ସେନାକୁ ମିଳିଲା ଏଆଇ ଆଧାରିତ ଅଟୋମେଟିକ୍ ରାଇଫଲ୍ ସିଷ୍ଟମ୍

Advertisment

ଏଆଇ ଆଧାରିତ ଅଟୋମେଟିକ୍ ରାଇଫଲ୍ ସିଷ୍ଟମ୍ ମିଳିବା ପରେ ଆହୁରି ଶକ୍ତିଶାଳୀ ହୋଇପଡ଼ିଛି ଭାରତୀୟ ବାୟୁ ସେନା। ଭାରତୀୟ ପ୍ରତିରକ୍ଷା ଷ୍ଟାର୍ଟଅପ୍ କମ୍ପାନି ଗ୍ରିଡ୍‌ବସ୍ ଟେକ୍ନୋଲୋଜି ସ୍ବଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ କରିଛି ଅତ୍ୟାଧୁନିକ ରାଇଫଲ୍‌ ସିଷ୍ଟମ୍ କଟନା ।

ଏଆଇ ଆଧାରିତ ଅଟୋମେଟିକ୍ ରାଇଫଲ୍ ସିଷ୍ଟମ୍ ମିଳିବା ପରେ ଆହୁରି ଶକ୍ତିଶାଳୀ ହୋଇପଡ଼ିଛି ଭାରତୀୟ ବାୟୁ ସେନା। ଭାରତୀୟ ପ୍ରତିରକ୍ଷା ଷ୍ଟାର୍ଟଅପ୍ କମ୍ପାନି ଗ୍ରିଡ୍‌ବସ୍ ଟେକ୍ନୋଲୋଜି ସ୍ବଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ କରିଛି ଅତ୍ୟାଧୁନିକ ରାଇଫଲ୍‌ ସିଷ୍ଟମ୍ କଟନା ।

New Project (2)

ନୂଆଦିଲ୍ଲୀ: ଏଆଇ ଆଧାରିତ ଅଟୋମେଟିକ୍ ରାଇଫଲ୍ ସିଷ୍ଟମ୍ ମିଳିବା ପରେ ଆହୁରି ଶକ୍ତିଶାଳୀ ହୋଇପଡ଼ିଛି ଭାରତୀୟ ବାୟୁ ସେନା। ଭାରତୀୟ ପ୍ରତିରକ୍ଷା ଷ୍ଟାର୍ଟଅପ୍ କମ୍ପାନି ଗ୍ରିଡ୍‌ବସ୍ ଟେକ୍ନୋଲୋଜି ସ୍ବଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ କରିଛି ଅତ୍ୟାଧୁନିକ ରାଇଫଲ୍‌ ସିଷ୍ଟମ୍ କଟନା । ଉଭୟ ଗ୍ରିଡ୍‌ବସ ଟେକ୍ନୋଲୋଜି ଓ ଭାରତୀୟ ସେନା ମିଳିତ ଭାବେ ଏହି ଅତ୍ୟାଧୁନିକ ରାଇଫଲ ସିଷ୍ଟମ୍‌ର ସଫଳ ପରୀକ୍ଷଣ କରିଛନ୍ତି ।

ଭାରତ-ଚୀନ ସୀମା ଗଲୱାନ ଘାଟିରେ କଟନା- ରାଇଫଲ ସିଷ୍ଟମର ପରୀକ୍ଷଣ କରାଯାଇଛି । ଆତ୍ମନିର୍ଭର ଭାରତ ଛବିକୁ ଦର୍ଶାଉଛି ଏହି କଟନା - ରାଇଫଲ ସିଷ୍ଟମ । ଏଆଇ ଦ୍ୱାରା ପରିଚାଳିତ ଏହି ଅତ୍ୟାଧୁନିକ ଅସ୍ତ୍ର ପ୍ରସ୍ତୁତ ପାଇଁ ଭାରତକୁ କୌଣସି ବିଦେଶୀ ରାଷ୍ଟ୍ର ଉପରେ ନିର୍ଭର କରିବାକୁ ପଡିନାହିଁ । ଏହାକୁ ପାକିସ୍ତାନ୍, ଚୀନ୍ ସୀମାରେ ମୁତୟନ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଏହି ଅତ୍ୟାଧୁନିକ ରାଇଫଲ ସିଷ୍ଟମ୍ ସମସ୍ତ ପ୍ରକାର ପ୍ରତିକୂଳ ପାଗରେ କାମ କରିବାର ଦକ୍ଷତା ବହନ କରୁଛି । ପ୍ରବଳ ତୁଷାର ପାତ ହେଉ, ଭୟଙ୍କର ବର୍ଷା। ସବୁକ୍ଷେତ୍ରରେ ଶତ୍ରୁକୁ ମାତ୍‌ ଦେବ କଟନା-ରାଇଫଲ ସିଷ୍ଟମ । ଏହି ଶକ୍ତିଶାଳୀ ଅସ୍ତ୍ର ଆଗାମୀ ଦିନରେ ଭାରତୀୟ ସେନାକୁ ଯେକୌଣସି, ଯୁଦ୍ଧ ପରିସ୍ଥିତିରେ ମୁକାବିଲା କରିବାକୁ ସାହାଯ୍ୟ କରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe