ହାଇ ଆଲର୍ଟ ସହ ସମସ୍ତ ‘ଏୟାର ଡିଫେନ୍ସ ସିଷ୍ଟମ’କୁ ‘ଷ୍ଟ୍ରାଇକିଂ ମୋଡ଼୍‍’ରେ ରଖିଲା ଭାରତୀୟ ବାୟୁସେନା

Advertisment
ହାଇ ଆଲର୍ଟ ସହ ସମସ୍ତ ‘ଏୟାର ଡିଫେନ୍ସ ସିଷ୍ଟମ’କୁ ‘ଷ୍ଟ୍ରାଇକିଂ ମୋଡ଼୍‍’ରେ ରଖିଲା ଭାରତୀୟ ବାୟୁସେନା

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ପକ୍ଷରୁ ଆଜି ପ୍ରତ୍ୟୁଷରେ ପାକ୍‌ ଅଧିକୃତ କଶ୍ମୀର (ପିଓକେ)ରେ ଆକାଶମାର୍ଗରୁ କରା ଯାଇଥିବା ଦ୍ୱିତୀୟ ସର୍ଜିକାଲ ଷ୍ଟ୍ରାଇକ ପରେ ଭାରତ- ପାକ୍‌ ସୀମାନ୍ତରେ ଭାରତ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି। ସୀମାନ୍ତରେ ମୁତୟନ ସୀମା ସୁରକ୍ଷା ବଳଙ୍କୁ ହାଇ ଆଲର୍ଟରେ ରଖାଯିବା ସହ ଭାରତୀୟ ବାୟୁସେନା ପକ୍ଷରୁ ସମସ୍ତ ‘ଏୟାର ଡିଫେନ୍ସ ସିଷ୍ଟମ’କୁ ‘ଷ୍ଟ୍ରାଇକିଂ ମୋଡ଼୍‍’ରେ ରଖାଯାଇଛି।

publive-image

ଏତଦ୍‌ବ୍ୟତୀତ ଦେଶର ସମସ୍ତ ଅନ୍ତର୍ଜାତିକ ସୀମାକୁ ମଧ୍ୟ ହାଇ ଆଲର୍ଟ ମଧ୍ୟରେ ରଖାଯାଇଛି। ଯଦି ପାକିସ୍ତାନ ପକ୍ଷରୁ କୌଣସି ପ୍ରକାରର ସାମରିକ କାର୍ଯ୍ୟାନୁଷ୍ଠାନ ହୁଏ ତେବେ ତୁରନ୍ତ ତା’ର ଜବାବ୍‌ ଦେବା ପାଇଁ ଭାରତୀୟ ବାୟୁସେନା ପକ୍ଷରୁ ସମସ୍ତ ‘ଏୟାର ଡିଫେନ୍ସ ସିଷ୍ଟମ’କୁ ‘ଷ୍ଟ୍ରାଇକିଂ ମୋଡ଼୍‍’ରେ ରଖିଛି। ଏଥିସହ ସୀମାନ୍ତବର୍ତ୍ତୀ ରାଜ୍ୟଗୁଡ଼ିକର ପୁଲିସ୍‌ ବାହିନୀକୁ ମଧ୍ୟ ହାଇଆଲର୍ଟ ମଧ୍ୟରେ ରଖାଯିବା ସହ ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକରେ ବସବାସ କରୁଥିବା ଲୋକମାନଙ୍କୁ ପ୍ରତିଷେଧକମୂଳକ ବ୍ୟବସ୍ଥା ସ୍ୱରୂପ ସନ୍ଧ୍ୟା ପରେ କୌଣସି ପ୍ରକାରର ଆଲୋକ ନ ଜଳାଇବାକୁ ପରାମର୍ଶ ଦିଆଯାଇଛି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe