ରୁଷ୍‌ ସହ ଏସ୍‌-୪୦୦ ଚୁକ୍ତି ଯୋଗୁଁ ଆମେରିକାର କଟକଣା; ଟ୍ରମ୍ପ୍‌ କହିଲେ: ଖୁବ୍‌ ଶୀଘ୍ର ଭାରତ ଜାଣିପାରିବ

Advertisment
ରୁଷ୍‌ ସହ ଏସ୍‌-୪୦୦ ଚୁକ୍ତି ଯୋଗୁଁ ଆମେରିକାର କଟକଣା; ଟ୍ରମ୍ପ୍‌ କହିଲେ: ଖୁବ୍‌ ଶୀଘ୍ର ଭାରତ ଜାଣିପାରିବ

ଓ୍ଵାସିଂଟନ୍‌: ରୁଷ୍‌ ଠାରୁ ଏସ୍‌-୪୦୦ ଏୟାର୍‌ ଡିଫେନ୍‌ସ୍‌ ସିଷ୍ଟମ୍‌ କିଣିବା ନିମନ୍ତେ ଭାରତ ୫ ବିଲିୟନ୍‌ ଡଲାର୍‌ ଚୁକ୍ତି ସ୍ୱାକ୍ଷର କରିବା ପରେ ଶୃଙ୍ଖଳାଗତ କଟକଣା ‘ସିଏଏଟିଏସ୍‌ଏ’ ସଂକ୍ରାନ୍ତରେ ତାଙ୍କର ନିଷ୍ପତ୍ତି ବିଷୟରେ ଭାତର ଖୁବ୍‌ ଶୀଘ୍ର ଜାଣି ପାରିବ ବୋଲି ବୁଧବାର ଦିନ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ କହିଛନ୍ତି। ଏ ବର୍ଷ ପ୍ରାରମ୍ଭରେ ସଂଶୋଧିତ ହୋଇଥିବା ‘କାଉଣ୍ଟରିଙ୍ଗ୍‌ ଆମେରିକାଜ୍‌ ଆଡ୍‌ଭର୍‌ସାରିଜ୍‌ ଥ୍ରୁ ସାଙ୍କ୍‌ସନ୍‌ ଆକ୍ଟ୍‌’ ବା ‘ସିଏଏଟିଏସ୍‌ଏ’ କଟକଣାକୁ ଭାରତ ଉପରୁ ଉଠାଇବାକୁ କେବଳ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କର କ୍ଷମତା ରହିଛି।

ଏୟାର୍‌ ଡିଫେନ୍‌ସ୍‌ ସିଷ୍ଟମ୍‌ ଏସ୍‌-୪୦୦ କିଣିବା ନିମନ୍ତେ ଗତ ସପ୍ତାହରେ ଭାରତ ମସ୍କୋ ସହ ୫ ବିଲିୟନ୍‌ ଡଲାର୍‌ ଚୁକ୍ତି ସ୍ୱାକ୍ଷର କରିଛି। ନୂଆଦିଲ୍ଲୀ ଠାରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁତିନ୍‌ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଚୁକ୍ତି ସ୍ୱାକ୍ଷର କରିଥିଲେ।

ହ୍ଵାଇଟ୍‌ ହାଉସ୍‌ର ଓଭାଲ୍‌ ଅଫିସ୍‌ରେ ଭାରତ ଓ ରୁଷ୍‌ ସମଧ୍ୟରେ ହୋଇଥିବା ଚୁକ୍ତି ସଂକ୍ରାନ୍ତରେ ପଚରା ଯିବାରୁ ଟ୍ରମ୍ପ୍‌ କହିଲେ କି, ଭାରତ ଜାଣି ପାରିବ। ନୁହେଁ କି?
ସେ ପୁଣି କହିଲେ: ଭାରତ ଜାଣିବାକୁ ଯାଉଛି।

କେବେ ବୋଲି ପଚରାଯିବାରୁ ସେ କହିଲେ: ଆପଣମାନେ ଜାଣି ପାରିବେ। ଆପଣ କଳ୍ପନା କରିଥିବା ସମୟ ଠାରୁ ଆହୁରି ଶୀଘ୍ର।

ଟ୍ରମ୍ପ୍‌ ଏ କଥା କହିବା ବେଳେ ସେକ୍ରେଟାରି ଅଫ୍‌ ଷ୍ଟେଟ୍‌ ମାଇକ୍‌ ପୋମ୍ପେଓ ମଧ୍ୟ ସେ କୋଠରିରେ ଉପସ୍ଥିତ ଥିଲେ।

ପୋମ୍ପେଓ ଏବଂ ପ୍ରତିରାକ୍ଷା ସଚିବ ଜେମ୍‌ସ୍‌ ମ୍ୟାଟିସ୍‌ ଏହି ମାମଲାରେ ଭାରତ ଉପରୁ କଟକଣା ହଟାଇବା ସପକ୍ଷରେ ଯୁକ୍ତି ବାଢ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe