Image Courtesy of India Today
ମୋଗା: ପଞ୍ଜାବର ମୋଗା ନିକଟରେ ଗୁରୁବାର ବିଳମ୍ବିତ ରାତ୍ରୀରେ ଭାରତୀୟ ବାୟୁସେନାର ଗୋଟାଏ ‘ମିଗ୍-୨୧’ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା କଥା ବାୟୁସେନା ଅଧିକାରୀମାନେ କହିଛନ୍ତି। ଲଢୁଆ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ତଳକୁ ଖସି ପଡ଼ିବା ପୂର୍ବରୁ ତାହାକୁ ଚଳାଉଥିବା ପାଇଲଟ୍ ‘ସ୍କ୍ବାଡ୍ରୋନ୍ ଲିଡର୍ ଅଭିନବ ଚୌଧୁରୀ ବାହାରି ଯାଇଥିଲେ। ସାଂଘାତିକ ଆହତ ହେବା ପରେ ଚୌଧୁରୀଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ରୁଟିନ୍ ତାଲିମ୍ ଦେଉଥିବା ସମୟରେ ଗତ ରାତି ପ୍ରାୟ ୧ଟା ବେଳେ ବାୟୁସେନାର ‘ମିଗ୍-୨୧’ ଲଢୁଆ ବିମାନଟି ମୋଗା ଅନ୍ତର୍ଗତ ବାଘାପୁରନା ଅଞ୍ଚଳର ଲାଙ୍ଗିଆନା ଖୁର୍ଦ ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି ବାୟୁସେନା ଅଧିକାରୀମାନେ କହିଛନ୍ତି।
Image Courtesy of Yahoo Sportsସେମାନେ କହିଛନ୍ତି, ଗତକାଲି ବିଳମ୍ବିତ ରାତ୍ରରେ ପଞ୍ଜାବର ମୋଗା ନିକଟରେ ଭାରତୀୟ ବାୟୁସେନାର ଗୋଟାଏ ‘ମିଗ୍-୨୧’ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ଘଟିବା ବେଳେ ବିମାନଟି ନିୟମିତ ଉଡ଼ାଣ ପ୍ରଶିକ୍ଷଣ ଦେଉଥିଲା।
ଦୁର୍ଘଟଣାର କାରଣ ସଂକ୍ରାନ୍ତରେ କିଛି ଜଣାପଡ଼ିନାହିଁ। ତଦନ୍ତ ପାଇଁ ‘କୋର୍ଟ ଅଫ୍ ଇନ୍କ୍ବାରି’ ଆଦେଶ ଦିଆଯାଇଛି।
ସୂଚନାଯୋଗ୍ୟ, ଏହାକୁ ମିଶାଇ ଏବର୍ଷ ତିନୋଟି ‘ମିଗ୍-୨୧’ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହେଲାଣି।
Follow Us