Image Courtesy of HT
ଜମ୍ମୁ: ଶନିବାର ଦିନ ଜମ୍ମୁ ଜିଲ୍ଲାର ପୁଞ୍ଚ ଠାରେ ପାକିସ୍ତାନୀ ସେନାର ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁଁ ଜଣେ ଭାରତୀୟ ଯବାନ ସହିଦ ହେବା ସହ ଦୁଇ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି।
ଚେନାବ ନଦୀ ଠାରୁ ଆର୍ଏସ୍ ପୁର ଯାଏଁ ଥିବା ଆନ୍ତର୍ଜାତିକ ସୀମାନ୍ତାଞ୍ଚଳରେ ଥିବା ଗ୍ରାମଗୁଡ଼ିକ ଉପରେ ପାକିସ୍ତାନ ରେଞ୍ଜର୍ମାନେ ରାତି ତମାମ ଗୁଳି ଓ ବୋମା ନିକ୍ଷେପ କରି ଆକ୍ରମଣ କରିଛନ୍ତି। ଆଜି ସକାଳ ଯାଏଁ ମଧ୍ୟ ସେମାନେ ଗୁଳିଗୋଳା ବର୍ଷଣ କରୁଥିବା ଖବର ମିଳିଛି। ବିଏସ୍ଏଫ୍ ମଧ୍ୟ ଏହାର ଠିକଣା ଜବାବ ଦେଉଛି।
ସୀମାନ୍ତ ଅନ୍ତର୍ଗତ ଆର୍ଣ୍ଣିଆ, ରାମଗଡ଼, ସମ୍ବା ଏବଂ ହରିନଗର ସେକ୍ଟର୍ରେ ଭୋର୍ ୫ଟା ଯାଏଁ ଗୁଳି ବିନିମୟ ଚାଲିଥିଲା।
ଅଖ୍ନୂରର କାନାଛକ ସେକ୍ଟର୍ରେ ଦୁଇ ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ଜଣେ ବାଳିକା ମଧ୍ୟ ସାମାନ୍ୟ ଆହତ ହୋଇଛି।
ଆନ୍ତର୍ଜାତିକ ସୀମାନ୍ତାଞ୍ଚଳରେ ବସବାସ କରୁଥିବା ପ୍ରାୟ ୯୦୦୦ ଲୋକ ସେଠାରୁ ଚାଲିଯାଇ ନିଜ ନିଜର ବନ୍ଧୁବାନ୍ଧବଙ୍କ ଘରେ ରହୁଛନ୍ତି।
ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ଆର୍ ଏସ୍ ପୁର, ସମ୍ବା ଏବଂ କଥୁଆ ଅଞ୍ଚଳରେ ଥିବା କ୍ୟାମ୍ପ୍ରେ ରଖା ଯାଇଛି। ଆଗାମୀ ତିନି ଦିନ ଯାଏଁ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ ରଖାଯାଇଛି।
Follow Us