ୟେମେନୀ ବିଦ୍ରୋହୀ ଛାଡ଼ିଥିବା ଡ୍ରୋନ୍‌ ଧ୍ବଂସ କଲା ସାଉଦୀ; ଡ୍ରୋନ୍‌ର ଭଗ୍ନାଂଶ ପଡ଼ି ଭାରତୀୟଙ୍କ ସମେତ ୧୨ ଆହତ

Advertisment
ୟେମେନୀ ବିଦ୍ରୋହୀ ଛାଡ଼ିଥିବା ଡ୍ରୋନ୍‌ ଧ୍ବଂସ କଲା ସାଉଦୀ; ଡ୍ରୋନ୍‌ର ଭଗ୍ନାଂଶ ପଡ଼ି ଭାରତୀୟଙ୍କ ସମେତ ୧୨ ଆହତ

Image Courtesy of India Today

ରିୟାଦ୍‌: ଗୋଟାଏ ଆନ୍ତର୍ଜାତିକ ବିମାନ ବନ୍ଦରକୁ ଲକ୍ଷ୍ୟ କରି ୟେମେନ୍‌ର ବିଦ୍ରୋହୀମାନେ ନିକ୍ଷେପ କରିଥିବା ଗୋଟାଏ ଡ୍ରୋନ୍‌କୁ ସାଉଦୀ ଆରବର ସେନା ଧ୍ବଂସ କରିବା ଯୋଗୁଁ ଗୁରୁବାର ଦିନ ଜଣେ ଭାରତୀୟ ନାଗରିକଙ୍କ ସମେତ ୧୨ଜଣ ସାଧାରଣ ନାଗରିକ ଆହତ ହୋଇଥିବା ରାଷ୍ଟ୍ରାୟାତ ଗଣମାଧ୍ୟମ ରିପୋର୍ଟ କରିଛି।

ରାଷ୍ଟ୍ରାୟାତ ନିଉଜ୍‌ ଏଜେନ୍‌ସି ‘ସ୍ପା’ ରିପୋର୍ଟ ଅନୁସାରେ, ୟେମେନ୍‌ରେ ଆଇନସିଦ୍ଧ ଶାସନ ଫେରାଇ ଆଣିବାକୁ ସାଉଦି ନେତୃତ୍ବାଧୀନ ମେଣ୍ଟ୍‌ ଏହି ଘଟଣାକୁ ଯୁଦ୍ଧ ଭଳି କାର୍ଯ୍ୟକଳାପ ବୋଲି କହିଛି।

publive-image Image Courtesy of Dawn

ମେଣ୍ଟର ମୁଖପାତ୍ର ଜେନେରାଲ୍‌ ତୁର୍କୀ ଅଲ୍‌-ମାଲ୍‌କି କହିଛନ୍ତି, ଇରାନ୍‌ ସମର୍ଥିତ ହାଉଥି ଉଗ୍ରବାଦୀମାନେ ‘ଆଭା ଆନ୍ତର୍ଜାତିକ ବିମାନ ବନ୍ଦର’ରେ ଯାତ୍ରାରତ ସାଧାରଣ ନାଗରିକ ଏବଂ କର୍ମଚାରୀଙ୍କୁ ଲକ୍ଷ୍ୟ କରି ଉତ୍‌କ୍ଷେପଣ କରିଥିବା ବୋମା ଭର୍ତ୍ତି ଡ୍ରୋନ୍‌କୁ ସାଉଦି ଏୟାର୍‌ ଡିଫେନ୍‌ସ୍‌ ଧ୍ବଂସ କରିଦେଇଛି। ଫଳତଃ, ବିଧ୍ବସ୍ତ ବୋମାବାହୀ ଡ୍ରୋନ୍‌ର ଖଣ୍ଡବିଖଣ୍ଡ ଅଂଶଗୁଡ଼ିକ ବିମାନ ବନ୍ଦର ପରିସରରେ ପଡ଼ିବାରୁ ଦୁଇଜଣ ସାଉଦି ନାଗରିକଙ୍କ ସମେ‌ତ ୧୨ଜଣ ସାଧାରଣ ନାଗରିକ ସାମାନ୍ୟ ଆହତ ହୋଇଛନ୍ତି।

କେବଳ ଏତିକି ନୁହେଁ, ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଆହତମାନଙ୍କ ମଧ୍ୟରେ ଜଣେ ଭାରତୀୟ, ୪ଜଣ ବାଂଲାଦେଶୀ, ୩ଜଣ ନେପାଳୀ, ଜଣେ ଫିଲିପ୍ପିନୀୟ ଏବଂ ଜଣେ ଶ୍ରୀଲଙ୍କୀୟ ନାଗରିକ ଅଛନ୍ତି। ସରକାରୀ କର୍ତ୍ତୃପକ୍ଷମାନେ ଆହତମାନଙ୍କର ପରିଚୟ ପ୍ରକାଶ କରି ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe