୨୦୨୫ ଏସିଆ କପ୍‌ ଖେଳିନପାରେ ଭାରତ

୨୦୨୫ ଏସିଆ କପ୍‌ ଖେଳିନପାରେ ଭାରତ। କ୍ରିକେଟ୍ ଏସିଆ କପ୍ ଆୟୋଜନ ଓ ଏଥିରେ ଭାଗ ନେବାରୁ ଓହରିଯାଇପାରେ ଭାରତ । ଏନେଇ ବିସିସିଆଇ ପକ୍ଷରୁ ଏସୀୟ କ୍ରିକେଟ ପରିଷଦକୁ ଅବଗତ କରାଯାଇଥିବାର ସୂଚନା ମିଳିଛି ।

dasgbjv

ନୂଆଦିଲ୍ଳୀ: ସୀମାନ୍ତ ଅଞ୍ଚଳରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମ୍ପ୍ରତିକ ଶତ୍ରୁତା ଦୁଇ ଦେଶର କ୍ରିକେଟ୍‌ ଖେଳକୁ ମଧ୍ୟ ଖୁବ୍ ପ୍ରଭାବିତ କରିଛି। ଭାରତ ଏବଂ ପାକିସ୍ତାନ ପୂର୍ବରୁ ଦ୍ୱିପାକ୍ଷିକ କ୍ରିକେଟ ଖେଳିବା ବିରୋଧରେ ଥିବା ବେଳେ ଏବେ ପଡ଼ୋଶୀ ଦେଶକୁ ଆହୁରି ଅଲଗା କରିବା ପାଇଁ ଚଳିତବର୍ଷର ଏସିଆ କପ୍ ରୁ ଓହରିଯିବାକୁ ଯୋଜନା କରୁଛି ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)। ୨୦୨୫ ଏସିଆ କପ୍‌ ଖେଳିନପାରେ ଭାରତ। କ୍ରିକେଟ୍ ଏସିଆ କପ୍ ଆୟୋଜନ ଓ ଏଥିରେ ଭାଗ ନେବାରୁ ଓହରିଯାଇପାରେ ଭାରତ । ଏନେଇ ବିସିସିଆଇ ପକ୍ଷରୁ ଏସୀୟ କ୍ରିକେଟ ପରିଷଦକୁ ଅବଗତ କରାଯାଇଥିବାର ସୂଚନା ମିଳିଛି ।

ଚଳିତବର୍ଷର ପୁରୁଷ ବର୍ଗର ଏସିଆ କପ୍ ଭାରତରେ ଆୟୋଜନ ହେବାର ଥିଲା । ହେଲେ ଏବେ ମିଳିଥିବା ସୂଚନା ଅନୁସାରେ , ବିସିସିଆଇ ଏହାର ଆୟୋଜନ କିମ୍ବା ଏଥିରେ ଭାଗ ନନେବାକୁ ନିଷ୍ପତ୍ତି ନେଇଛି। ସେହିପରି ମହିଳା ଏସିଆ କପ୍ ଆସନ୍ତା ମାସ ଶ୍ରୀଲଙ୍କାରେ ହେବାର ଅଛି । ଏଥିରେ ବି ଭାରତ ଭାଗନେଇ ନ ପାରେ । 

ପାକିସ୍ତାନ କ୍ରିକେଟ୍‌ ବୋର୍ଡର ଅଧ୍ୟକ୍ଷ ମହସିନ ନକ୍‌ବି ଏବେ ଏସୀୟ କ୍ରିକେଟ୍‌ ପରିଷଦର ମୁଖ୍ୟ ଅଛନ୍ତି । ସେପ୍ଟେମ୍ବରରେ ଏସୀୟ କ୍ରିକେଟ ପରିଷଦର ବୈଠକ ବସୁଛି । ଏଥିରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରେ । ଭାରତ-ପାକିସ୍ତାନ ମଧ୍ୟରେ ଏବେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବା ବେଳେ ବିସିସିଆଇ ଏପରି ବଡ଼ ନିଷ୍ପତ୍ତି ନେଇଥିବା କୁହାଯାଉଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe