୧୩ ଜଣଙ୍କ ସହ ବାୟୁସେନା ବିମାନ ନିଖୋଜ

Advertisment
୧୩ ଜଣଙ୍କ ସହ ବାୟୁସେନା ବିମାନ ନିଖୋଜ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ଏକ ବିମାନ ଆଜି ନିଖୋଜ ହୋଇଯାଇଛି। ଆସାମର ଜୋରହାଟ ବିମାନ ବନ୍ଦରରୁ ଏହା ମଧ୍ୟାହ୍ନ ୧୨ଟା ୨୫ ମିନିଟରେ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ନିଖୋଜ ହୋଇଯାଇଛି। ଏଥିରେ ୧୩ ଜଣ ଲୋକ ଥିଲେ। ସେନାବାହିନୀରେ ପରିବହନ ସେବା ଯୋଗାଉଥିବା ଏହି ଆଣ୍ଟୋନୋ‌ଭ ଏଏନ-୩୨ ନାମକ ବିମାନ ଅରୁଣାଚଳ ପ୍ରଦେଶର ମେଚୁକାକୁ ଯାତ୍ରା କରିବାର ଥିଲା। ଜୋରହାଟ ଏବଂ ମେଚୁକା ମଧ୍ୟରେ ବିମାନଟି ଯାତ୍ରା କରିବା ଲାଗି ପ୍ରାୟ ୫୦ ମିନିଟ ସମୟ ଲାଗିଥାଏ। କିନ୍ତୁ ଏହି ବିମାନ ସହିତ ଅପରାହ୍ଣ ୧ଟା‌ରେ ଶେଷ ଥର ପାଇଁ ଯୋଗାଯୋଗ ହୋଇଥିଲା। ବାୟୁସେନା ପକ୍ଷରୁ ନିଖୋଜ ବିମାନକୁ ଖୋଜିବା କାର୍ଯ୍ୟ ଆରମ୍ଭ ହୋଇଯାଇଛି। ହେଲିକପ୍ଟରକୁ ଏଥିପାଇଁ ନିୟୋଜିତ କରାଯାଇଛି। ଏଥିସହିତ ସ୍ଥଳସେନା ଏବଂ ଇଣ୍ଡୋ-ତୀବ୍ଦତ ବର୍ଡର ପୁଲିସ ବିମାନକୁ ଖୋଜିବା କାର୍ଯ୍ୟରେ ସହାୟତା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe