଁ ସଂକ୍ରମଣ ବଢ଼ିବ। ଥରେ ସ୍ବାଭାବିକ ସ୍ଥିତି ଭଳି ସବୁ କାର୍ଯ୍ୟ ଆରମ୍ଭ ହେଲେ ପୁଣିଥରେ ସଂକ୍ରମଣ ବଢ଼ିବା ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe