୧୩ଟି ଚମରୀ ଗାଈ ଓ ୪ଟି ବାଛୁରୀକୁ ଚୀନକୁ ହସ୍ତାନ୍ତର କଲା ଭାରତ, କୃତଜ୍ଞତା ଜଣାଇଲେ ଚୀନର ଅଧିକାରୀ

Advertisment
୧୩ଟି ଚମରୀ ଗାଈ ଓ ୪ଟି ବାଛୁରୀକୁ ଚୀନକୁ ହସ୍ତାନ୍ତର କଲା ଭାରତ, କୃତଜ୍ଞତା ଜଣାଇଲେ ଚୀନର ଅଧିକାରୀ

www.indiatoday.in

ଇଟାନଗର: ଲଦାଖଠାରେ ଚାଲିଥିବା ଭାରତ-ଚୀନ ସୀମା ବିବାଦ ସତ୍ତ୍ବେ ବି ଅଗଷ୍ଟ ୩୧ ତାରିଖ‌ରେ ଅରୁଣାଚଳ ପ୍ରଦେଶର ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍(ଏଲ୍‌ଏସି)ଠାରେ ସୀମା ପାର୍‌ କରି ପଶି ଆସିଥିବା ଚୀନର ୧୩ଟି ଚମରୀ ଗାଈ ଓ ୪ଟି ବାଛୁରୀକୁ ଚୀନକୁ ହସ୍ତାନ୍ତର କରିଛି ଭାରତ।

ଏ ନେଇ ଭାରତୀୟ ସେନା ପକ୍ଷରୁ ଏକ ଟ୍ବିଟ୍‌ ଯୋଗେ କୁହାଯାଇଛି ଯେ, ‘ମାନବିକତା ପ୍ରଦର୍ଶନ କରି ଭାରତୀୟ ସେନା ଅରୁଣାଚଳ ପ୍ରଦେଶର ପୂର୍ବ କାମେଙ୍ଗରେ ଅଗଷ୍ଟ ୩୧ ତାରିଖରେ ଏଲ୍‌ଏସିଠାରେ ପଶି ଆସିିଥିବା ୧୩ଟି ଚମରୀ ଗାଈ ଓ ୪ଟି ବାଛୁରୀକୁ ସେପ୍ଟେମ୍ବର ୭ ତାରିଖରେ ଚୀନକୁ ହସ୍ତାନ୍ତର କରିଛି। ଭାରତୀୟ ସେନାର ମାନବିକତା ପାଇଁ ଚୀନର ଅଧିକାରୀମାନେ କୃତଜ୍ଞତା ଜ୍ଞାପନ କରିଛନ୍ତି।’

publive-image www.indiatoday.in

ଲଦାଖର ପାଙ୍ଗଙ୍ଗ ସୋ ନିକଟରେ ଭାରତ ଓ ଚୀନ ମଧ୍ୟରେ ସୋମବାର ବିଳମ୍ବିତ ରାତିରେ ପୁଣି ଥରେ ଗୁଳି ବିନିମୟ ଘଟିଥିବା ସୂଚନା ରହିଛି।  ଗତ ଅଗଷ୍ଟ ୨୯-୩୦ ତାରିଖରେ ଲଦାଖରେ ଭାରତୀୟ ଅଞ୍ଚଳ ଦଖଲ କରିବାକୁ ଚୀନର ଉଦ୍ୟମକୁ ବିଫଳ କରିଥିଲା ଭାରତ। ଏହି ଭିତରେ ଅରୁଣାଚଳ ପ୍ରଦେଶରେ ଏକ ସୀମାନ୍ତ ଗାଁର ପାଞ୍ଚ ଜଣ ସ୍ଥାନୀୟ ଲୋକଙ୍କୁ ଚୀନ୍ ପିଏଲ୍ଏ ଅପହରଣ କରି ନେଇଛି ଏବଂ କେଉଁଠାରେ ଅଛି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ।

ଏ ନେଇ ସୂଚନା ଦେଇ ସୋମବାର ଅରୁଣାଚଳ ପୁଲିସ୍‌ କହିଛି ଯେ ‘ଚୀନ୍‌ର ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲଏ) ଦ୍ୱାରା ଅପହରଣ ହୋଇଥିବା ଭାରତ-ଚୀନ୍ ସୀମାରେ ଥିବା ଏକ ଗାଁର ଏହି ପାଞ୍ଚ ଜଣଙ୍କ କେଉଁଠାରେ ଅଛି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe