Image Couresy of PM's Tweet
ଗୌହାଟି: ଭାରତକୁ ବଦନାମ କରିବାକୁ, ବିଶେଷକରି ଭାରତୀୟ ଚା’କୁ ବଦନାମ କରିବା ଲାଗି ଷଡ଼ଯନ୍ତ୍ର ହେଉଥିବା କଥା କେତେକ ରିପୋର୍ଟକୁ ଉଦ୍ଦେଶ୍ୟ କରି ଆଜି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଆସାମ ଓ ପଶ୍ଚିମବଙ୍ଗ ଚା ବଗିଚା ଶ୍ରମିକଙ୍କ ପ୍ରସଙ୍ଗ ଉଲ୍ଲେଖ କରି ସେ କହିଛନ୍ତି, ଷଡ଼ଯନ୍ତ୍ରକାରୀଙ୍କୁ ସମର୍ଥନ କରୁଛନ୍ତି ବୋଲି କୁହାଯାଉଥିବା ରାଜନୈତିକ ଦଳମାନଙ୍କୁ ସେମାନେ ଜବାବ ମାଗନ୍ତୁ।
ଆଜି ଆସାମର ଶୋଣିତପୁର ଜିଲ୍ଲାରେ ଆଜି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆଜିକାଲି ଦେଶ ବିରୋଧରେ ଷଡ଼ଯନ୍ତ୍ର ଚାଲିଛି। ଭାରତର ଚା ଏବଂ ଏଥିସହ ଜଡ଼ିତ ଦେଶର ଭାବମୂର୍ତ୍ତିକୁ ବଦନାମ କରିବା ନିମନ୍ତେ ଭାରତ ବାହାରେ କେତେକ ବ୍ୟକ୍ତି ଉଦ୍ୟମ କରୁଥିବା ସମ୍ପର୍କରେ ରିପୋର୍ଟ ମିଳିଛି। ଏହି ଷଡ଼ଯନ୍ତ୍ରକାରୀଙ୍କୁ ସମର୍ଥନ କରୁଥିବା ରାଜନୈତିକ ଦଳମାନଙ୍କ ଠାରୁ ପ୍ରତ୍ୟେକ ଚା ବଗିଚା, ପ୍ରତ୍ୟେକ ଚା ଶ୍ରମିକ ଜବାବ ମାଗିବେ।
ଚା ଶ୍ରମକମାନଙ୍କ କଲ୍ୟାଣ ଯୋଜନାରେ ବଜେଟରେ ରଖାଯାଇଥିବା ୧୦୦୦ କୋଟି ଟଙ୍କା ମଞ୍ଜୁରି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଏ କଥା କହିଛନ୍ତି।
Image Courtesy of NDTVଏହାଛଡ଼ା, ଆଜି ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱନାଥ ଏବଂ ଚରାଇଦେଓ ଠାରେ ଦୁଇଟି ମେଡିକାଲ୍ କଲେଜର ଶିଳାନ୍ୟାସ କରିବା ସହ ରାଜପଥ ଓ ସଡ଼କ ପ୍ରକଳ୍ପ ‘ଆସୋମ ମାଳା’ର ଶୁଭାରମ୍ଭ କରିଛନ୍ତି।
ସ୍ୱାଧୀନତା ପରଠାରୁ ୭୦ଟି ଦଶ ବିତିଯାଇଥିଲେ ମଧ୍ୟ ଆସାମରେ ୬ଟି ମେଡିକାଲ୍ କଲେଜ ଅଛି। କିନ୍ତୁ, ଗତ ପାଞ୍ଚ ବର୍ଷରେ ଆମେ ଆଉ ଛଅଟି ମେଡିକାଲ୍ କଲେଜ ନିର୍ମାଣ ଆରମ୍ଭ କରିଛୁ। ଏହାଦ୍ୱାରା ପ୍ରତିବର୍ଷ ଆସାମ ୧୬୦୦ ‘ଏମ୍ବିବିଏସ୍’ ଡାକ୍ତର ପାଇବ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ଆସୋମ ମାଳା’ ଜାତୀୟ ଭାରତମାଳା ପ୍ରକଳ୍ପ ସହ ମିଶିବ। ଭାରତମାଳା ପ୍ରକଳ୍ପ ୫୦୦ରୁ ଅଧିକ ଜିଲ୍ଲାକୁ ଦେଶର ଚାରିଥାକିଆ ରାଜପଥରେ ସଂଯୋଗ କରିବା ଲକ୍ଷ୍ୟ ରଖିଛି।
Follow Us