ଚୀନର ତୃତୀୟ ଅନୁପ୍ରବେଶ ଉଦ୍ୟମକୁ ବିଫଳ କଲା ଭାରତ

Advertisment
ଚୀନର ତୃତୀୟ ଅନୁପ୍ରବେଶ ଉଦ୍ୟମକୁ ବିଫଳ କଲା ଭାରତ

indiatoday

ନୂଆଦିଲ୍ଲୀ: ଅଗଷ୍ଟ ୨୯-୩୦ରେ ଚୀନ ସେନା ଭାରତ ସୀମାକୁ ଅତିକ୍ରମଣ କରୁଥିବା ବେଳେ ଭାରତୀୟ ଯବାନମାନଙ୍କ ଦ୍ବାରା ତଡ଼ା ଖାଇଥିଲେ। ଏହା ଚୀନର ଦ୍ବିତୀୟ ଅନୁପ୍ରବେଶ ଉଦ୍ୟମ ଥିବା ବେଳେ ମଙ୍ଗଳବାର ପୁଣି ଥରେ ଚୀନ ସେନା ଭାରତ ସୀମାକୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିବା ନେଇ ଖବର ମିଳିଛି। ତେବେ ପୂର୍ବ ଭଳି ଭାରତୀୟ ସେନା ଚୀନ ସେନାର ଉଦ୍ୟମକୁ ବିଫଳ କରିଛି। ଏଲଏସି ସହିତ ଉତ୍ତେଜନାକୁ ଦୂର କରିବା ପାଇଁ ମଙ୍ଗଳବାର ବ୍ରିଗେଡ୍ କମାଣ୍ଡରସ୍ତରୀୟ ଆଲୋଚନା ବିଫଳ ହେବା ପରେ ବ୍ଲାକ୍ ଟପ୍ ରେ ଅବସ୍ଥିତ ଚୁମର ଅଞ୍ଚଳକୁ ଚୀନ୍ ସେନା ପ୍ରବେଶ ଉଦ୍ୟମ କରିଥିଲା, ଯାହାକୁ ବିଫଳ କରିଥିଲା ଭାରତ।

Indian Army foils 3rd Chinese attempt in 3 days to transgress across LAC:  Sources – Mysuru Today Mysuru Today

ମିଳିଥିବା ସୂଚନା ମୁତାବକ, ଚୀନ ସେନା ନିଜ ଚେପୁଜି କ୍ୟାମ୍ପରୁ ୭-୮ଭାରୀ ଯାନ ସହ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (ଏଲଏସି) ର ଭାରତୀୟ ପାର୍ଶ୍ୱକୁ ଆସିଥିଲେ। ହେଲେ ଚୀନର କୌଣସି ଅନୁପ୍ରବେଶ ଯୋଜନାକୁ ପଣ୍ଡ କରିବା ପାଇଁ ପ୍ରସ୍ତୁତ ଥିବା ଭାରତୀୟ ସୁରକ୍ଷା ବାହିନୀ ସେମାନଙ୍କୁ ଅନୁପ୍ରବେଶ କରାଇ ଦେଇ ନଥିଲେ। ଭାରତୀୟ ସେନା ପକ୍ଷରୁ ମଧ୍ୟ ଅନୁପ୍ରବେଶକୁ ରୋକିବା ପାଇଁ ଭାରୀ ଯାନ ସୀମାରେ ନିୟୋଜିତ କରାଯାଇଥିବା ଜଣା ପଡ଼ିଛି। ଚୀନ ସେନାର ତୃତୀୟ ଅନୁପ୍ରବେଶ ଉଦ୍ୟମ ପରେ କୌଣସି ପ୍ରକାରର ଆକ୍ରମଣକୁ ରୋକିବା ପାଇଁ ଭାରତୀୟ ସୁରକ୍ଷା ବାହିନୀ ଏବେ ହାଇ ଆଲର୍ଟରେ ରହିଛି।

ତେବେ ସେନା ଅନୁପ୍ରବେଶ ଉଦ୍ୟମ ଜାରି ରଖିଥିବା ବେଳେ ଚୀନ ସରକାର ଏହାକୁ ମାନିବାକୁ ନାରାଜ। ଗୋଟେ ପଟେ ଚୀନ ସେନା ଅନୁପ୍ରବେଶ ପାଇଁ ଅହରହ ଚେଷ୍ଟା ଚଳାଇଥିବା ବେଳେ ଅନ୍ୟପଟେ ଭାରତ ସହ ଆମେ ଶାନ୍ତି ପ୍ରତିଷ୍ଠା କରିବାକୁ ଚାହୁଛୁ ବୋଲି କହୁଛନ୍ତି ଚୀନ ସରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe