ନିଜର ମତଦାନ ଅଧକାର ସାବ୍ୟସ୍ତ କଲେ ଚୀନ୍‌ ଓ ମିଆଁମାର ସୀମାନ୍ତର ଦୁର୍ଗମ ଅଞ୍ଚଳରେ ମୁତୟନ ଥିବା ଭାରତୀୟ ସେନା

Advertisment
ନିଜର ମତଦାନ ଅଧକାର ସାବ୍ୟସ୍ତ କଲେ ଚୀନ୍‌ ଓ ମିଆଁମାର ସୀମାନ୍ତର ଦୁର୍ଗମ ଅଞ୍ଚଳରେ ମୁତୟନ ଥିବା ଭାରତୀୟ ସେନା

Times of India

ଇଟାନଗର/ ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଏହି କ୍ରମରେ ଦେଶର ଚୀନ୍‌ ଓ ମିଆଁମାର ସୀମାନ୍ତର ଦୁର୍ଗମ ଅଞ୍ଚଳରେ ମୁତୟନ ଥିବା ଭାରତୀୟ ସେନା ବାହିନୀର ଯବାନମାନେ ସେମାନଙ୍କର ମତଦାନ ଅଧିକାର ମତଦାନର ଦିନକ ପୂର୍ବରୁ ଗତକାଲି (ବୁଧବାର) ଠାରୁ ସାବ୍ୟସ୍ତ କରିଥିବା ଜାଣିବାକୁ ମିଳିଛି। ଦେଶର ପୂର୍ବାଞ୍ଚଳ ଅରୁଣାଚଳ ପ୍ରଦେଶ, ଆସାମ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଓ ତ୍ରିପୁରା ରାଜ୍ୟ ସମୂହକୁ ଲାଗିକରି ରହିଥିବା ଚୀନ୍‌ ଓ ମିଆଁମାର ସୀମାନ୍ତର ଦୁର୍ଗମ ଅଞ୍ଚଳରେ କାର୍ଯ୍ୟରତ ଥିବା ଭାରତୀୟ ସେନା ବାହିନୀର ଯବାନମାନେ ବୁଧବାର ଦିନ ଇଲେକ୍ଟ୍ରୋନିକାଲି ଟ୍ରାନ୍ସମିଟେଡ୍‌ ପୋଷ୍ଟାଲ ବାଲଟରେ ସେମାନଙ୍କର ମତଦାନ କରିଥିଲେ। ପ୍ରଥମେ ନିଜର ପରିଚୟ ସହ ଭୋଟର ପରିଚୟ ପତ୍ରକୁ ଅନ୍‌ଲାଇନ୍‌ରେ ରେଜିଷ୍ଟର କରିବା ପରେ ସେମାନଙ୍କୁ ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ଇଲେକ୍ଟ୍ରୋନିକାଲି ଟ୍ରାନ୍ସମିଟେଡ୍‌ ପୋଷ୍ଟାଲ ବାଲଟ ପେପର ମିଳିଥିଲା। ଯବାନମାନଙ୍କର ଏହି ଭୋଟଦାନ କାର୍ଯ୍ୟକୁ ସେନାର ବରିଷ୍ଠ ଅଧିକାରୀମାନେ ତଦାରଖ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe