Image Courtesy of India.com
ନୂଆଦିଲ୍ଲୀ: ରାଷ୍ଟ୍ରପତି-ନିର୍ବାଚିତ ଜୋ’ ବାଇଡେନ୍ ସୋମବାର ଦିନ ଘୋଷଣା କରିବାକୁ ଥିବା କରୋନାଭାଇରସ୍ ଟାସ୍କ୍ ଫୋର୍ସରେ ଭାରତୀୟ-ଆମେରିକୀୟ ଡାକ୍ତର ବିବେକ ମୂର୍ତ୍ତିଙ୍କୁ ସାମିଲ କରାଯାଇପାରେ। କର୍ଣ୍ଣାଟକର ମୂଳ ବାସିନ୍ଦା ତଥା ଇଂଲଣ୍ଡ୍ରେ ଜନ୍ମିତ ୪୩ ବର୍ଷିୟ ଡାକ୍ତର ବିବେକ ମୂର୍ତ୍ତିଙ୍କୁ ୨୦୧୪ରେ ତତ୍କାଳୀନ ରାଷ୍ଟ୍ରପତି ବାରାକ୍ ଓବାମା ଆମେରିକାର ଊନବିଂଶତମ ‘ସର୍ଜନ୍ ଜେନେରାଲ୍’ ଭାବେ ନିଯୁକ୍ତ କରିଥିଲେ।
ପ୍ରଥମ ବିଜୟ ଅଭିଭାଷଣରେ ରାଷ୍ଟ୍ରପତି-ନିର୍ବାଚିତ ଜୋ’ ବାଇଡେନ୍ କହିଥିଲେ ଯେ, ଯୁକ୍ତରାଷ୍ଟ୍ର ଆମେରିକାର ବିଧ୍ବଂସ୍ତ ଅର୍ଥନୀତିକୁ ସୁଧାରିବା ଲାଗି କରୋନାଭାଇରସ୍ ସହ ମୁକାବିଲା ନିମନ୍ତେ ସେ କୌଣସି ଉଦ୍ୟମ ବାକି ରଖିବେ ନାହିଁ। ସେ କହିଥିଲେ, ବାଇଡେନ୍-ହ୍ୟାରିସ୍ କେରୋନାଭାଇରସ୍ ଯୋଜନାକୁ ଗ୍ରହଣ କରି ତାହାକୁ ୨୦୨୧, ଜାନୁଆରି ୨୦ ତାରିଖରେ ଆରମ୍ଭ ହେଉଥିବା ‘ଆକ୍ସନ୍ ବ୍ଲୁପ୍ରିଣ୍ଟ୍’ରେ ପରିଣତ କରିବାରେ ସହାୟତା କରିବାକୁ ‘ମଧ୍ୟବର୍ତ୍ତୀକାଳୀନ ପରାମର୍ଶଦାତା’ ଭାବେ ସୋମବାର ଦିନ ମୁଁ ଦଳେ ଅଗ୍ରଣୀ ବୈଜ୍ଞାନିକ ଓ ବିଶେଷଜ୍ଞଙ୍କ ନାମ ଘୋଷଣା କରିବି।
Image Courtesy of Hindustan Timesକିନ୍ତୁ, ଏହି କରୋନାଭାଇରସ୍ ଟାସ୍କ୍ ଫୋର୍ସର ନେତୃତ୍ବ କିଏ ନେବ, ତାହା ସେ ଘୋଷଣା କରିନାହାନ୍ତି। କେତେକ ସମ୍ବାଦ ସରବରାହ ସଂସ୍ଥାଙ୍କ କହିବା ଅନୁସାରେ, ଡାକ୍ତର ବିବେକ ମୂର୍ତ୍ତି ଏବଂ ପୂର୍ବତନ ଖାଦ୍ୟ ଏବଂ ଔଷଧ ପ୍ରଶାସନ କମିସନର୍ ଡେଭିଡ୍ କେସ୍ଲର୍ ମିଳିତ ଭାବେ ଏହି ଟାସ୍କ୍ଫୋର୍ସର ଅଧ୍ୟକ୍ଷତା କରିବେ।
Follow Us