ଜମ୍ମୁ-କଶ୍ମୀର: ପାକିସ୍ତାନର ଅସ୍ତ୍ର ବିରତି ଉଲ୍ଲଂଘନରେ ଭାରତୀୟ ସେନା ଯବାନ ସହିଦ

କଶ୍ମୀର : ପୁଲିସକୁ ଟାଙ୍ଗିଆରେ ହାଣି ଦୁର୍ବୃତ୍ତ ଫେରାର, ପୁଲିସ କର୍ମୀ ସହିଦ, ଆତଙ୍କବାଦୀ ଆକ୍ରମଣ ସଂଦେହ

(Photo Credits: IANS)

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ପାକିସ୍ତାନୀ ସୈନିକଙ୍କ ଅସ୍ତ୍ରବିରତି ଉଲ୍ଲଂଘନରେ ବୁଧବାର ଜଣେ ଭାରତୀୟ ସେନା ଯବାନ ସହିଦ ହୋଇଛନ୍ତି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ପାକିସ୍ତାନୀମାନେ ଜମ୍ମୁ-କଶ୍ମୀରର ଉରିଠାରେ ନିୟନ୍ତ୍ରଣ ରେଖା ପାର୍‌ କରି ଗୁଳି ବର୍ଷଣ କରିଥିଲେ। ପାକିସ୍ତାନୀ ପକ୍ଷରୁ ହୋଇଥିବା ଏହି ଆକ୍ରମଣରେ ଭାରତୀୟ ସେନାର ଜଣେ ଯବାନ ସହିଦ ହୋଇଥିବା ସୂଚନା ରହିଛି। ସହିଦ ଯବାନଙ୍କୁ ଏଯାବତ୍‌ ଚିହ୍ନଟ କରାଯାଇ ପାରିନାହିଁ। ପାକିସ୍ତାନୀ ସେନାର ଏହି ଆକ୍ରମଣର ଭାରତୀୟ ସେନା ପାଲଟା ଜବାବ ଦେଇଛି।

ଉଳ୍ଲେଖଯୋଗ୍ୟ, ନିୟନ୍ତ୍ରଣ ରେଖାରେ ପାକିସ୍ତାନର ଅସ୍ତ୍ର ବିରତି ଉଲ୍ଲଂଘନ କିଛି ନୂଆ କଥା ନୁହେଁ। ପୂର୍ବରୁ ଏପରି ଅନେକ ଥର ଘଟିଛି। ନିକଟରେ ଗତ ସପ୍ତାହରେ ଜମ୍ମୁ-କଶ୍ମୀରର ରାଜୌରୀ ଜିଲ୍ଲାରେ ପାକିସ୍ତାନ ପକ୍ଷରୁ ଆକ୍ରମଣ ହୋଇଥିଲା। ପାକିସ୍ତାନ ସେନା ନିୟନ୍ତ୍ରଣ ରେଖା ପାର୍‌ କରି ଗୁଳି ମାଡ଼ କରିବା ସହ ଗୋଳା ବାରୁଦ ବର୍ଷଣ କରିଥିଲା। ଭାରତୀୟ ସେନା ତାହାର ପାଲଟା ଜବାବ ଦେଇଥିଲା।

publive-image India Today

ଡିସେମ୍ବର ୧୮ ତାରିଖରେ ସେନା ମୁଖ୍ୟ ବିପିନ ରାୱତ ନିଜର ଚିନ୍ତା ପ୍ରକଟ କରି କହିଥିଲେ ଯେ ଜମ୍ମୁ-କଶ୍ମୀରରେ ଯେକୌଣସି ବି ମୁହୂର୍ତ୍ତରେ ଅଶାନ୍ତ ପରିସ୍ଥିତି ଉପୁଜିପାରେ। ମୁଖ୍ୟତଃ ଅଗଷ୍ଟ ୫ ତାରିଖରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ ପରେ ଏପରି ସମସ୍ୟା ଉପୁଜୁଛି ବୋଲି ରାୱତ କହିଥିଲେ।

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହୋଇ ଜମ୍ମୁ-କଶ୍ମୀର ଓ ଲଦାଖ ଦୁଇଟି ପୃଥକ କେନ୍ଦ୍ର ଶାସିତ ଅଞ୍ଚଳ ହେବାର ୩ ମାସ ମଧ୍ୟରେ ସଂପୃକ୍ତ ଅଞ୍ଚଳରେ ୯୫୦ ଥର ଅସ୍ତ୍ର ବିରତି ଉଲ୍ଲଂଘନ ହୋଇସାରିଲାଣି ବୋଲି ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe