ଲଦାଖ ପରେ ଅରୁଣାଚଳ ପ୍ରଦେଶରେ ଭାରତୀୟ ସେନା ଦେଖାଇବ ନିଜ ଶକ୍ତି, ଶତ୍ରୁର ହଜିବ ନିଦ

Advertisment
ପିଓକେରେ ଠୁଳ ହୋଇଛନ୍ତି ୩୦୦ରୁ ଅଧିକ ଆତଙ୍କବାଦୀ : ଗୁଇନ୍ଦା ରିପୋର୍ଟ

zeenews.

ନୂଆଦିଲ୍ଲୀ: ଭାରତୀୟ ସେନା ଲଦାଖରେ ହଜାର ଫୁଟ ଉଚ୍ଚରେ ଚୀନ ସହିତ ଲାଗିଥିବା ସୀମାରେ ଏକ ବଡ଼ଧରଣର ସମରାଭ୍ୟାସ କରିଥିଲା। ଏହି ଯୁଦ୍ଧାଭ୍ୟାସରେ ସ୍ଥଳସେନା ସହିତ ବାୟୁସେନା ବି ସାମିଲ ରହିଥିଲା। ଏହି ଯୁଦ୍ଧାଭ୍ୟାସ ଜରିଆରେ ଆମର ସେନା ପୂରା ଦୁନିଆକୁ ଏହା ଦେଖାଇ ଦେଇଛି କି ଭାରତୀୟ ସେନା ସ୍ଥଳପଥରୁ ନେଇ ଆକାଶପଥ ପର୍ଯ୍ୟନ୍ତ ଶତ୍ରୁକୁ ସାମ୍ନା କରିବାକୁ ପୂରା ପ୍ରସ୍ତୁତ ଅଛି। ଏହି ଯୁଦ୍ଧାଭ୍ୟାସ ପାକିସ୍ତାନ ଓ ଚୀନର ନିଦ ଉଡାଇ ଦେବ ବୋଲି କୁହାଯାଉଛି।

publive-image

ଲଦାଖରେ ଏହି ସଫଳ ଯୁଦ୍ଧାଭ୍ୟାସ ପରେ ଆଗାମୀ ଅକ୍ଟୋବରରେ ଅରୁଣାଚଳ ପ୍ରଦେଶରେ ଭାରତୀୟ ସ୍ଥଳ ସେନା ମାଉଣ୍ଟେନ୍‌ କୋର ଓ ବାୟୁସେନା ଚୀନ ସୀମା ନିକଟରେ ଏକ ବଡ଼ଧରଣର ଯୁଦ୍ଧାଭ୍ୟାସ କରିବାକୁ ଯାଉଛି। ଏହି ଅପରେସନର ନାମ ‘ହିମ ବିଜୟ’ ରଖାଯାଇଛି।  ଏହି ଯୁଦ୍ଧାଭ୍ୟାସ ଜରିଆରେ ଶତ୍ରୁକୁ କଡା ଟକ୍କର ଦେବାର ସାମର୍ଥ୍ୟ ସେନାର ଅଛି  ବୋଲି ପ୍ରଦର୍ଶିତ ହେବ।

ଭାରତୀୟ ସେନା ଦ୍ୱାରା ଏହି ଯୁଦ୍ଧାଭ୍ୟାସ ତେଜପୁରର ୪ କପର୍ସର ଯବାନଙ୍କ ଦ୍ୱାରା କରାଯିବ। କିନ୍ତୁ ଏଥିପାଇଁ ପାନାଗଡ଼ରୁ ମାଉଣ୍ଟେନ୍‌ ଷ୍ଟ୍ରାଇକ୍‌ କପର୍ସର ଯବାନଙ୍କୁ ଅଣାଯିବ। ନିକଟରେ ୧୭ ମାଉଣ୍ଟେନ୍‌ ଷ୍ଟ୍ରାଇକ୍‌ କପର୍ସ ଗଠନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe