image source-PTI
ନୂଆଦିଲ୍ଳୀ : କରୋନା ମହାମାରୀ ସମୟରେ ମଧ୍ୟ ପାକିସ୍ତାନ ସୁଧୁରୁ ନାହିଁ। ପାକ୍ ସେନା ଦ୍ବାରା ଏଲ୍ଓସି ନିକଟସ୍ଥ ଆଗୁଆ ପୋଷ୍ଟ୍ ଗୁଡ଼ିକୁ ଟାର୍ଗେଟ୍ କରି ପ୍ରବଳ ଗୁଳିଗୋଳା ମାଡ଼ କରାଯାଉଛି। ତେବେ ଭାରତ ମଧ୍ୟ ଏହାର କଡ଼ା ଜବାବ ଦେଉଛି। ଗତ ୧୦ ତାରିଖ ଦିନ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନରେ ୧୫ ପାକିସ୍ତାନୀ ସୈନିକ ଏବଂ ୮ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ପ୍ରଥମେ ଏପ୍ରିଲ ୫ ତାରିଖରେ ଭାରତୀୟ ସେନା ଦ୍ବାରା କେରନ୍ ସେକ୍ଟର ନିକଟରେ ହୋଇଥିବା ଅପରେସନ୍ରେ ୫ ଆତଙ୍କବାଦୀ ନିପାତ ହୋଇଥିଲେ। ତେବେ ଭାରତୀୟ ଗୁଇନ୍ଦା ରିପୋର୍ଟ ଅନୁଯାୟୀ ଭାରତୀୟ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ୧୫ ପାକିସ୍ତାନୀ ସୈନିକ ଏବଂ ୮ ଆତଙ୍କବାଦୀ ନିପାତ ହୋଇଛନ୍ତି। ଅନେକ ଲଞ୍ଚପ୍ୟାଡ୍କୁ ପାକିସ୍ତାନ ଧ୍ବଂସ କରିଦେଇଛି। ପାକିସ୍ତାନ ପଟୁ ଏବେ ପ୍ରାୟ ୧୫୦ରୁ ଅଧିକ ଆତଙ୍କବାଦୀ ଭାରତକୁ ଅନୁପ୍ରବେଶ ଅପେକ୍ଷାରେ ଥିବାବେଳେ ଭାରତ ଆତଙ୍କବାଦ ନିରୋଧ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିଥିଲା। ଗୁଇନ୍ଦା ରିପୋର୍ଟରୁ ଜଣାପଡ଼ିଛି ଯେ ପିର୍ ପଂଜଲ ଏବଂ ରାଜୌରି ସେକ୍ଟରରେ ଏବେ ପ୍ରାୟ ୭୦ ଆତଙ୍କବାଦୀ ଅନୁପ୍ରବେଶ ଅପେକ୍ଷାରେ ଅଛନ୍ତି। ଅନ୍ୟପକ୍ଷେ ପାକ୍ ସେନା ଆଜି ପୁଞ୍ଚ୍ ଜିଲ୍ଲାର କେର୍ନି ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିବାରୁ ୩ ଜଣ ନାଗରିକଙ୍କ ମୃତ୍ୟୁ ହୋଇଯାଇଛି। ଭାରତୀୟ ସେନା ମଧ୍ୟ ଏହାର କଡ଼ା ଜବାବ ଦେଇଛି ଏବଂ ଭୟଙ୍କର ଗୋଳା ମାଡ଼ କରି ପାକିସ୍ତାନର ଅନେକ ବଙ୍କର୍ ଧ୍ବଂସ କରିଦେଇଛି।
Follow Us