Army Day: ସୈନିକଙ୍କ ସ୍ଥାନ ନେଇପାରିବ ନାହିଁ ପ୍ରଯୁକ୍ତିବିଦ୍ୟା: ଜେନେରାଲ୍ ଦ୍ୱିବେଦୀ

Advertisment

ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଆଜି କହିଛନ୍ତି ଯେ, ଭାରତୀୟ ସେନା ସମସ୍ତ ପ୍ରକାର ଯୁଦ୍ଧର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ଭାରତୀୟ ସେନା ଦିବସ ୨୦୨୬ ଅବସରରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସେନା ମୁଖ୍ୟ କହିଛନ୍ତି...

ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଆଜି କହିଛନ୍ତି ଯେ, ଭାରତୀୟ ସେନା ସମସ୍ତ ପ୍ରକାର ଯୁଦ୍ଧର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ଭାରତୀୟ ସେନା ଦିବସ ୨୦୨୬ ଅବସରରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସେନା ମୁଖ୍ୟ କହିଛନ୍ତି...

General Upendra Diwedi'

ନୂଆଦିଲ୍ଲୀ: ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଆଜି କହିଛନ୍ତି ଯେ, ଭାରତୀୟ ସେନା ସମସ୍ତ ପ୍ରକାର ଯୁଦ୍ଧର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ଭାରତୀୟ ସେନା ଦିବସ ୨୦୨୬ ଅବସରରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସେନା ମୁଖ୍ୟ କହିଛନ୍ତି ଯେ, ସେନା ଭବିଷ୍ୟତର ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଏବଂ ଯୁଦ୍ଧ କ୍ଷମତା ବୃଦ୍ଧି ପାଇଁ ଜ୍ଞାନକୌଶଳ ଓ ସ୍ୱଦେଶୀକରଣକୁ ଏକୀକୃତ କରୁଛି। ସେନା ଦିବସ ଅବସରରେ ସେ ସୈନିକ, ବରିଷ୍ଠ ସୈନିକ, ଅଧିକାରୀ ଓ ସାଧାରଣ ନାଗରିକଙ୍କୁ ଶୁଭେଚ୍ଛା ଜଣାଇବା ସହ କର୍ତ୍ତବ୍ୟରତ ସମୟlରେ ପ୍ରାଣବଳି ଦେଇଥିବା କର୍ମଚାରୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଆହୁରି ପଢ଼ନ୍ତୁ: BJD Action: ବିଜେଡି ସଭାପତିଙ୍କ କାର୍ଯ୍ୟାନୁଷ୍ଠାନ: ଦୁଇ ନେତା ନିଲମ୍ବିତ 

ରୁଷ୍‌-ୟୁକ୍ରେନ ଯୁଦ୍ଧ ଏବଂ ଅପରେସନ୍ ସିନ୍ଦୂର ସମେତ ସାମ୍ପ୍ରତିକ ଯୁଦ୍ଧଗୁଡ଼ିକରୁ ଶିକ୍ଷା ଗ୍ରହଣ କରି ସେନା ମୁଖ୍ୟ କହିଛନ୍ତି ଯେ ଆଧୁନିକ ସଂଘର୍ଷର ଅବଧି ପୂର୍ବାନୁମାନଯୋଗ୍ୟ ନୁହେଁ, ଯାହା ବର୍ଷ କିମ୍ବା ଦିନ ପର୍ଯ୍ୟନ୍ତ ଚାଲିପାରିବ। ସେ କହିଛନ୍ତି ଯେ ଜ୍ଞାନକୌଶଳ ଦକ୍ଷତାରେ ଉନ୍ନତି ଆଣିଥାଏ, କିନ୍ତୁ ଏହା ସୈନିକଙ୍କ ସ୍ଥାନ ନେଇପାରିବ ନାହିଁ। ସେନା ଆସନ୍ତା ଦୁଇ ବର୍ଷ (୨୦୨୬-୨୭)କୁ ‘ନେଟୱାର୍କିଂ ଓ ଡାଟା ସେଣ୍ଟ୍ରିସିଟିର ବର୍ଷ’ ଭାବରେ ପାଳନ କରିବ, ଯାହାର ଉଦ୍ଦେଶ୍ୟ ହେଉଛି ସଂଯୋଗ, ସୂଚନା ପ୍ରବାହ ଓ ସମନ୍ୱୟରେ ଉନ୍ନତି ଆଣିବା। ସେନା ସୁପର ସ୍ପେଶାଲିଷ୍ଟ କର୍ମଚାରୀ ଓ ନୂତନ ସାଂଗଠନିକ ଢାଞ୍ଚା ଆବଶ୍ୟକ କରେ ଏବଂ ଏହା ସମସ୍ତ ବିଭାଗ ଓ ସେବାରେ ଜାରି ରହିବ।

ଆହୁରି ପଢ଼ନ୍ତୁ: Emergency Meeting: ଗ୍ରିନଲାଣ୍ଡ ଓ ଇରାନ ପ୍ରସଙ୍ଗରେ ଆଲୋଚନା ପାଇଁ ଜରୁରୀ ବୈଠକ ଡାକିଲେ ଫ୍ରାନ୍ସର ରାଷ୍ଟ୍ରପତି ମାକ୍ରୋନ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe