Image Source: Hindustan Times
ନୂଆଦିଲ୍ଲୀ: ଜାତିସଂଘ ଶାନ୍ତିରକ୍ଷକ ଅଭିଯାନର ଭାରତୀୟ କଣ୍ଟିଜେଣ୍ଟ୍ରେ ନିଯୁକ୍ତ ଜଣେ ସେନା ଅଧିକାରୀ କଙ୍ଗୋ ଗଣତାନ୍ତ୍ରିକ ସାଧାରଣତନ୍ତ୍ରରେ ଶନିବାର ଠାରୁ ନିଖୋଜ ହୋଇ ଯାଇଛନ୍ତି। ନିଖୋଜ ହେବା ପୂର୍ବରୁ ସେ ଗୋଟାଏ କ୍ଷୁଦ୍ର ଡଙ୍ଗାରେ (କାୟାକ୍) କିବୁ ହ୍ରଦରେ ଯାଉଥିଲେ।
ନିଖୋଜ ସେନା ଅଧିକାରୀ ହେଉଛନ୍ତି ଲେଫ୍ଟ୍ନାଣ୍ଟ୍ ଗୌରବ ସୋଲାଙ୍କି। ଦଳେ ଅଧିକାରୀଙ୍କ ସହ ସେ କ୍ଷୁଦ୍ର ଡଙ୍ଗାରେ ଯାଉଥିଲେ। ତାଙ୍କ ଛଡ଼ା ଆଉ ସମସ୍ତେ ଫେରି ଆସିଛନ୍ତି। ସ୍ପିଡ୍ ବୋଟ୍ ଏବଂ ହେଲିକପ୍ଟର୍ ସହାୟତାରେ ଉଦ୍ଧାର ଏବଂ ତଲାସ ଅଭିଯାନ ଚାଲିଛି। ନିଖୋଜ ଅଧିକାରୀଙ୍କୁ ଠାବ କରିବାକୁ ହେଲିକପ୍ଟର୍ ବ୍ୟବହାର ହେଉଛି। ଚାରି ଦିନ ବିତି ଯାଇଥିଲେ ବି ଏ ପର୍ଯ୍ୟନ୍ତ କୌଣସି ସଫଳତା ମିଳିନାହିଁ।
Representative Imageଜଣେ ଅଧିକାରୀ କହିଛନ୍ତି: ନୌଯାତ୍ରା ପରେ ସୋଲାଙ୍କିଙ୍କ ଛଡ଼ା ବାକି ସମସ୍ତେ ଫେରିଲେ। ତାଙ୍କୁ ଠାବ କରି ଉଦ୍ଧାର କରିବାକୁ ସ୍ପିଡ୍ ବୋଟ୍ ଏବଂ ହେଲିକପ୍ଟର୍ ମୁତୟନ କରାଯାଇଛି।
କଙ୍ଗୋ ହେଉଛି ଏକମାତ୍ର ବିଦେଶୀ ମାଟି ଯେଉଁଠାରେ ସର୍ବାଧିକ ଭାରତୀୟ ସେନା ମୁତୟନ ହୋଇଛି। ଉତ୍ତର କିବୁ ପ୍ରଦେଶର ଗୋମା ଠାରେ ଭାରତୀୟ ବ୍ରିଗେଡ୍ଙ୍କ ମୁଖ୍ୟାଳୟ ରହିଛି।
Follow Us