ଚିତା ଏବଂ ଚେତକ ହେଲିକପ୍ଟରର ବୈଷୟିକ କାର୍ଯ୍ୟକାଳ ସରିଯିବା ନେଇ କେନ୍ଦ୍ରକୁ ଅବଗତ କରାଇଲା ସେନା

Advertisment
ଚିତା ଏବଂ ଚେତକ ହେଲିକପ୍ଟରର ବୈଷୟିକ କାର୍ଯ୍ୟକାଳ ସରିଯିବା ନେଇ କେନ୍ଦ୍ରକୁ ଅବଗତ କରାଇଲା ସେନା

ScoopWhoop

ନୂଆଦିଲ୍ଲୀ: ଦୀର୍ଘ ବର୍ଷ ଧରି ଭାରତୀୟ ସେନା ବାହିନୀରେ ନିୟୋଜିତ ଥିବା ଚିତା ଏବଂ ଚେତକ ହେଲିକପ୍ଟରଗୁଡ଼ିକର ବୈଷୟିକ କାର୍ଯ୍ୟକାଳ ୨୦୨୩ ସୁଦ୍ଧା ଶେଷ ହୋଇଯିବ ବୋଲି ଭାରତୀୟ ସେନା ପକ୍ଷରୁ କେନ୍ଦ୍ରକୁ ଅବଗତ କରି ଦିଆଯାଇଛି।

ଏହି ହେଲିକପ୍ଟରଗୁଡ଼ିକ ପ୍ରାୟ ୪୦ ବର୍ଷ ପୁରୁଣା। ତେବେ, ଏହା ଅନେକ ବର୍ଷ ପୁରୁଣା ହୋଇ ଯାଇଥିବାରୁ ଅପରେସନ ‌ସମୟରେ କିଛି ଅସୁବିଧାର ସମ୍ମୁଖୀନ ହେବା ପରେ ସଶସ୍ତ୍ର ବାହିନୀ ଏହା ବଦଳରେ ଏହିପରି ଅନ୍ୟ ଉପଯୋଗୀ ହାଲୁକା ହେଲିକପ୍ଟର ଯୋଗାଇ ଦେବାକୁ ସରକାରଙ୍କୁ ଜଣାଇଥିବା ସୂଚନା ରହିଛି।

ଏହିପରି ହାଲୁକା ୟୁଟିଲିଟି ହେଲିକପ୍ଟର ନିର୍ମାଣ କରିବା ସହିତ ପ୍ରତିରକ୍ଷା ସରକାରୀ ସଂସ୍ଥା  ହିନ୍ଦୁସ୍ତାନ ଏରୋନେଟିକ୍ସ ଲି (ହାଲ୍‌) ଆବଶ୍ୟକ ସମୟସୀମା ମଧ୍ୟରେ ନିଜସ୍ୱ ବିକାଶମୂଳକ ହେଲିକପ୍ଟର ଯୋଗାଣ ପାଇଁ ସୁନିଶ୍ଚିତ କରୁ ଏବଂ ଦୁଇଟି ଦୀର୍ଘ ବିଚାରାଧୀନ 'ମେକ୍ ଇନ୍ ଇଣ୍ଡିଆ' ପ୍ରକଳ୍ପକୁ ମଞ୍ଜୁରୀ ମିଳୁ ବୋଲି ସରକାରଙ୍କୁ ଅନୁରୋଧ କରାଯାଇଛି।

publive-image
Indian Defence News

ପ୍ରତିରକ୍ଷା ମନ୍ତ୍ରାଳୟକୁ କୁହାଯାଇଛି ଯେ ଭିଣ୍ଟେଜ୍ ସିଙ୍ଗଲ୍-ଇଞ୍ଜିନ୍ ଚିତା ଏବଂ ଚେତକ ହେଲିକପ୍ଟର ମଧ୍ୟରୁ ଅଧିକାଂଶ ୪୦ ବର୍ଷରୁ ଅଧିକ ପୁରୁଣା। ୧୫ ବର୍ଷରୁ ଅଧିକ ସମୟ ଧରି ସଶସ୍ତ୍ର ବାହିନୀ ନୂତନ ହାଲୁକା ହେଲିକପ୍ଟର ଦାବି କରିଆସୁଛି। ପୂର୍ବ ଲଦାଖରେ ଚୀନ୍ ସହିତ ଚାଲିଥିବା ସାମରିକ ମୁହାଁମୁହିଁ ପରେ ସେନା ବାହିନୀ ସରକାରଙ୍କୁ ପୁଣି ଥରେ ଏହି କଥା ମନେ ପକାଇ ଦେଇଛି।

ଅ‌ାପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଭାରତୀୟ ସେନା, ନୌସେନା ଏବଂ ବାୟୁସେନା ନିକଟରେ ଏବେ ୧୮୭ଟି ଚିତା ଏବଂ ୨୦୫ଟି ଚେତକ ହେଲିକପ୍ଟର ରହିଛି, ଯାହା ପ୍ରାୟତଃ ସିଆଚେନ୍ ଗ୍ଲାସିଅର୍ ଅଞ୍ଚଳ ପରି ଉଚ୍ଚ ଉଚ୍ଚତା ବିଶିଷ୍ଟ ଅଞ୍ଚଳରେ ବ୍ୟବହୃତ ହୋଇଥାଏ। ସୂଚନା ଅନୁସାରେ ଦେଶର ୩ ସେନାକୁ ସମୁଦାୟ ୪୮୩ଟି ନୂଆ ହାଲୁକା ହେଲିକପ୍ଟରର ଆବଶ୍ୟକତା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe