ପାକିସ୍ତାନୀ ସେନାର ଅସ୍ତ୍ରବିରତି ଉଲ୍ଲଂଘନର ପାଲଟା ଜବାବ ଦେଲା ଭାରତ, ୪ ପାକିସ୍ତାନୀ ଯବାନ ନିହତ

ପାକିସ୍ତାନୀ ସେନାର ଅସ୍ତ୍ରବିରତି  ଉଲ୍ଲଂଘନର ପାଲଟା ଜବାବ ଦେଲା ଭାରତ, ୪ ପାକିସ୍ତାନୀ ଯବାନ ନିହତ

Photo Credit: PTI

ଶ୍ରୀନଗର: ଜମ୍ମୁ-କଶ୍ମୀରର ପୁଞ୍ଚ୍‌-ରାଜୌରୀ ସେକ୍ଟରରେ ପାକିସ୍ତାନୀ ସେନା ପକ୍ଷରୁ ହୋଇଥିବା ଅସ୍ତ୍ରବିରତି ଉଲ୍ଳଂଘନର ପାଲଟା ଜବାବ ଦେଇଛି ଭାରତୀୟ ସେନା। ଭାରତୀୟ ସେନାର ପାଲଟା ଆକ୍ରମଣରେ ୪ ଜଣ ପାକିସ୍ତାନୀ ଯବାନ ନିହତ ହୋଇଛନ୍ତି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଗୁରୁବାର ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ଜିଲ୍ଲାସ୍ଥିତ କ୍ରିଷ୍ଣାଘାଟୀ ସେକ୍ଟରରେ ପାକିସ୍ତାନୀ ସେନା ଅସ୍ତ୍ର ବିରତି ଉଲ୍ଲଂଘନ କରିଥିଲା। ପାକିସ୍ତାନ ପକ୍ଷରୁ ଆକ୍ରମଣ ହୋଇଥିଲା ବୋଲି ପାକିସ୍ତାନୀ ଇଣ୍ଟର୍‌ ସର୍ଭିସ୍‌ ପବ୍ଲିକ୍‌ ରିଲେସନ୍‌ ମଧ୍ୟ ସ୍ବୀକାର କରିଛି।

ପାକିସ୍ତାନ ପକ୍ଷରୁ ହୋଇଥିବା ଏହି ଆକ୍ରମଣରେ ୩ ଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି ବୋଲି ଦାବି କରିଛି ପାକ୍ ସେନା । ଏହି ଘଟଣାରେ ଅନେକ ଭାରତୀୟ ଯବାନ ଆହତ ବି ହୋଇଛନ୍ତି ବୋଲି ପାକିସ୍ତାନୀ ଇଣ୍ଟର୍‌ ସର୍ଭିସ୍‌ ପବ୍ଲିକ୍‌ ରିଲେସନ୍‌ ଟ୍ବିଟ୍‌ କରିଥିବା ନଜର ଆସିଛି। ତେବେ, ଭାରତୀୟ ଯବାନ ଏହି ଆକ୍ରମଣରେ ସହିଦ ହୋଇଥିବା କଥା ଏଯାବତ୍‌ ସେନା ପକ୍ଷରୁ ଆଧିକାରୀକ ଭାବେ କୁହାଯାଇ ନାହିଁ।

publive-image Livemint

ଉଲ୍ଳେଖଯୋଗ୍ୟ, ଚଳିତବର୍ଷ ଫେବ୍ରୁଆରି ମାସରେ ପାକିସ୍ତାନ ଜମ୍ମୁ-କଶ୍ମୀରର ପୁଲୱାମାଠାରେ ଆକ୍ରମଣ କରିବା ପରେ ତାହାର ପାଲଟା ଜବାବ ଦେଇ ଭାରତୀୟ ବାୟୁସେନା ପକ୍ଷରୁ ବାଲାକୋଟ୍‌ରେ ଏୟାର୍‌ ‌ଷ୍ଟ୍ରାଇକ୍‌ ହୋଇଥିଲା। ସେବେଠାରୁ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ସୀମାନ୍ତ ଅଞ୍ଚଳମାନଙ୍କରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ଏବେ ଏକ ସାଧାରଣ କଥା ପାଲଟି ଗଲାଣି। ଏହାକୁ ନେଇ ନିକଟରେ ଚିନ୍ତା ପ୍ରକଟ କରିଥିଲେ ସେନାମୁଖ୍ୟ ବିପିନ ରାୱତ। ସେ କହିଛନ୍ତି କି ସୀମାରେ ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଏହାକୁ ଆୟତ୍ତ ନ କଲେ ଆଗକୁ ପରିସ୍ଥିତି ଭୟଙ୍କର ହୋଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe