Jammu Kashmir-Jawan Martyred: କାଶ୍ମୀରରେ ଆତଙ୍କବାଦୀ ନିରୋଧୀ ଅଭିଯାନ, ଜଣେ ଯବାନ ସହିଦ

Advertisment

କିସ୍ତୱାଡ଼ର ଚାତରୁର ସୋନ୍‌ ନାର୍‌ ଅଞ୍ଚଳର ଘଞ୍ଚ ଜଙ୍ଗଲରେ ପାକିସ୍ତାନସ୍ଥିତ ଆତଙ୍କବାଦୀ ସଙ୍ଗଠନର ଜୈସ୍‌-ଏ-ମହମ୍ମଦର ଆତଙ୍କବାଦୀମାନେ ଲୁଚି ରହିଥିବାବେଳେ ରବିବାର ମଧ୍ୟାହ୍ନରେ ସୁରକ୍ଷାକର୍ମୀ ଓ ସ୍ଥାନୀୟ ପୁଲିସ ପକ୍ଷରୁ ମିଳିତ ଭାବେ ‘ଅପରେସନ ତ୍ରାଶି’ ଆରମ୍ଭ କରାଯାଇଥିଲା

କିସ୍ତୱାଡ଼ର ଚାତରୁର ସୋନ୍‌ ନାର୍‌ ଅଞ୍ଚଳର ଘଞ୍ଚ ଜଙ୍ଗଲରେ ପାକିସ୍ତାନସ୍ଥିତ ଆତଙ୍କବାଦୀ ସଙ୍ଗଠନର ଜୈସ୍‌-ଏ-ମହମ୍ମଦର ଆତଙ୍କବାଦୀମାନେ ଲୁଚି ରହିଥିବାବେଳେ ରବିବାର ମଧ୍ୟାହ୍ନରେ ସୁରକ୍ଷାକର୍ମୀ ଓ ସ୍ଥାନୀୟ ପୁଲିସ ପକ୍ଷରୁ ମିଳିତ ଭାବେ ‘ଅପରେସନ ତ୍ରାଶି’ ଆରମ୍ଭ କରାଯାଇଥିଲା

New Project (11)

Jawan Martyred Photograph: (sambad.in)

ଶ୍ରୀନଗର: ଜମ୍ମୁ-କାଶ୍ମୀରର କିସ୍ତୱାଡ଼ରେ ଆତଙ୍କବାଦୀ ନିରୋଧୀ ଅଭିଯାନ ବେଳେ ଜଣେ ଯବାନ ସହିଦ ହୋଇଛନ୍ତି। ‘ଏକ୍ସ’ରେ ଏକ ପୋଷ୍ଟରେ ହ୍ବାଇଟ୍‌ ନାଇଟ୍‌ କର୍ପସ୍‌ ପ୍ରବକ୍ତା କହିଛନ୍ତି, ସେନା ଅପରେସନ ବେଳେ ସ୍ବତନ୍ତ୍ର ବାହିନୀର ହାବିଲଦାର ଗଜେନ୍ଦ୍ର ସିଂହ ଅଦମ୍ୟ ସାହସ ଓ ବୀରତା ପ୍ରଦର୍ଶନ କରିଥିଲେ। ଭାରତୀୟ ସେନାର ପରମ୍ପରା ଅନୁଯାୟୀ ସେ ବୀରତ୍ବ, ଦୁଃସାହସିକ ତଥା ଦେଶପାଇଁ ନିସ୍ବାର୍ଥପର ସେବା ଯୋଗାଇ ଦେଇଛନ୍ତି। ଜେନେରାଲ ଅଫିସର କମାଣ୍ଡିଂ (ଜିଓସି), ହ୍ବାଇଟ୍‌ ନାଇଟ୍‌ କର୍ପସ୍ ଓ ସେନା ସମସ୍ତ ପଦାଧିକାରୀଙ୍କ ପକ୍ଷରୁ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି। ହାବିଲଦାର ସିଂହଙ୍କ ଶୋକସନ୍ତପ୍ତ ପରିବାର ପାଇଁ ସେନାପକ୍ଷରୁ ସମବେଦନା ବ୍ୟକ୍ତ କରାଯାଇଛି। ସେନା ଏହି ଦୁଃଖଦ ସମୟରେ ତାଙ୍କ ପରିବାର ସହିତ ରହିଛି ବୋଲି କୁହାଯାଇଛି।

ଆହୁରି ପଢନ୍ତୁ- Jagannath AI Video: ଜଗନ୍ନାଥଙ୍କ ସହ ଖେଳ ! ମହାପ୍ରଭୁଙ୍କ AI ଦୃଶ୍ୟ ଭାଇରାଲ... କ୍ରେନ୍‌ରେ ଦୁଗ୍ଧ ସ୍ନାନର ଭିଡ଼ିଓ କଲା କିଏ ? ହେବ କି କାର୍ଯ୍ୟାନୁଷ୍ଠାନ ?

କିସ୍ତୱାଡ଼ର ଚାତରୁର ସୋନ୍‌ ନାର୍‌ ଅଞ୍ଚଳର ଘଞ୍ଚ ଜଙ୍ଗଲରେ ପାକିସ୍ତାନସ୍ଥିତ ଆତଙ୍କବାଦୀ ସଙ୍ଗଠନର ଜୈସ୍‌-ଏ-ମହମ୍ମଦର ଆତଙ୍କବାଦୀମାନେ ଲୁଚି ରହିଥିବାବେଳେ ରବିବାର ମଧ୍ୟାହ୍ନରେ ସୁରକ୍ଷାକର୍ମୀ ଓ ସ୍ଥାନୀୟ ପୁଲିସ ପକ୍ଷରୁ ମିଳିତ ଭାବେ ‘ଅପରେସନ ତ୍ରାଶି’ ଆରମ୍ଭ କରାଯାଇଥିଲା। ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟରରେ ସେନାର ଜଣେ ହାବିଲଦାର ସହିଦ ହୋଇଥିବାବେଳେ ୭ ଜଣ ଆହତ ହୋଇଥିଲେ।

ଆହୁରି ପଢନ୍ତୁ- Action Against Engineer Death: ଖାତରେ ପଡ଼ି ଇଞ୍ଜିନିୟରଙ୍କ ମୃତ୍ୟୁ ମାମଲା, ବିଦାହେଲେ ନୋଏଡ଼ା କର୍ତ୍ତୃପକ୍ଷ ସିଇଓ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe