ତଥ୍ୟ ଚୋରି ରୋକିବା ଚିନ୍ତା : ଭାରତୀୟ ସେନା ବିକାଶ କଲା ହ୍ବାଟ୍‌ସଆପ୍‌ ଭଳି ନୂତନ ବାର୍ତ୍ତା ସେବା

Advertisment
ତଥ୍ୟ ଚୋରି ରୋକିବା ଚିନ୍ତା : ଭାରତୀୟ ସେନା ବିକାଶ କଲା ହ୍ବାଟ୍‌ସଆପ୍‌ ଭଳି ନୂତନ ବାର୍ତ୍ତା ସେବା

DNA India

ନୂଆଦିଲ୍ଲୀ : କୌଣସି ଗୋପନୀୟ ତଥ୍ୟ ପ୍ରଘଟ ନହେବା ପାଇଁ ଭାରତୀୟ ସେନା ଦ୍ବାରା ନିଜ ସାମରିକ ଅଧିକାରୀମାନଙ୍କ ବ୍ୟବହାର ପାଇଁ ହ୍ବାଟ୍‌ସଆପ୍‌ ଭଳି ଏକ ନୂତନ ବାର୍ତ୍ତା ସେବା ବିକାଶ କରିଛି। ସାଇ(ସିକ୍ୟୁର୍ ଆପ୍ଲିକେସନ୍‌ ଫର୍‌ ଇଣ୍ଟରନେଟ୍‌) ନାମକ ଏହି ଆପ୍ଲିକେସନ୍‌ ପ୍ରୟୋଗ କରି ଇଣ୍ଟରନେଟ୍‌ରେ ଦୁଇ ଜଣଙ୍କ ଭିତରେ ହେଉଥିବା କଥାବାର୍ତ୍ତା ସମେତ ପାରସ୍ପରିକ ତଥ୍ୟ ଓ ଭିଡିଓ ପ୍ରେରଣ ଆଦିକୁ ଏକାନ୍ତ ଗୋପନ ରଖିହେବ। ସେନାବାହିନୀର ରାଜସ୍ଥାନ ସ୍ଥିତ ଏକ ସିଗ୍‌ନାଲ୍‌ ୟୁନିଟ୍‌ର କମାଣ୍ଡିଂ ଅଧିକାରୀ କର୍ଣ୍ଣେଲ୍‌ ସାଇ ଶଙ୍କରଙ୍କ ଦ୍ବାରା ପ୍ରଥମେ ବିକଶିତ ଏହି ଆପ୍ଲିକେସନ୍‌କୁ ପରେ ଉନ୍ନତୀକରଣ କରାଯାଇଛି।

ସୂଚନା ଥାଉ କି, ପାକିସ୍ତାନୀ ଓ ଚୀନୀ ସାଇବର ତଥ୍ୟ ହଡ଼ପକାରୀମାନେ ଗୁରୁତ୍ବପୂର୍ଣ୍ଣ ତଥା ଗୋପନୀୟ ତଥ୍ୟ ଚୋରି କରିନେବା ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ଏପରିକି ପାକିସ୍ତାନୀ ମହିଳା ଗୁପ୍ତଚରମାନେ ସାମାଜିକ ଗଣମାଧ୍ୟମ ଜରିଆରେ ଭାରତୀୟ ସେନାଧିକାରୀଙ୍କୁ ଫସେଇବାର ମଧ୍ୟ ଅନେକ ନଜିର ରହିଛି। ଗତବର୍ଷ ଭାରତୀୟ ସେନାଧିକାରୀଙ୍କୁ ଆନୁଷ୍ଠାନିକ କାର୍ଯ୍ୟ ପାଇଁ ନିଜର ହ୍ବାଟ୍‌ସଆପ୍‌ ଆକାଉଣ୍ଟ୍‌ ବ୍ୟବହାର ନ କରିବା ପାଇଁ କୁହାଯାଇଥିଲା। ଏପରିକି ସେନାଧିକାରୀମାନେ ନିଜର ଫେସବୁକ୍‌ ଆକାଉଣ୍ଟ୍‌କୁ ହଟେଇ ଦେବା ଲାଗି ମଧ୍ୟ ପରାମର୍ଶ କରାଯାଇଥିଲା। ଏହି ନୂଆ ଆପ୍ଲିକେସନ ବଳରେ ସେନାବାହିନୀର ଗୋପନୀୟତା ବଜାୟ ରହିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe