ହିମାଚଳ ପ୍ରଦେଶରେ ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ ମୃତ

ହିମାଚଳ ପ୍ରଦେଶରେ ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ ମୃତ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ କାଙ୍ଗରା ନିକଟରେ ବାୟୁସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଭାରତୀୟ ବାୟୁସେନାର ମିଗ-୨୧ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହେବା ସହିତ ପାଇଲଟଙ୍କ ମୃତ୍ୟୁ ହୋଇଯାଇଥିବା ଖବର ମିଳିଛି। ଦୁର୍ଘଟଣାରେ ରେସକ୍ୟୁ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

ସୂଚନାଯୋଗ୍ୟ, ଭାରତୀୟ ବାୟୁସେନାରର ମିଗ-୨୧ ପଞ୍ଜାବର ପଠାନକୋଟରୁ ଯାତ୍ରା ଆରମ୍ଭ କରିଥିଲା । କିଛିସମୟ ପରେ ହିମାଚଳ ପ୍ରଦେଶର କାଙ୍ଗରା ଜିଲ୍ଲାର ପାଟ୍ଟା ଜାଟିୟାନର ଏକ କ୍ଷେତରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ତଳେ ପଡ଼ିଥିଲା। ସେଠାରେ ବିମାନର ଖଣ୍ଡବିଖଣ୍ଡିତ ଅଂଶ ପଡ଼ିଥିବା ବି ଦେଖିବାକୁ ମିଳିଛି।

publive-image

ତେବେ ସନ୍ଦେହ କରାଯାଉଛି କି, ପାଇଲଟ ବିମାନରେ ତ୍ରୁଟି ଥିବା ଜାଣିବା ପରେ ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ସେ ବିମାନରୁ ବାହାରି ଯାଇଥିଲେ। କିନ୍ତୁ ପାଇଲଟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣା ନେଇ ଆହୁରି ଖବର ମିଳିପାରେ।

ଉଲ୍ଲେଖଯୋଗ୍ୟ, ୨୦୧୬ ସେପ୍ଟେମ୍ବରରେ ମିଗ-୨୧ ଦୁର୍ଘଟଣାର ଶିକାର ହୋଇଥିବା ଖବର ମିଳିଥିଲା। ରାଜସ୍ଥାନର ବାଡମେରରେ ହୋଇଥିବା ଦୁର୍ଘଟଣାରେ ବିମାନରେ ବସିଥିବା ଦୁଇଜଣ ପାଇଲଟ ପାରାଚୁଟ ଜରିଆରେ ଡେଇଁ ନିଜ ଜୀବନ ବଞ୍ଚାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe