ଜୋ ବାଇଡେନ୍‌ଙ୍କ ଘୋଷିତ କରୋନଭାଇରସ୍‌ ଟିମ୍‌ରେ ଭାରତୀୟ ବଂଶୋଦ୍ଭବ ଡାକ୍ତର

Advertisment
ଜୋ ବାଇଡେନ୍‌ଙ୍କ ଘୋଷିତ କରୋନଭାଇରସ୍‌ ଟିମ୍‌ରେ ଭାରତୀୟ ବଂଶୋଦ୍ଭବ ଡାକ୍ତର

Image Courtesy of eNCA

ୱାସିଂଟନ୍‌: ସୋମବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି-ନିର୍ବାଚିତ ଜୋ ବାଇଡେନ୍‌ କରୋନଭାଇରସ୍‌ ଟାସ୍କ୍‌ ଫୋର୍ସର ନେତୃତ୍ବ ଗ୍ରହଣକାରୀ ବୈଜ୍ଞାନିକମାନଙ୍କ ନାମ ଘୋଷଣା କରିଛନ୍ତି। ଏହି ପରାମର୍ଶଦାତା କମିଟିର ନେତୃତ୍ବ ‌ଗ୍ରହଣ କରୁଥିବା ତିନିଜଣ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ଭାରତୀୟ-ଆମେରିକୀୟ ଡାକ୍ତର ବିବେକ ମୂର୍ତ୍ତି।

ବାଇଡେନ୍‌ଙ୍କ ମଧ୍ୟବର୍ତ୍ତୀକାଳୀନ ଟିମ୍‌ ଜାରି କରିଥିବା ବିବୃତି ଅନୁସାରେ, ଏହି ଟାସ୍କ୍‌ ଫୋର୍ସରେ ତିନିଜଣ ସହ-ଅଧ୍ୟକ୍ଷ ରହିବେ। ସେମାନେ ହେଉଛନ୍ତି, ମହାମାରୀବିତ ତଥା ପୂର୍ବତନ ‘ଫେଡେରାଲ୍‌ ଡ୍ରଗ୍‌ ଆଡ୍‌ମିନିଷ୍ଟ୍ରେସନ୍ କମିସନର୍‌ ଡେଭିଡ୍‌ କେସ୍‌ଲର୍‌, ପୂର୍ବତନ ସର୍ଜନ୍ ଜେନେରାଲ୍‌ ବିବେକ ମୂର୍ତ୍ତି ଏବଂ ୟେଲ୍‌ ଜନସ୍ବାସ୍ଥ୍ୟ ପ୍ରାଧ୍ୟାପକ ଡାକ୍ତର ମାର୍ସେଲା ନୁନ୍‌ଏଜ୍‌-ସ୍ମିଥ୍।

publive-image Image Courtesy of India.com

ଏମାନଙ୍କ ବ୍ୟତୀତ, ଏହି ପରାମର୍ଶଦାତା ବୋର୍ଡରେ ଇମ୍ୟୁନୋଲୋଜିଷ୍ଟ୍‌ଙ୍କ ଠାରୁ ଆରମ୍ଭ କରି ମହାମାରୀବିତ୍‌, ବାୟୋଡିଫେନ୍‌ସ୍‌ ବିଶେଷଜ୍ଞ ଏବଂ ଅଗ୍ରଣୀ ଜନସ୍ବାସ୍ଥ୍ୟ ଅଧିକାରୀ ଆଦି ଆହୁରି ଦଶ ଜଣ ସଦସ୍ୟ ରହିବେ।

‘ଫାଇଜର୍’ ଏବଂ ‘ବାୟୋଏନ୍‌ଟେକ୍‌’ଦ୍ବାରା ମିଳିତଭାବେ ବିକଶିତ ଟିକା କୋଭିଡ୍‌-୧୯ ସଂକ୍ରମଣ ପ୍ରତିରୋଧ କରିବାରେ ୯୦% ଫଳପ୍ରଦ ହୋଇଥିବା କଥା ଘୋଷଣା ହେବା ପୂର୍ବରୁ ବାଇଡେନ୍‌ଙ୍କ ବିବୃତି ଜାରି ହୋଇଥିଲା। ଟିକା ପରୀକ୍ଷା ଫଳପ୍ରଦ ହୋଇଥିବା ଖବର ବୈଜ୍ଞାନିକ, ରାଜନେତା ଓ ବ୍ୟବସାୟୀଙ୍କୁ ଆନନ୍ଦିତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe