ଭାରତୀୟ ବାୟୁସେନାର ସର୍ଜିକାଲ ଷ୍ଟ୍ରାଇକ୍‌ ସମୟରେ ସୀମାନ୍ତର ଗ୍ରାମବାସୀ ବଖାଣିଲେ ସେ ସମୟର ଛାତିଥରା ଅନୁଭୂତି

ଭାରତୀୟ ବାୟୁସେନାର ସର୍ଜିକାଲ ଷ୍ଟ୍ରାଇକ୍‌ ସମୟରେ ସୀମାନ୍ତର ଗ୍ରାମବାସୀ ବଖାଣିଲେ ସେ ସମୟର ଛାତିଥରା ଅନୁଭୂତି

ନୂଆଦିଲ୍ଲୀ: ପୁଲଓ୍ଵାମା ଆକ୍ରମଣର ଜବାବ ଦେବାକୁ ଯାଇ  ମଧ୍ୟରାତ୍ରରେ ଭାରତୀୟ ବାୟୁସେନା ମିରେଜ୍‌ ୨୦୦୦ ଲଢୁଆ ବିମାନ ସହିତ ଏକାଧିକ ବିମାନ ଭାରତ-ପାକ୍‌ ସୀମାର ନିୟନ୍ତ୍ରଣ ରେଖା ଭିତରକୁ ପ୍ରବେଶ କରି ବୋମା ମାଡ଼ କରିଥିଲେ। ଭାରତୀୟ ସେନା ପାକିସ୍ତାନରେ କରିଥିବା ଏହି ଆକାଶୀ ଆକ୍ରମଣରେ ଜୈସ୍‌-ଏ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନର ପ୍ରଶିକ୍ଷଣ ଶିବିର ଧ୍ୱଂସ କରିଥିବା ସୂଚନା ମିଳିଛି। ତେବେ ସୀମାକୁ ଲାଗି ରହିଥିବା ଗ୍ରାମରେ ବସବାସ କରୁଥିବା ଲୋକମାନେ  ଏହି ସର୍ଜିକାଲ ଷ୍ଟ୍ରାଇକ୍‌ ସମୟରେ କିଭଳି ଅନୁଭବ କରିଥିଲେ ତାହା ବଖାଣିଛନ୍ତି।

publive-image

ଆମେ ସୀମା ପାଖରେ ହିଁ ବସବାସ କରୁ, ତେଣୁ ନିଶ୍ଚିନ୍ତରେ ଶୋଇ ହୁଏ ନାହିଁ। ଗତ କାଲି ରାତି ପାଖାପାଖି ୨ଟା ପରେ ଆମେ ଆଉ ଶୋଇ ପାରି ନଥିଲୁ। କାରଣ ଖାଇ ସାରି ଶୋଇବାକୁ ଯାଉଥିବା ସମୟରେ ବିମାନ ଯିବା ଆସିବାର ଶବ୍ଦ ଶୁଣିବାକୁ ମିଳିଥିଲା। ଏହା ପରେ ଫାୟାରିଂ ଶବ୍ଦ ବି ଶୁଣା ଯାଇଥିଲା। କିଛିସମୟ ପରେ ଭୟଙ୍କର ବିସ୍ଫୋରଣ ହେବାଭଳି ଶବ୍ଦ ଶୁଣିବାକୁ ପାଇଥିଲୁ ବୋଲି ଅବଦ୍ଦୁଲ ରହମାନ କହିଛନ୍ତି।

ସେହିପରି ସୀମାକୁ ଲାଗି ରହିଥିବା ଗ୍ରାମରେ ବସବାସ କରୁଥିବା ନରିନ୍ଦର କୁମାର ଓ ରାମ ମହମ୍ମଦ ସରିଫ କହିଛନ୍ତି, ବିମାନ ଯିବା ଆସିବା ଶବ୍ଦ ଶୁଣି ଗ୍ରାମବାସୀ ଭୟଭୀତ ହୋଇଯାଇଥିଲେ। ମଝିରେ ମଝିରେ ବୋମାମାଡ ହେବାର ଜଣା ପଡ଼ୁଥିଲା। ସକାଳ ୭ଟା ପର୍ଯ୍ୟନ୍ତ ଏଭଳି ଶବ୍ଦ ଶୁଣିବାକୁ ମିଳିଥିଲା। ୮ଟା ବେଳକୁ ଭାରତୀୟ ବାୟୁସେନାର ଯବାନ ସର୍ଜିକାଲ ଷ୍ଟ୍ରାଇକ୍‌ କରିଛନ୍ତି ବୋଲି ଜାଣି ଖୁସି ଲାଗିଲା। ଆମ ୪୦ ଯବାନଙ୍କ ବଳିଦାନ ବ୍ୟର୍ଥ ଯାଇ ନାହିଁ।

publive-image

ଉଲ୍ଲେଖଯୋଗ୍ୟ, ଭାରତୀୟ ବାୟୁସେନାର ବୋମା ମାଡରେ ଜୈସ୍‌-ଏ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନର  କ୍ୟାମ୍ପ ଧ୍ୱଂସ ପାଇଛି। ଏହି ଆକ୍ରମଣରେ ଭାରତୀୟ ବାୟୁସେନାର ମିରେଜ୍‌ ୨୦୦୦ ଲଢୁଆ ବିମାନ ଅଂଶଗ୍ରହଣ କରିଥିଲା। ୧୦୦୦ କିଲୋଗ୍ରାମ ଓଜନର ବିସ୍ଫୋରକ ଥିବା ବୋମା ନିୟନ୍ତ୍ରଣ ରେଖା ଆରପଟରେ ଥିବା ଆତଙ୍କବାଦୀ କ୍ୟାମ୍ପ୍‌ ଉପରକୁ ନିକ୍ଷେପ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe