Image Courtesy of Mint
ଓ୍ଵାସିଂଟନ୍: ‘କର୍ମଚାରୀ ପରିଚଳାନ କାର୍ଯ୍ୟାଳୟ’ର ମୁଖ୍ୟ ଭାବେ ଭାରତୀୟ-ଆମେରିକୀୟ ଓକିଲ ତଥା ଅଧିକାରକର୍ମୀ କିରଣ ଆହୁଜାଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ’ ବାଇଡେନ୍ ମନୋନୀତ କରିଛନ୍ତି। ଏହି କାର୍ଯ୍ୟାଳୟ ଆମେରିକାର ଦୁଇ ନିୟୁତରୁ ଅଧିକ ବେସାମରିକ ସରକାରୀ କର୍ମଚାରୀଙ୍କୁ ପରିଚାଳନା କରେ।
ଯୁକ୍ତରାଷ୍ଟ୍ର ଆମେରିକା ସରକାରରେ ଏହି ଶୀର୍ଷ ପଦବୀ ମଣ୍ଡନ କରିବାରେ ୪୯ ବର୍ଷୀୟ ଆହୁଜା ପ୍ରଥମ ଭାରତୀୟ-ଆମେରିକୀୟ ହେବେ ବୋଲି ସିନେଟ୍ ସୁନିଶ୍ଚିତ କରିଛି।
Image Courtesy of Hindustan Times୨୦୧୫ରୁ ୨୦୧୭ ପର୍ଯ୍ୟନ୍ତ ଆହୁଜା ‘ଯୁକ୍ତରାଷ୍ଟ୍ର ଆମେରିକା କର୍ମଚାରୀ ପରିଚାଳନା କାର୍ଯ୍ୟାଳୟ’ରେ କର୍ମଚାରୀଙ୍କ ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ। ସାଧାରଣ ସେବା ଏବଂ ଲାଭରହିତ/ଦାତବ୍ୟ କ୍ଷେତ୍ର ନେତୃତ୍ୱରେ ତାଙ୍କର ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ଅଭିଜ୍ଞତା ରହିଛି।
ସମ୍ପ୍ରତି ଆହୁଜା ‘ଫିଲାନ୍ଥ୍ରୋପି ନର୍ଥେଓ୍ଵଷ୍ଟ୍’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରିଣୀ ଭାବେ କାର୍ଯ୍ୟରତ। ଏହି ପ୍ରତିଷ୍ଠାନ ହେଉଛି ଦାତବ୍ୟ ପ୍ରତିଷ୍ଠାନଗୁଡ଼ିକର ଏକ ଆଞ୍ଚଳିକ ନେଟ୍ଓ୍ଵାର୍କ।
ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟାୟିକ ବ୍ୟବସ୍ଥାରେ ଆହୁଜା ପ୍ରଥମେ ଜଣେ ‘ସିଭିଲ୍ ରାଇଟ୍ସ୍’ ଓକିଲ ଭାବେ କ୍ୟାରିୟର୍ ଆରମ୍ଭ କରିଥିଲେ। ୨୦୦୩ରୁ ୨୦୦୮ ପର୍ଯ୍ୟନ୍ତ ସେ ‘ନ୍ୟାସ୍ନାଲ୍ ଏସିଆନ୍ ପାସିଫିକ୍ ଆମେରିକାନ୍ ଉଇମିନ୍ସ୍ ଫୋରମ୍’ର ପ୍ରତିଷ୍ଠାତା ନିର୍ଦେଶିକା ଭାବେ କାର୍ଯ୍ୟ କରିଥିଲେ। ଏହାଛଡ଼ା, ଓବାମା-ବାଇଡେନ୍ ପ୍ରଶାସନରେ ସେ ‘ଏସିଆନ୍ ଆମେରିକାନ୍ସ୍ ଆଣ୍ଡ୍ ପାସିଫିକ୍ ଆଇଲ୍ୟାଣ୍ଡର୍ସ’ ସଂକ୍ରାନ୍ତ ହ୍ଵାଇଟ୍ ହାଉସ୍ର ଉପକ୍ରମରେ କାର୍ଯ୍ୟନିର୍ବାହୀ ନିର୍ଦେଶିକା ଭାବେ ୬ ବର୍ଷ ବିତାଇ ଥିଲେ।
ଜର୍ଜିଆର ସାଭାନ୍ନାରେ ପ୍ରତିପାଳିତ ପ୍ରବାସବାସିନୀ ଆହୁଜା ସ୍ଲେପ୍ମ୍ୟାନ୍ କଲେଜ୍ରୁ ରାଜନୀତି ବିଜ୍ଞାନରେ ସ୍ନାତକ ଏବଂ ଜର୍ଜିଆ ବିଶ୍ୱବିଦ୍ୟାଳୟରୁ ଆଇନରେ ଡିଗ୍ରି ହାସଲ କରିଛନ୍ତି।
Follow Us