ଭାରତରେ ବର୍ଷକୁ ୮ମାସ ପର୍ଯ୍ୟନ୍ତ ଅନୁଭୂତ ହୋଇପାରେ ଗରମ!

ଭାରତରେ ବର୍ଷକୁ ୮ମାସ ପର୍ଯ୍ୟନ୍ତ ଅନୁଭୂତ ହୋଇପାରେ ଗରମ!

ନୂଆଦିଲ୍ଲୀ: ଶୀର୍ଷକ ପଢ଼ି ଆପଣ ଆଶ୍ଚର୍ଯ୍ୟ ହୋଇଯିବେଣି ନିଶ୍ଚୟ। କାରଣ ସାଧାରଣତଃ ଗ୍ରୀଷ୍ମ,ବର୍ଷା, ଶୀତ ୪ମାସ ଲେଖାଏଁ ଅନୁଭୂତ ହୋଇଥାଏ ବୋଲି ଆମେ ଜାଣିଛେ। ଏଣିକି ଭାରତରେ ଗ୍ଳୋବଲ ଓ୍ଵାର୍ମିଙ୍ଗର ପ୍ରଭାବରେ  ଗ୍ରୀଷ୍ମର ପ୍ରଭାବ ୮ମାସ ଲେଖାଏଁ ରହିବ ବୋଲି ଖବର ପ୍ରକାଶ ପାଇଛି। ତେବେ ସମଗ୍ର ଦୁନିଆରେ ଗ୍ଳୋବଲ ଓ୍ଵାର୍ମିଙ୍ଗର ବିପଦ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗୁଛି। ଜାନୁଆରି ମାସରେ ଅଷ୍ଟ୍ରେଲିଆରେ ତାପମାତ୍ରା ୪୭ଡିଗ୍ରି ପର୍ଯ୍ୟନ୍ତ ପହଞ୍ଚିଗଲାଣି।

publive-image

ସେହିପରି ଭାରତର କଥା କହିବାକୁ ଗଲେ, ପ୍ରତିବର୍ଷ ପାଣିପାଗରେ ପରିବର୍ତ୍ତନ ହେବାର ଦେଖିବାକୁ ମିଳୁଛି। ତାପମାତ୍ରା ପ୍ରତିବର୍ଷ ବୃଦ୍ଧି ପାଉଛି। ଏକ ରିପୋର୍ଟ ଅନୁଯାୟୀ, ୨୦୭୦ ବେଳକୁ ଭାରତରେ ୮ମାସ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରଭାବ ରହିବ ବୋଲି ଅନୁମାନ କରାଯାଉଛି। ବର୍ତ୍ତମାନ ଭାରତରେ ଗ୍ରୀଷ୍ମର  ପ୍ରଭାବ ମାର୍ଚରୁ ନେଇ ଜୁଲାଇ ପର୍ଯ୍ୟନ୍ତ ରହୁଛି। ଏହି ୫ମାସରେ ଭୟଙ୍କର ଗରମ ଅନୁଭୂତ ହୋଇଥାଏ। ଲୋକମାନେ ଅସହ୍ୟ ଗରମରେ ଅସ୍ତବ୍ୟସ୍ତ ହୋଇପଡ଼ନ୍ତି।  ତେବେ୨୦୭୦ମସିହା ବେଳକୁ ଗରମ ଆଠମାସ ରହିବ ବୋଲି ଏକ ଗବେଷଣାରୁ ଜଣାଯାଇଛି।

publive-image

ଗବେଷଣାକୁ କୁହାଯାଇଛି, ପ୍ରତିବର୍ଷ  ଗରମର ପ୍ରଭାବ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ବର୍ଷକୁ ତାପମାତ୍ରା ୨ଡିଗ୍ରି ସେଲସିୟସ ପର୍ଯ୍ୟନ୍ତ ବଢ଼ିପାରେ ବୋଲି ଅନୁମାନ କରାଯାଇଛି। ତାପମାତ୍ରା ବୃଦ୍ଧି ହେବା ସାମଜ ପାଇଁ ବିପଦ ସୃଷ୍ଟି କରିପାରେ। ଗରିବ, ବାହାରକୁ କାମ କରିବାକୁ ଯାଉଥିବା ଲୋକମାନେ ଏବଂ ଶ୍ୱାସ ରୋଗରେ ପୀଡିତ ଲୋକମାନଙ୍କ ପ୍ରତି ଅଧିକ ବିପଦ ରହିଛି। କେବଳ ଏତିକି ନୁହେଁ, ତାପମାତ୍ରା ବୃଦ୍ଧି ନୂଆ ରୋଗ ସୃଷ୍ଟି କରିପାରେ ବୋଲି ଡାକ୍ତରମାନେ ବି ସୂଚନା ଦେଇଛନ୍ତି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe