ଶାନ୍ତି ପାଇଁ ଭାରତ ସବୁପ୍ରକାରର ଉଦ୍ୟମ କରିବ, ୟୁକ୍ରେନରେ କହିଲେ ମୋଦୀ

କିବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ମଧ୍ୟରେ ଆଲୋଚନା ପରେ ଶୁକ୍ରବାର ଭାରତ ଓ ୟୁକ୍ରେନ ମଧ୍ୟରେ ୪ଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଯୁଦ୍ଧ ଦ୍ୱାରା କିଛି ହୋଇନଥାଏ। ଶାନ୍ତି ପାଇଁ ସବୁ ପ୍ରକାର ଉଦ୍ୟମରେ ଭାରତ ସକ୍ରିୟ ଭୂମିକା ଗ୍ରହଣ କରିବ।

ଅଦ୍ୟତନ ହୋଇଛି
Ukraine

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ମଧ୍ୟରେ ଆଲୋଚନା ପରେ ଶୁକ୍ରବାର ଭାରତ ଓ ୟୁକ୍ରେନ ମଧ୍ୟରେ ୪ଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣା ଦ୍ୱାରା କୃଷି, ଖାଦ୍ୟ ଶିଳ୍ପ, ଔଷଧ, ସଂସ୍କୃତି ଏବଂ ମାନବିକ ସହାୟତା କ୍ଷେତ୍ରରେ ସହଯୋଗ ସୁନିଶ୍ଚିତ ହେବ ବୋଲି ଅଧିକାରୀମାନେ କହିଛନ୍ତି।

ଏହି ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଆମେ ବୁଦ୍ଧ ଏବଂ ଗାନ୍ଧୀଙ୍କ ଭୂମିରୁ ଆସିଛୁ। ପ୍ରଥମ ଦିନରୁ ଆମ ପକ୍ଷ ହେଉଛି ଶାନ୍ତି। ମୁଁ ଏଠାକୁ ଶାନ୍ତିର ବାର୍ତ୍ତା ନେଇ ଆସିଛି। ଶେଷ ଥର ପାଇଁ ଯେତେବେଳେ ମୁଁ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଥିଲି, ମୁଁ କହିଥିଲି ଯେ ଏହା ଯୁଦ୍ଧର ସମୟ ନୁହେଁ । ଯୁଦ୍ଧ ଦ୍ୱାରା କିଛି ହୋଇନଥାଏ।“

ୟୁକ୍ରେନ-ରୁଷ୍ ମଧ୍ୟରେ ଏବେ ଯୁଦ୍ଧ ଚାଲିଛି, ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ଉପରେ ସାରା ବିଶ୍ୱର ନଜର ରହିଛି । ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଯୁଦ୍ଧ ଦ୍ୱାରା କିଛି ହୋଇନଥାଏ। ଶାନ୍ତି ପାଇଁ ସବୁ ପ୍ରକାର ଉଦ୍ୟମରେ ଭାରତ ସକ୍ରିୟ ଭୂମିକା ଗ୍ରହଣ କରିବ।

ମୋଦୀ କହିଛନ୍ତି, ଭାରତ ଓ ୟୁକ୍ରେନର ସମ୍ପର୍କ ପାଇଁ ଆଜି ଏକ ଐତିହାସିକ ଦିନ । ପ୍ରଥମ ଥର ପାଇଁ ଭାରତର କୌଣସି ପ୍ରଧାନମନ୍ତ୍ରୀ ୟୁକ୍ରେନ୍ ଆସିଛନ୍ତି, ଯାହା କି ନିଜେ ଏକ ଐତିହାସିକ ଘଟଣା। ଆସନ୍ତାକାଲି (୨୪ ଅଗଷ୍ଟ ୨୦୨୪) ଆପଣଙ୍କର ଜାତୀୟ ଦିବସ ଏବଂ ଏଥିପାଇଁ ଆମେ ଆପଣଙ୍କୁ ଅଭିନନ୍ଦନ ଜଣାଉଛୁ । ଆମେ ୟୁକ୍ରେନରେ ଶାନ୍ତି, ସୁଖ ଏବଂ ସମୃଦ୍ଧି ପାଇଁ ପ୍ରାର୍ଥନା କରୁଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe