ଦେଖନ୍ତୁ ହାଇୱେରେ କିପରି ଏକ ବିସ୍ଫୋରକକୁ ନିଷ୍କ୍ରିୟ କଲା ସେନା, ପୁଲଓ୍ଵାମା ଭଳି ବଡ଼ ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ ହେଲା

Advertisment
ଦେଖନ୍ତୁ ହାଇୱେରେ କିପରି ଏକ ବିସ୍ଫୋରକକୁ ନିଷ୍କ୍ରିୟ କଲା ସେନା, ପୁଲଓ୍ଵାମା ଭଳି ବଡ଼ ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ ହେଲା

The Siasat Daily

ରାଜୌରି: ସୋମବାର ଜମ୍ମୁ-ପୁଞ୍ଚ ନ୍ୟାସନାଲ୍‌ ହାଇୱେରେ ଏକ ଶକ୍ତିଶାଳୀ ବିସ୍ଫୋରକକୁ ସଫଳତାର ସହ ନିଷ୍କ୍ରିୟ କରାଯାଇଛି। ଯାହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଅଧିକାରିକ ସୂତ୍ରରୁ ପ୍ରକାଶ, ‘ସୋମବାର ସକାଳେ ସେନାର ଏକ ଟିମ୍‌ ଗସ୍ତ ସମୟରେ କାଲ୍ଲାର ଗ୍ରାମର ଚିନଗୁସରେ ଏକ ବିସ୍ଫୋରକ ଖଞ୍ଜା ଯାଇ ଥିବା ସୂଚନା ପାଇଥିଲେ। ଏହାପରେ ତୁରନ୍ତ ଏକ ବୋମା ନିଷ୍କ୍ରିୟ ଦଳଙ୍କୁ ଖବର ଦିଆଯାଇଥିଲା। ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ବୋମା ନିଷ୍କ୍ରିୟ ଦଳ ସେଠାରେ ପହଞ୍ଚିଥିଲେ।

ବିସ୍ଫୋରକକୁ ନିଷ୍କ୍ରିୟ କରିବା ପାଇଁ କିଛି ସମୟ ପାଇଁ ଟାଫ୍ରିକ୍‌କୁ ରୋକା ଯାଇଥିଲା। ଏହାପରେ ଟ୍ରାଫିକ୍‌କୁ ପୁଣିଥରେ ଖୋଲି ଦିଆଯାଇଥିଲା। କୁହାଯାଉଛି କି ସେନା ଆତଙ୍କବାଦୀଙ୍କ ଏକ ବଡ଼ ଷଡଯନ୍ତ୍ରକୁ ଅସଫଳ କରି ଦେଇଛନ୍ତି। ଗତ ସପ୍ତାହରେ ହିଁ ପୁଞ୍ଚର ମେଣ୍ଡରରେ ଏଲଓସି ସୀମା ଅତିକ୍ରମ କରି ଏକ ବିସ୍ଫୋରକ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ସାତଜଣ ଯବାନ ଗୁୁରୁତର ହୋଇଥିଲେ।

ଗତ ଫେବ୍ରୁଆରି ୧୪ରେ ଦକ୍ଷିଣ କାଶ୍ମୀରର ପୁଲଓ୍ଵାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଜମ୍ମୁ-କଶ୍ମୀର ହାଇୱେରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe