ନୂଆଦିଲ୍ଲୀ: ଭାରତୀୟ ସେନା ପକ୍ଷରୁ ଆଜି ପାକିସ୍ତାନ ବିରୋଧରେ ଏକ ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜାଣିବାକୁ ମିଳିଛି। ଜମ୍ମୁ- କଶ୍ମୀରର ପୁଞ୍ଚ ସେକ୍ଟର ନିକଟସ୍ଥ ନିୟନ୍ତ୍ରଣ ରେଖା (ଏଲଓସି)କୁ ଲାଗି ପାକିସ୍ତାନ ସୀମାପଟେ ରହିଥିବା ଥିବା ପାକିସ୍ତାନୀ ସେନାର ଏକ ମୁଖ୍ୟାଳୟ ଉପରେ ଭାରତୀୟ ସେନା ପକ୍ଷରୁ ଆକ୍ରମଣ କରାଯାଇଛି।
ଏଲଓସିକୁ ଲାଗି ପାକିସ୍ତାନ ସୀମାପଟେ ରହିଥିବା ଥିବା ପାକିସ୍ତାନୀ ସେନାର ଏକ ମୁଖ୍ୟାଳୟରେ ରହି ପାକିସ୍ତାନୀ ରେଞ୍ଜର୍ସମାନେ ଆତଙ୍କବାଦୀମାନଙ୍କୁ ନିୟନ୍ତ୍ରଣ କରିବା ସହ ସେମାନଙ୍କ ହାତରେ ସୀମାନ୍ତରେ ମୁତୟନ ଥିବା ଭାରତୀୟ ସେନା ଉପରେ ଆକ୍ରମଣ ଚଳାଇଥିଲେ। ଖାଲି ଏତିକି ନୁହେଁ ଏହିଠାରେ ହିଁ ଆତ୍ମଗୋପନ କରିବା ସହ ପାକିସ୍ତାନୀ ରେଞ୍ଜର୍ସମାନେ ଭାରତୀୟ ସୀମା ମଧ୍ୟକୁ ଅନବରତ ମୋର୍ଟାର ମାଡ଼ କରୁଥିଲେ। ଏଘଟଣା ଜଣାପଡ଼ିବା ପରେ ଆଜି ଭାରତୀୟ ସେନା ପକ୍ଷରୁ ଆଜି ଏକ ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାକିସ୍ତାନୀ ସେନାର ଏହି ମୁଖ୍ୟାଳୟକୁ ଉଡ଼ାଇ ଦିଆଯାଇଥିବା ସମ୍ବାଦ ସରବରାହ ସଂସ୍ଥା ଏଏନ୍ଆଇ ପ୍ରକାଶ କରିବା ସହ ଏ ଘଟଣା ସଂପର୍କିତ ଏକ ଭିଡିଓକୁ ମଧ୍ୟ ପ୍ରସାରିତ କରିଛି।
ଆଜି ପୂର୍ବାହ୍ନ ୧୦ଟା ୨୫ ମିନିଟ ସମୟରେ ପାକିସ୍ତାନୀ ସେନା ବିରୋଧରେ ଭାରତୀୟ ସେନା ଏହି ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସୂଚନା ଦେଇଛି ସମ୍ବାଦ ସରବରାହ ସଂସ୍ଥା ଏଏନ୍ଆଇ।
Follow Us