ଉରି ଆକ୍ରମଣର ପ୍ରତିଶୋଧ ନେବାକୁ ସେପ୍ଟେମ୍ବର ୨୦୧୬ରେ ପ୍ରଥମ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ହୋଇଥିଲା

Advertisment
ଉରି ଆକ୍ରମଣର ପ୍ରତିଶୋଧ ନେବାକୁ ସେପ୍ଟେମ୍ବର ୨୦୧୬ରେ ପ୍ରଥମ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ହୋଇଥିଲା

Image Source: Zee News

ନୂଆଦିଲ୍ଲୀ: ଉରି ଆକ୍ରମଣର ପ୍ରତିଶୋଧ ନେବା ନିମନ୍ତେ ସେପ୍ଟେମ୍ବର ୨୦୧୬ରେ ସଶସ୍ତ୍ର ବଳ ପ୍ରଥମ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରିଥିବା କଥା ସୋମବାର ଦିନ ଲେଫ୍‌ଟ୍‌ନାଣ୍ଟ୍‌ ଜେନେରାଲ୍‌ ରଣବୀର ସିଂହ କହିଛନ୍ତି। ସେ କହିଲେ କି, କିଛିଦିନ ତଳେ ଡିଜିଏମ୍‌ଓ ଏ ସଂକ୍ରାନ୍ତରେ ଏକ ଆର୍‌ଟିଆଇର ଉତ୍ତର ଦେଇଥିଲେ ଏବଂ ତାହା ପ୍ରକୃତ କଥା। ସେ ଆହୁରି ସ୍ପଷ୍ଟ କରି କହିଲେ କି, ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ସମ୍ବନ୍ଧରେ ରାଜନୈତିକ ଦଳମାନେ କ’ଣ କହୁଛନ୍ତି ସେ ବିଷୟରେ ସେ ମନ୍ତବ୍ୟ ଦେବେ ନାହିଁ। ତା’ର ଉତ୍ତର ସରକାର ଦେବେ।

ଭାରତୀୟ ସେନାର ଜେନେରାଲ୍‌ ଅଫିସର୍‌ କମାଣ୍ଡିଙ୍ଗ୍‌-ଇନ୍‌-ଚିଫ୍‌ ଓ ନଦର୍ଣ୍ଣ କମାଣ୍ଡ୍‌ ରଣବୀର କହିଲେ ଯେ ପାକିସ୍ତାନରେ ଭାରତୀୟ ବାୟୁସେନାର ୧୨ଟି ମିରେଜ୍‌ ଲଢୁଆ ବିମାନ ଦ୍ୱାରା କରାଯାଇଥିବା ଏୟାର୍‌ଷ୍ଟ୍ରାଇକ୍‌ ଗୋଟାଏ ବଡ଼ ସଫଳତା। ସେ ଆହୁରି କହିଲେ ଯେ ଫେବ୍ରୁଆରି ୨୭ ତାରିଖ ଦିନ ଭାରତୀୟ ବାୟୁସେନାର ଲଢୁଆ ବିମାନ ଶତ୍ରୁ ସୀମାର ଅତି ଅଭ୍ୟନ୍ତରକୁ ଯାଇ ଏବଂ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ୍‌-ଏ-ମହମ୍ମଦର କ୍ୟାମ୍ପ୍‌ ଉପରେ ବୋମା ବର୍ଷଣ କରିଥିଲା। ପରଦିନ ପାକିସ୍ତାନ ବାୟୁସେନା ଭାରତୀୟ ସୀମା ମଧ୍ୟରେ ବିମାନ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା କିନ୍ତ, ଭାରତୀୟ ବାୟୁସେନା ବିମାନ ସେମାନଙ୍କୁ ଘଉଡ଼ାଇ ଦେଇଥିଲା।

ସ୍ମରଣଯୋଗ୍ୟ ଯେ ଅଳ୍ପଦିନ ତଳେ କଂଗ୍ରେସ ଦାବି କରିଥିଲା ଯେ ଉପା ସରକାର ଅମଳରେ ସଶସ୍ତ୍ରବାହିନୀ ଛଅଟି ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରିଥିଲା। ବରିଷ୍ଠ କଂଗ୍ରେସ ନେତା ରାଜୀବ ଶୁକ୍ଳ ମଧ୍ୟ ସାମ୍ବାଦିକ ସମ୍ମିଳନୀରେ କରାଯାଇଥିବା ସର୍ଜିକାଲ୍‌ ଷ୍ଟ୍ରାଇକ୍‌ର ତାରିଖର ତାଲିକା ଦେଇଥିଲେ। ସେ କହିଥିଲେ କଂଗ୍ରେସ ନେତୃତ୍ୱାଧୀନ ଉପା ସରକାରଙ୍କ ଅମଳରେ ୬ଟି ଓ ବାଜପେୟୀ ଭାରତର ପ୍ରଧାନମନ୍ତ୍ରୀ ଥିବା ବେଳେ ୨ଟି ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe