ଜମ୍ମୁ- କଶ୍ମୀରରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ; ଜଣେ ଯବାନ ଗୁରୁତର

ଜମ୍ମୁ- କଶ୍ମୀରରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ; ଜଣେ ଯବାନ ଗୁରୁତର

ଜମ୍ମୁ: ପାକିସ୍ତାନ ଆଜି (ବୁଧବାର) ପୁଣି ଥରେ କରିଛି ଅସ୍ତ୍ରବିରତି ଉଲ୍ଲଂଘନ। ଜମ୍ମୁ- କଶ୍ମୀରର ଉରି ସେକ୍ଟର ଅନ୍ତର୍ଗତ ବାରାମୂଲା ଜିଲ୍ଲାରେ ପାକିସ୍ତାନୀ ରେଞ୍ଜରମାନେ ଆଜି ଅସ୍ତ୍ରବିରତି ଉଲ୍ଲଂଘନ କରି ଭାରତୀୟ ସେନା ଉପରକୁ ଗୁଳି ମାଡ଼ କରିବା ଫଳରେ ଭାରତୀୟ ସେନାର ଜଣେ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ଯବାନ ଜଣଙ୍କୁ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିବା ସମ୍ବାଦ ସରବରାହ ସଂସ୍ଥା ଏଏନ୍‌ଆଇ ସୂତ୍ରରୁ ଜାଣିବାକୁ ମିଳିଛି।

ଏହା ପୂର୍ବରୁ ଗତ ସପ୍ତାହରେ ଏଲ୍‌ଓସିର ଅଖ୍‌ନୁର ସେକ୍ଟରରେ ପାକିସ୍ତାନୀ ରେଞ୍ଜରମାନେ ଅସ୍ତ୍ରବିରତି ଉଲ୍ଲଂଘନ କରି ଭାରତୀୟ ସେନା ଉପରକୁ ଗୁଳି ମାଡ଼ କରିବା ଫଳରେ ଭାରତୀୟ ସେନାର ଦୁଇ ଜଣ ଯବାନ ସହିଦ୍‌ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଯବାନ ଗୁରୁତର ଭାବେ ଆହତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe